କରୋନା ଉତ୍ପତ୍ତିର ସନ୍ଧାନ କରନ୍ତୁ ସରକାର-ଦୋଷୀଙ୍କୁ ମିଳୁ ଦଣ୍ଡ: ସଂସଦୀୟ କମିଟି…

ନୂଆଦିଲ୍ଲୀ, ୧୩।୯ : ସ୍ବାସ୍ଥ୍ୟ ସମ୍ବଧିତ ସଂସଦୀୟ କମିଟି କରୋନା ଭୂତାଣୁର ଉତ୍ପତ୍ତି ଜାଣିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି। କମିଟି କହିଛି ଯେ କୋଭିଡର ଉତ୍ପତ୍ତି ଚିହ୍ନଟ ପାଇଁ ଅଧିକ ଅନୁସନ୍ଧାନ କରିବାକୁ ସରକାର ବିଶ୍ୱର ଅନ୍ୟ ଦେଶମାନଙ୍କୁ ନିବେଦନ କରନ୍ତୁ। ଏଥିସହ ଯେଉଁମାନେ ଏଥିପାଇଁ ଦାୟୀ, ସେମାନଙ୍କୁ ମଧ୍ୟ ଦଣ୍ଡ ଦିଆଯିବା ଉଚିତ।

କମିଟି କୋଭିଡ-୧୯ ର ଟିକା ବିକାଶ, ବଣ୍ଟନ, ପରିଚାଳନା ଏବଂ କ୍ଷତିକାରକ ଶୀର୍ଷକ ରିପୋର୍ଟ ଦାଖଲ କରିଛି। ଏହା ଅନୁଯାୟୀ, କିଛି ଲାବୋରେଟୋରୀ ଘଟଣା ଯୋଗୁ କରୋନା ଭୂତାଣୁ ମଣିଷ ପାଖରେ ପହଞ୍ଚିଛି କି ନାହିଁ ତାହା ସ୍ପଷ୍ଟ କରିବାକୁ କହିଛି। ସୋମବାର ରାଜ୍ୟ ସଭାରେ ଏହି ରିପୋର୍ଟ ଦାଖଲ କରାଯାଇଥିଲା।

ରିପୋର୍ଟରେ କୁହାଯାଇଛି ଯେ ଯଦି କରୋନା ଭୂତାଣୁର ଉତ୍ପତ୍ତି ରହସ୍ୟକୁ ଏଭଳି ରହିବାକୁ ଅନୁମତି ଦିଆଯାଏ, ତେବେ ଏହା ବିଶ୍ୱର ଜୈବ ନିରାପତ୍ତା ଏବଂ ଜୈବ ସଂରକ୍ଷଣ ଉପରେ ବହୁତ ପ୍ରଭାବ ପକାଇବ। ତେଣୁ, କୋଭିଡ-୧୯ ର ଉତ୍ପତ୍ତି ଅନୁସନ୍ଧାନ ପାଇଁ ଅଧିକ ଅଧ୍ୟୟନ ପାଇଁ ଅନ୍ୟ ଦେଶମାନଙ୍କୁ ନିବେଦନ କରିବାକୁ କମିଟି ସରକାରଙ୍କୁ ପରାମର୍ଶ ଦେଇଛି। ଏଥିପାଇଁ ଦାୟୀ ଥିବା ଲୋକଙ୍କୁ ଦଣ୍ଡ ଦେବା ପାଇଁ ଅନ୍ତର୍ଜାତୀୟ ଫୋରମରେ ଆବେଦନ କରିବାକୁ ସରକାର କୂଟନୈତିକସ୍ତରରେ ବିଚାର କରନ୍ତୁ ବୋଲି କମିଟି କହିଛି।

କ୍ରମାଗତ ଭାବରେ ବାହାରୁଥିବା ବିଭିନ୍ନ ଭୂତାଣୁଙ୍କ ସଂଖ୍ୟା ଚିନ୍ତାର ବିଷୟ। ସଂକ୍ରମଣର ଉତ୍ପତ୍ତି ବିଷୟରେ ବ୍ୟବସ୍ଥିତ ଅନୁସନ୍ଧାନ ପାଇଁ ଏକ ସୁଦୃଢ଼ ପ୍ରଣାଳୀ ପ୍ରତିଷ୍ଠା କରିବାର ଆବଶ୍ୟକତା ସୃଷ୍ଟି କରିଛି। ଭବିଷ୍ୟତରେ ଯେକୌଣସି ରୋଗ ବିସ୍ତାରର ଅଧିକ ପ୍ରଭାବଶାଳୀ ଚିହ୍ନଟ ଏବଂ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ଦେଶରେ ଏକ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ବିକାଶ କରିବାକୁ ପରାମର୍ଶ ଦେଇଛି।

ଏହି ପରିପ୍ରେକ୍ଷୀରେ ନୀତି ଆୟୋଗର ସଦସ୍ୟ ଡାକ୍ତର ଭି.କେ ପାଲଙ୍କ ନେତୃତ୍ୱରେ ଗଠିତ ଟାସ୍କଫୋର୍ସ ମଙ୍କିପକ୍ସର ସ୍ଥିତି ଉପରେ ନଜର ରଖିବା ଜରୁରୀ ବୋଲି କମିଟି କହିଛି। ଏହି ବିପଦର ମୁକାବିଲା ପାଇଁ ତଥା ଦେଶରେ କ୍ଲିନିକାଲ ସୁବିଧା ବିସ୍ତାର କରିବାକୁ କମିଟି ସରକାରଙ୍କୁ କହିଛି। କମିଟି ସୂଚାଇ ଦେଇଛି ଯେ ଦେଶରେ କୋଭିଡ-୧୯ ର ମୋଟ ମାମଲାକୁ ଦୃଷ୍ଟିରେ ରଖି ଅଧ୍ୟୟନ କରାଯାଉଥିବା ନମୁନା ସଂଖ୍ୟା କମ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri