ନକଲି ସିମେଣ୍ଟ କାରଖାନା ଠାବ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜଧାନୀ ଉପକଣ୍ଠ ପାତ୍ରପଡ଼ାରେ ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘ ବର୍ଷ ଧରି ଚାଲୁଥିଲା ନକଲି ସିମେଣ୍ଟ କାରଖାନା। ଏହି କାରଖାନାରେ ନକଲି ସିମେଣ୍ଟ ପ୍ରସ୍ତୁତ କରାଯାଇ ବିଭିନ୍ନ ଦାମୀ କମ୍ପାନୀର ଲୋଗୋ ଲଗାଇ ପ୍ୟାକିଂ କରାଯାଉଥିଲା। ପରେ ଏହାକୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। ଘଟଣା ସମ୍ପର୍କରେ ଏକ ଘରୋଇ ଡିଟେକ୍ଟିଭ୍‌ ସଂସ୍ଥା ଠାରୁ ସୂଚନା ପାଇ କମିଶନରେଟ୍‌ ପୋଲିସର ତମାଣ୍ଡୋ ଥାନା ପୋଲିସ ସୋମବାର ଏହି କାରଖାନାରେ ଚଢାଉ କରିଥିଲା। ଏହି ସମୟରେ କାରଖାନାରୁ ବିପୁଳ ପରିମାଣର ସିମେଣ୍ଟ ଜବତ କରାଯିବା ସହ ବିଭିନ୍ନ ଦାମୀ କମ୍ପାନୀର ଅବିକଳ ବସ୍ତା ଜବତ କରାଯାଇଥିଲା। ଜବତ ସିମେଣ୍ଟର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି। ଏନେଇ ପୋଲିସ ଉକ୍ତ କାରଖାନାର ମାଲିକ ନୂଆପଲ୍ଲୀ ଥାନା ଆଇଆର୍‌ସି ଭିଲେଜରେ ରହୁଥିବା ବିଜୟ କୁମାର ଶିବାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ଜବତ ସିମେଣ୍ଟର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ନିମନ୍ତେ ଲାବ୍‌କୁ ପଠାଯାଇଥିବା ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକ କହିଛନ୍ତି। ବିଜୟ କୁମାରଙ୍କ ନାମରେ ଜଗଦମ୍ବା ସିମେଣ୍ଟ ପ୍ରସ୍ତୁତି ନେଇ ଟ୍ରେଡ୍‌ ଲାଇସେନ୍ସ ରହିଥିବାବେଳେ ସେ ବେଆଇନ ଭାବେ ଅନ୍ୟ କମ୍ପାନୀ ଲୋଗା ଲଗାଇ ବ୍ୟବସାୟ କରୁଥିଲେ।
ସୂଚନା ଅନୁଯାୟୀ, ତମାଣ୍ଡୋ ଥାନା ପାତ୍ରପଡ଼ା ଭଗବାନପୁରରେ ପ୍ରାୟ ୨୦୦୧ରୁ ବିଜୟ ଏହି କାରଖାନା ଚଳାଇ ଆସୁଥିଲେ। ତେବେ ଜଗଦମ୍ବା ସିମେଣ୍ଟ ପ୍ରସ୍ତୁତି କରିବାକୁ ଅନୁମତି ଥିବାବେଳେ ସେ ନକଲି ସିମେଣ୍ଟ ପ୍ରସ୍ତୁତ କରି ଅନ୍ୟ କମ୍ପାନୀ ନାମରେ ବିକ୍ରି କରୁଥିଲେ। ଏନେଇ ଅଲଟ୍ରାଟେକ୍‌ ସିମେଣ୍ଟ କମ୍ପାନୀ ସହ ଅନୁବନ୍ଧିତ ଥିବା ମୁମ୍ବାଇସ୍ଥିତ ଟର୍କ ଡିଟେକଟିଭ୍‌ ସଂସ୍ଥା ସୂଚନା ପାଇଥିଲା। ସଂସ୍ଥା ପକ୍ଷରୁ ଏନେଇ ଅଧିକ ତଦନ୍ତ କରାଯିବା ସହ ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ କରାଯାଇଥିଲା। ପରେ ଏନେଇ ସଂସ୍ଥା ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ କରାଯାଇଥିଲା। ଏହାପରେ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ଚଢ଼ାଉ କରିବା ସହ ଉକ୍ତ ସିମେଣ୍ଟ କମ୍ପାନୀକୁ ସିଲ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri