Posted inଖେଳ

ଅନ୍ତିମ ଟି୨୦:ସୂର୍ଯ୍ୟକୁମାରଙ୍କ ଶତକ

ଜୋହାନ୍ସବର୍ଗ,୧୫ା୧୨:ଗୁରୁବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଅନ୍ତିମ ଟି୨୦ ମ୍ୟାଚରେ ଶତକ ହାସଲ କରିଛନ୍ତି ଭାରତର ସୂର୍ଯ୍ୟକୁମାର ଯାଦବ। ସେ ଟି୨୦ରେ ନିଜର ଚତୁର୍ଥ ଶତକ ହାସଲ କରିଥିବା ବେଖଳେ ଯଶସ୍ବୀ ଜୟସ୍ବାଲଙ୍କ ସହ ଶତକୀୟ ଭାଗୀଦାରି କରିଥିଲେ। ଫଳରେ ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୨୦୧ ରନ୍‌ କରିଥିଲା। ସମାନ ଏକାଦଶ ସହିତ ଭାରତ ଓହ୍ଲାଇଥିବା ବେଳେ ଟସ୍‌ ଜିତି ବ୍ୟାଟିଂ ନେଇଥିଲେ ସୂର୍ଯ୍ୟକୁମାର ଯାଦବ।
ଭାରତ ପକ୍ଷରୁ ଶୁବମନ ଗିଲ୍‌ (୧୨) ଓ ଯଶସ୍ବୀ ଜୟସ୍ବାଲ(୬୦) ଓପନ କରି ୨୯ ରନ୍‌ ଯୋଡିଥିଲେ। ପ୍ରଥମ ଦୁଇ ଓଭରରେ ଉଭୟ ଖେଳାଳି ୨୯ ରନ୍‌ ଯୋଡିଥିଲେ। ନାଣ୍ଡ୍ରେ ବର୍ଗରଙ୍କ ପ୍ରଥମ ଓଭରରୁ ୧୪ ଓ ଏଡେନ୍‌ ମାର୍କରାମଙ୍କ ଦ୍ୱିତୀୟ ଓଭରରୁ ୧୫ ରନ୍‌ ସଂଗ୍ରହ କରିଥିଲେ ଉଭୟ ଓପନର। ତେବେ ତୃତୀୟ ଓଭରରେ କେଶବ ମହାରା ଲଗାତାର ବଲ୍‌ରେ ୨ ଉଇକେଟ ନେଇ ଭାରତକୁ ସଙ୍କଟରେ ପକାଇଥିଲେ। କ୍ରଶ୍‌ ଶଟ୍‌ ଖେଳିବାକୁ ଯାଇ ଗିଲ୍‌ ଲେଗ୍‌ ବିଫୋର ହୋଇଥିବା ବେଳେ ପରବର୍ତ୍ତୀ ବଲ୍‌ରେ ତିଳକ ବର୍ମା ପ୍ୟାଭିଲିୟନ୍‌ ଫେରିଥିଲେ। ୨୯ ରନ୍‌ରେ ଦୁଇ ଉଇକେଟର ପତନ ଘଟିଥିବା ବେଳେ କ୍ରିଜ୍‌ରେ ଯୋଗ ଦେଇଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ତୃତୀୟ ଉଇକେଟରେ ଜୟସ୍ବାଲଙ୍କ ସହିତ ୧୧୨ ରନ୍‌ ଯୋଡିବା ସହ ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ। ଆରମ୍ଭରୁ ସୂର୍ଯ୍ୟ ଷ୍ଟ୍ରାଇକ୍‌ ରୋଟେଟ୍‌ କରୁଥିବା ବେଳେ ଜୟସ୍ବାଲ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ। ତେବେ ୧୨ ନମ୍ବର ଓଭରରୁ ଗିୟର ବଦଳାଇଥିଲେ ସୂର୍ଯ୍ୟକୁମାର। ଆଣ୍ଡିଲେ ଫେଲୁକ୍ୱାୟୋଙ୍କ ଓଭରରେ ୨୩ ରନ୍‌ ସ୍କୋର କରିଥିବା ବେଳେ ୧୫ ନମ୍ବର ଓଭରରେ ନାଣ୍ଡ୍ରେ ବର୍ଗରଙ୍କ ବିପକ୍ଷରେ ୧୭ ରନ୍‌ ସ୍କୋର କରିଥିଲେ। ଚମତ୍କାର ବ୍ୟାଟିଂ କରୁଥିବା ଜୟସ୍ବାଲ ବଡ ଶଟ୍‌ ଖେଳିବାକୁ ଯାଇ ଟାବରେଜ୍‌ ସାମ୍ସିଙ୍କ ବଲରେ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ୪୧ ବଲ୍‌ ଖେଳି ୬୦ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ୬ ଚୌକା ଓ ୩ ଛକା ସାମିଲ ଥିଲା। ଜୟସ୍ବାଲ ଆଉଟ ହେବା ପରେ ଚତୁର୍ଥ ଉଇକେଟରେ ରିଙ୍କୁ ସିଂ(୧୪)ଙ୍କ ସହିତ ମିଶି ୪୭ ରନ୍‌ ଯୋଡିଥିଲେ ସୂର୍ଯ୍ୟକୁମାର। ସୂର୍ଯ୍ୟ ୫୬ ବଲ୍‌ ଖେଳି ୭ ଚୌକା ଓ ୮ ଛକା ସହିତ ୧୦୦ ରନ୍‌ ସ୍କୋର କରିଥିଲେ। ଅନ୍ତିମ ଓଭର ପ୍ରଥମ ବଲ୍‌ରେ ସୂର୍ଯ୍ୟ ୫୫ ବଲ୍‌ରୁ ଟି୨୦ କ୍ୟାରିୟରର ଚତୁର୍ଥ ଶତକ ହାସଲ କରିଥିଲେ। ଟି୨୦ରେ ସର୍ବାଧିକ ଶତକରେ ସେ ରୋହିତ ଶର୍ମା ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ସମକକ୍ଷ ହୋଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ଲିଜାଡ ଓ୍ବିଲିୟମ୍ସ ଦୁଇଟି ଲେଖାଏ ଉଇକେଟ ନେଇଥିବା ବେଳେ ଟାବରେଜ୍‌ ସାମ୍ସି ଓ ନାଣ୍ଡ୍ରେ ବର୍ଗର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୨୦୧/୭(ସୂର୍ଯ୍ୟକୁମାର ଯାଦବ-୧୦୦, ଯଶସ୍ବୀ ଜୟସ୍ବାଲ-୬୦, କେଶବ ମହାରାଜ-୨/୨୬, ଟାବରେଜ୍‌ ସାମ୍ସି-୧/୩୮, ନାଣ୍ଡ୍ରେ ବର୍ଗର-୧/୪୪, ଲିଜାଡ ଓ୍ବିଲିୟମ୍ସ-୨/୪୬)।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri