ନରମିଲା ଇସ୍କନ: ଅଦିନିଆ ରଥଯାତ୍ରା ବନ୍ଦ

ଭୁବନେଶ୍ୱର,୬।୧୦(ବନ୍ଦନା ସେଠୀ):ଶେଷରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଆଗରେ ମୁଣ୍ଡ ନୁଆଁଇଛି ଇସ୍କନ। ଆମେରିକାର ହ୍ୟୁଷ୍ଟନ୍‌ରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ସେବାୟତ ଓ ଶ୍ରଦ୍ଧାଳୁମାନେ ତୀବ୍ର ବିରୋଧ କରିବା ପରେ ଇସ୍କନ କର୍ତ୍ତୃପକ୍ଷ ଏହି ଆୟୋଜନରୁ ଦୂରେଇ ଯାଇଛନ୍ତି। ‘ଓଡ଼ିଆ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ହ୍ୟୁଷ୍ଟନ୍‌ରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରାଯାଇଛି। ତେବେ ରଥଯାତ୍ରା ବଦଳରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରାଯିବ।’ ଇସ୍କନ ଗଭର୍ନିଂ ବଡି କମିଶନ(ଜିବିସି) ଆଣ୍ଡ୍‌ ମିନିଷ୍ଟର ଫର୍‌ କମ୍ୟୁନିକେଶନର ସଦସ୍ୟ ଅନୁତ୍ତୋମ ପ୍ରଭୁଙ୍କ ସହ ଏ ନେଇ ନ୍ୟାଶନାଲ କମ୍ୟୁନିକେଶନ୍ସ ଡାଇରେକ୍ଟର ଯୁଧିଷ୍ଠିର ଗୋବିନ୍ଦ ପ୍ରଭୁ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ମଙ୍ଗଳବାର ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ଭୁବନେଶ୍ୱର ଇସ୍କନ ଉପସଭାପତି ତୁକାରାମ ଦାସ ସୂଚନା ଦେଇଛନ୍ତି। ଫଳରେ ଜଗନ୍ନାଥପ୍ରେମୀଙ୍କ ମନରେ ଖୁସି ଖେଳିଯାଇଛି।
ସୂଚନା ଥାଉ କି, ଅଦିନିଆ ରଥଯାତ୍ରାକୁ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ଶ୍ରୀମନ୍ଦିର ସେବାୟତ ଓ ଶ୍ରଦ୍ଧାଳୁଙ୍କ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ମଙ୍ଗଳବାର ଭୁବନେଶ୍ୱରଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଖବରଦାତା ସମ୍ମିଳନୀ କରି ପୁନର୍ବାର ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ଏନେଇ ହ୍ୟୁଷ୍ଟନସ୍ଥିତ ଇସ୍କନ ସଭାପତି ଓ ଇସ୍କନ ଗଭର୍ନିଂବଡି କମିଶନ୍‌ ମୁଖ୍ୟଙ୍କୁ ଚିଠି ଲେଖାଯାଇଥିଲେ ହେଁ କୌଣସି ଉତ୍ତର ମିଳି ନ ଥିବାରୁ ଗଜପତି କ୍ଷୋଭ ପ୍ରକାଶ କରିଥିଲେ। ସମଗ୍ର ବିଶ୍ୱରେ ଅଦିନିଆ ରଥଯାତ୍ରା ଆୟୋଜନ ବନ୍ଦ କରିବାକୁ ସେ ଦାବି କରିଛନ୍ତି। ଅଦିନିଆ ରଥଯାତ୍ରା ବନ୍ଦ ନ କଲେ ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଜପତି ମହାରାଜା କହିଛନ୍ତି। ଦେଶ ସମେତ ବିଦେଶରୁ ମଧ୍ୟ ଅଦିନିଆ ରଥଯାତ୍ରା ବିରୋଧରେ ସ୍ବର ଜୋରଦାର ହୋଇଥିଲା। ଫଳରେ ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରା ଆୟୋଜନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ। ଏହା ମହାପ୍ରଭୁଙ୍କ ମହିମା ଯୋଗୁ ସମ୍ଭବ ହୋଇପାରିଲା ବୋଲି ଅନେକେ ମତ ଦେଇଛନ୍ତି।
ଦେଶରେ ବନ୍ଦ, ବିଦେଶରେ ହେଉଛି
୧୯୬୭ରେ ପ୍ରଥମ କରି ଇସ୍କନ କାଲିଫର୍ନିଆଠାରେ ଅଦିନିଆ ରଥଯାତ୍ରା ଆରମ୍ଭ କରିଥିଲା। ଏହାପରଠାରୁ ଅନେକ ଥର ଏପରି ହୋଇଛି। ତେବେ ଦେଶରେ ମଧ୍ୟ ବିଭିନ୍ନ ସ୍ଥାନରେ ଏଭଳି ଅଦିନିଆ ରଥଯାତ୍ରା କରାଯାଉଥିଲା, ଯାହାକୁ ଘୋର ବିରୋଧ କରିବା ପରେ ୨୦୨୧ରେ ସେମାନେ ଏକ ସଙ୍କଳ୍ପ ପାରିତ କରିଥିଲେ। ସେଥିରେ ଭାରତରେ ଅଦିନରେ କୌଣସି ରଥଯାତ୍ରା ଆୟୋଜନ ନ କରିବାକୁ ସେମାନେ ସହମତି ପ୍ରକାଶ କରିଥିଲେ। ମାତ୍ର ବିଦେଶରେ ଅଦିନିଆ ଆୟୋଜନ ଜାରି ରଖିଛନ୍ତି। ସେମାନେ ଯେ କୌଣସି ସମୟରେ ପ୍ରଚାର ଯାତ୍ରା ବା କୀର୍ତ୍ତନ ଯାତ୍ରା ଆୟୋଜନ କରିପାରନ୍ତି, କିନ୍ତୁ ରଥଯାତ୍ରା ଆୟୋଜନ କରିବା କିମ୍ବା ଚତୁର୍ଦ୍ଧାବିଗ୍ରହଙ୍କୁ ରଥରେ ବାହାରକୁ ଆଣିବା ଅନୁଚିତ। ଏହା ଶାସ୍ତ୍ରସମ୍ମତ ନୁହେଁ। କେବଳ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ବାହାରକୁ ଆସିବାର ପରମ୍ପରା ରହିଛି। ତେଣୁ ମାର୍ଚ୍ଚରେ ହେବାକୁ ଥିବା ଇସ୍କନର ସର୍ବୋଚ୍ଚ ଗଭର୍ନିଂ ବଡି ଏହା ଉପରେ ଉଚିତ ନିଷ୍ପତ୍ତି ନେବ ବୋଲି ଆଶା ରହିଥିବା ଗଜପତି କହିଥିଲେ।
ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତିଙ୍କ ନିଷ୍ପତ୍ତିକୁ ସମର୍ଥନ କରିବେ ସରକାର: ଆଇନ୍‌ ମନ୍ତ୍ରୀ
ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଗଜପତି ମହାରାଜାଙ୍କ ନିଷ୍ପତ୍ତିକୁ ରାଜ୍ୟ ସରକାର ସମର୍ଥନ କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ହରିଚନ୍ଦନ କହିଛନ୍ତି, ଆମେ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ ହେବାକୁ ଦେବୁନାହିଁ। ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ପରମ୍ପରା ରହିଛି। ମାତ୍ର ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଜଗନ୍ନାଥପ୍ରେମୀଙ୍କୁ ବାଧୁଛି, ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଯେଉଁଭଳି ଭାବେ ସ୍ନାନଯାତ୍ରାକୁ ‘ଇସ୍କନ’ କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି, ସେହିଭଳି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ନେଇ ଆମେ ଆଲୋଚନା କରିବୁ। ନଚେତ୍‌ ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜାଙ୍କ ନିଷ୍ପତ୍ତିକୁ ଆମେ ପୂର୍ଣ୍ଣ ସମର୍ଥନ ଜଣାଇବୁ ବୋଲି ହରିଚନ୍ଦନ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?