ଗୋଲ୍ଡ ଲୋନ୍‌ ନେବାକୁ ଚାହୁଁଛନ୍ତି କି?ଜାଣନ୍ତୁ କେଉଁ ବ୍ୟାଙ୍କ ସବୁଠାରୁ କମ୍‌ ସୁଧରେ ଦେଉଛି ଲୋନ୍‌

ନୂଆଦିଲ୍ଲୀ, ୯।୧୧: ଜରୁରୀ ପଇସା ଦରକାର ହେଲେ ଅଧିକାଂଶ ଲୋକେ ପର୍ସନାଲ୍ ଲୋନ୍ ନିଅନ୍ତି। ଏହାର କାରଣ ହେଉଛି ବ୍ୟାଙ୍କ୍ ସହଜରେ ଏହା ଦେଇଦିଅନ୍ତି, କାଗଜପତ୍ର କମ୍ ଓ ପଇସା ତୁରନ୍ତ ଆକାଉଣ୍ଟ୍‌କୁ ଆସିଯାଏ। କିନ୍ତୁ ଏହା ଅନସିକ୍ୟୋର୍ଡ୍ ଲୋନ୍ ହେବାରୁ ବ୍ୟାଙ୍କ୍ ମୋଟା ସୁଧ ଆଦାୟ କରନ୍ତି।

ଯଦି ଆପଣଙ୍କ ପାଖରେ ସୁନା ଅଛି, ତେବେ ପର୍ସନାଲ୍ ଲୋନ୍‌ଠାରୁ ବହୁତ କମ୍ ସୁଧରେ ଗୋଲ୍ଡ ଲୋନ୍ ନେଇପାରିବେ। ବ୍ୟାଙ୍କ୍ ଗ{ଗୋଲ୍ଡ ଲୋନ୍ ଅତି ଶୀଘ୍ର ଦେଇଦିଅନ୍ତି। ସୁନାର ମୂଲ୍ୟ ବୃଦ୍ଧିର ଲାଭ ମଧ୍ୟ ଗୋଲ୍ଡ ଲୋନ୍ ଗ୍ରହୀତାଙ୍କୁ ମିଳୁଛି। ବ୍ୟାଙ୍କ୍ ପୂର୍ବାପେକ୍ଷା ଅଧିକ ଋଣ ଦେଉଛନ୍ତି। ଆସନ୍ତୁ ଜାଣିବା, କେଉଁ ବ୍ୟାଙ୍କ୍ ସବୁଠାରୁ କମ୍ ସୁଧରେ ଗୋଲ୍ଡ ଲୋନ୍ ଦେଉଛି।

ଏସ୍‌ବିଆଇରେ ସୁଧ ହାର କେତେ?
ଦେଶର ସବୁଠାରୁ ବଡ଼ ସାର୍ବଜନିକ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ) ୧ ବର୍ଷର ଅବଧି ସହିତ ୧ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ୍କୁ ୧୦%ରୁ ଆରମ୍ଭ ସୁଧ ହାରରେ ଦେଉଛି। ଏହାର ମାସିକ ଇଏମ୍‌ଆଇ ₹୮,୭୯୨ ହେବ। ବ୍ୟାଙ୍କ୍ ଅଫ୍ ବଡୌଦା ଓ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୧ ବର୍ଷର ଅବଧି ସହିତ ୧ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ୍କୁ ୯.୪୦% ସୁଧରେ ଦେଉଛନ୍ତି। ମାସିକ ଇଏମ୍‌ଆଇ ₹୮,୭୬୪।
ପିଏନ୍‌ବିରେ ସବୁଠାରୁ କମ୍ ସୁଧ:
ବର୍ତ୍ତମାନ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ (ପିଏନ୍‌ବି) ୮.୩୫%ରୁ ଆରମ୍ଭ ସୁଧ ହାରରେ ଗୋଲ୍ଡ ଲୋନ୍ ଦେଉଛି – ଏହା ସବୁଠାରୁ କମ୍। ୧ ବର୍ଷର ଅବଧି ସହିତ ୧ ଲକ୍ଷ ଟଙ୍କାର ଋଣରେ ମାସିକ ଇଏମ୍‌ଆଇ ₹୮,୭୧୫। ଇଣ୍ଡିଆନ୍ ବ୍ୟାଙ୍କ୍ ଓ ଆଇସିଆଇସିଆଇ ବ୍ୟାଙ୍କ୍ ୧ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ୍କୁ ୮.୭୫% ସୁଧରେ ଦେଉଛନ୍ତି। ମାସିକ ଇଏମ୍‌ଆଇ ₹୮,୭୩୪।
କେନରା ବ୍ୟାଙ୍କ୍ ଓ କୋଟକ୍ ମହିନ୍ଦ୍ରାରେ ସୁଧ ହାର
କେନରା ବ୍ୟାଙ୍କ୍ ୮.୯୫% ସୁଧରେ ଗୋଲ୍ଡ ଲୋନ୍ ଦେଉଛି। ୧ ଲକ୍ଷ ଟଙ୍କାର ଋଣରେ ମାସିକ ଇଏମ୍‌ଆଇ ₹୮,୭୪୩। କୋଟକ୍ ମହିନ୍ଦ୍ରା ବ୍ୟାଙ୍କ୍ ୯%ରୁ ଆରମ୍ଭ ସୁଧରେ ଗୋଲ୍ଡ ଲୋନ୍ ଦେଉଛି। ୧ ଲକ୍ଷ ଟଙ୍କାର ଋଣରେ ମାସିକ ଇଏମ୍‌ଆଇ ₹୮,୭୪୫।
ଏଚ୍‌ଡିଏଫ୍‌ସି ଓ ଆକ୍ସିସ୍‌ରେ ଇଏମ୍‌ଆଇ କେତେ?

ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍ ୧ ଲକ୍ଷ ଟଙ୍କାର ଗୋଲ୍ଡ ଲୋନ୍କୁ ୯.୩୦%ରୁ ଆରମ୍ଭ ସୁଧରେ ଦେଉଛି। ମାସିକ ଇଏମ୍‌ଆଇ ₹୮,୭୫୯। ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୯.୬୫% ସୁଧରେ ଗୋଲ୍ଡ ଲୋନ୍ ଦେଉଛି। ମାସିକ ଇଏମ୍‌ଆଇ ₹୮,୭୭୫। ଆକ୍ସିସ୍ ବ୍ୟାଙ୍କ୍ ୯.୭୫% ସୁଧରେ ଗୋଲ୍ଡ ଲୋନ୍ ଦେଉଛି। ମାସିକ ଇଏମ୍‌ଆଇ ₹୮,୭୮୦।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?