Posted inଖେଳ

ଅନ୍ତିମ ଟି୨୦:ସୂର୍ଯ୍ୟକୁମାରଙ୍କ ଶତକ

ଜୋହାନ୍ସବର୍ଗ,୧୫ା୧୨:ଗୁରୁବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଅନ୍ତିମ ଟି୨୦ ମ୍ୟାଚରେ ଶତକ ହାସଲ କରିଛନ୍ତି ଭାରତର ସୂର୍ଯ୍ୟକୁମାର ଯାଦବ। ସେ ଟି୨୦ରେ ନିଜର ଚତୁର୍ଥ ଶତକ ହାସଲ କରିଥିବା ବେଖଳେ ଯଶସ୍ବୀ ଜୟସ୍ବାଲଙ୍କ ସହ ଶତକୀୟ ଭାଗୀଦାରି କରିଥିଲେ। ଫଳରେ ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୨୦୧ ରନ୍‌ କରିଥିଲା। ସମାନ ଏକାଦଶ ସହିତ ଭାରତ ଓହ୍ଲାଇଥିବା ବେଳେ ଟସ୍‌ ଜିତି ବ୍ୟାଟିଂ ନେଇଥିଲେ ସୂର୍ଯ୍ୟକୁମାର ଯାଦବ।
ଭାରତ ପକ୍ଷରୁ ଶୁବମନ ଗିଲ୍‌ (୧୨) ଓ ଯଶସ୍ବୀ ଜୟସ୍ବାଲ(୬୦) ଓପନ କରି ୨୯ ରନ୍‌ ଯୋଡିଥିଲେ। ପ୍ରଥମ ଦୁଇ ଓଭରରେ ଉଭୟ ଖେଳାଳି ୨୯ ରନ୍‌ ଯୋଡିଥିଲେ। ନାଣ୍ଡ୍ରେ ବର୍ଗରଙ୍କ ପ୍ରଥମ ଓଭରରୁ ୧୪ ଓ ଏଡେନ୍‌ ମାର୍କରାମଙ୍କ ଦ୍ୱିତୀୟ ଓଭରରୁ ୧୫ ରନ୍‌ ସଂଗ୍ରହ କରିଥିଲେ ଉଭୟ ଓପନର। ତେବେ ତୃତୀୟ ଓଭରରେ କେଶବ ମହାରା ଲଗାତାର ବଲ୍‌ରେ ୨ ଉଇକେଟ ନେଇ ଭାରତକୁ ସଙ୍କଟରେ ପକାଇଥିଲେ। କ୍ରଶ୍‌ ଶଟ୍‌ ଖେଳିବାକୁ ଯାଇ ଗିଲ୍‌ ଲେଗ୍‌ ବିଫୋର ହୋଇଥିବା ବେଳେ ପରବର୍ତ୍ତୀ ବଲ୍‌ରେ ତିଳକ ବର୍ମା ପ୍ୟାଭିଲିୟନ୍‌ ଫେରିଥିଲେ। ୨୯ ରନ୍‌ରେ ଦୁଇ ଉଇକେଟର ପତନ ଘଟିଥିବା ବେଳେ କ୍ରିଜ୍‌ରେ ଯୋଗ ଦେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ତୃତୀୟ ଉଇକେଟରେ ଜୟସ୍ବାଲଙ୍କ ସହିତ ୧୧୨ ରନ୍‌ ଯୋଡିବା ସହ ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ। ଆରମ୍ଭରୁ ସୂର୍ଯ୍ୟ ଷ୍ଟ୍ରାଇକ୍‌ ରୋଟେଟ୍‌ କରୁଥିବା ବେଳେ ଜୟସ୍ବାଲ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ। ତେବେ ୧୨ ନମ୍ବର ଓଭରରୁ ଗିୟର ବଦଳାଇଥିଲେ ସୂର୍ଯ୍ୟକୁମାର। ଆଣ୍ଡିଲେ ଫେଲୁକ୍ୱାୟୋଙ୍କ ଓଭରରେ ୨୩ ରନ୍‌ ସ୍କୋର କରିଥିବା ବେଳେ ୧୫ ନମ୍ବର ଓଭରରେ ନାଣ୍ଡ୍ରେ ବର୍ଗରଙ୍କ ବିପକ୍ଷରେ ୧୭ ରନ୍‌ ସ୍କୋର କରିଥିଲେ। ଚମତ୍କାର ବ୍ୟାଟିଂ କରୁଥିବା ଜୟସ୍ବାଲ ବଡ ଶଟ୍‌ ଖେଳିବାକୁ ଯାଇ ଟାବରେଜ୍‌ ସାମ୍ସିଙ୍କ ବଲରେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ୪୧ ବଲ୍‌ ଖେଳି ୬୦ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ୬ ଚୌକା ଓ ୩ ଛକା ସାମିଲ ଥିଲା। ଜୟସ୍ବାଲ ଆଉଟ ହେବା ପରେ ଚତୁର୍ଥ ଉଇକେଟରେ ରିଙ୍କୁ ସିଂ(୧୪)ଙ୍କ ସହିତ ମିଶି ୪୭ ରନ୍‌ ଯୋଡିଥିଲେ ସୂର୍ଯ୍ୟକୁମାର। ସୂର୍ଯ୍ୟ ୫୬ ବଲ୍‌ ଖେଳି ୭ ଚୌକା ଓ ୮ ଛକା ସହିତ ୧୦୦ ରନ୍‌ ସ୍କୋର କରିଥିଲେ। ଅନ୍ତିମ ଓଭର ପ୍ରଥମ ବଲ୍‌ରେ ସୂର୍ଯ୍ୟ ୫୫ ବଲ୍‌ରୁ ଟି୨୦ କ୍ୟାରିୟରର ଚତୁର୍ଥ ଶତକ ହାସଲ କରିଥିଲେ। ଟି୨୦ରେ ସର୍ବାଧିକ ଶତକରେ ସେ ରୋହିତ ଶର୍ମା ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ସମକକ୍ଷ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ଲିଜାଡ ଓ୍ବିଲିୟମ୍ସ ଦୁଇଟି ଲେଖାଏ ଉଇକେଟ ନେଇଥିବା ବେଳେ ଟାବରେଜ୍‌ ସାମ୍ସି ଓ ନାଣ୍ଡ୍ରେ ବର୍ଗର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୨୦୧/୭(ସୂର୍ଯ୍ୟକୁମାର ଯାଦବ-୧୦୦, ଯଶସ୍ବୀ ଜୟସ୍ବାଲ-୬୦, କେଶବ ମହାରାଜ-୨/୨୬, ଟାବରେଜ୍‌ ସାମ୍ସି-୧/୩୮, ନାଣ୍ଡ୍ରେ ବର୍ଗର-୧/୪୪, ଲିଜାଡ ଓ୍ବିଲିୟମ୍ସ-୨/୪୬)।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri