ଟିକାକରଣ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି

ଭୁବନେଶ୍ୱର, ୧୫।୧(ବ୍ୟୁରୋ):ଶନିବାରଠାରୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକାକରଣ। ଏହି ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରଥମେ ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏନେଇ ଗୁରୁବାରଠାରୁ ସ୍ବାସ୍ଥ୍ୟକର୍ମୀଙ୍କ ମୋବାଇଲ୍‌ ଫୋନ୍‌କୁ ଏସ୍‌ଏମ୍‌ଏସ୍‌ ପଠାଯାଇଛି। କେଉଁଠି ଓ କେତେବେଳେ ଟିକା ଦିଆଯିବ ତାହାର ସବିଶେଷ ତଥ୍ୟ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜଣାଇଦିଆଯାଇଛି। କରୋନା ଟିକା ରଖିବା ପାଇଁ ୪୧ଟି ଡିପ୍‌ ଫ୍ରିଜର ଆସି ପହଞ୍ଚତ୍ଛି। ଏହା ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲାକୁ ପଠାଯିବ। ଇତିମଧ୍ୟରେ ପ୍ରତି ଜିଲା ଓ କୋଲ୍ଡ ଚେନ୍‌ ପଏଣ୍ଟରେ ଟିକା ପହଞ୍ଚତ୍ ଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପ୍ରାଣିଗ୍ରାହୀ ସୂଚନା ଦେଇଛନ୍ତି।
ସ୍ବାସ୍ଥ୍ୟ ବିଭାଗ ଦେଇଥିବା ସୂଚନାନୁସାରେ, ଆସନ୍ତା ୧୬ ତାରିଖରେ ରାଜ୍ୟର ୧୬୦ଟି ନିର୍ଦ୍ଧାରିତ ଡାକ୍ତରଖାନାରେ କରୋନା ଟିକାକରଣ ଆରମ୍ଭ କରାଯିବ। ପ୍ରଥମେ ଜଣେ ସଫେଇ କର୍ମଚାରୀଙ୍କୁ ଟିକା ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଗୁରୁତ୍ୱ ଦିଆଯାଇଛି। ଟିକାକରଣ ସମୟରେ ପ୍ରତ୍ୟେକ ଡାକ୍ତରଖାନାର ସମସ୍ତ କର୍ମଚାରୀ (ସଫେଇ କର୍ମୀଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ) ଯେପରି ଟିକା ନେଇପାରିବେ, ସେଥିପାଇଁ ଯଥେଷ୍ଟ ଡୋଜ୍‌ ଉପଲବ୍ଧ କରାଇବାକୁ ପଦକ୍ଷେପ ନିଆଯାଇଛି। ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିବା ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ (ସରକାରୀ ଓ ଘରୋଇ) ତ୍ରିସ୍ତରୀୟ, ଦ୍ୱିସ୍ତରୀୟ ଓ ପ୍ରାଥମିକସ୍ତରୀୟ ସେବା ଉପଲବ୍ଧତା ଆଧାରରେ ଟିକାକରଣ ପାଇଁ ଅଗ୍ରାଧିକାର ଦିଆଯିବ। ସର୍ବପ୍ରଥମେ ତ୍ରିସ୍ତରୀୟ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଏହି ଟିକାକରଣ ଆରମ୍ଭ କରାଯିବ। ଡାକ୍ତରଖାନାରେ ଯଥେଷ୍ଟ ପରିମାଣର କରୋନା ଟିକା ଉପଲବ୍ଧ ହୋଇ ନ ପାରିଲେ, ବରିଷ୍ଠ କର୍ମଚାରୀଙ୍କୁ ଅଗ୍ରାଧିକାର ଦିଆଯିବ। ତେବେ କୋଭିଡ୍‌ ପରିଚାଳନା ସମ୍ପର୍କିତ ରାଜ୍ୟ ଷ୍ଟିଅରିଂ କମିଟି ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କରୋନା ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରାଜସ୍ବ ବିଭାଗର କର୍ମଚାରୀଙ୍କ ଟିକାକରଣ ପାଇଁ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୨ହଜାର ୫୫୫ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କ କରୋନା ପ୍ରତିଷେଧକ ଟିକାକରଣ ପାଇଁ ୪ଲକ୍ଷ ୮ହଜାର କୋଭିଶିଲ୍ଡ ଓ ୨୦ହଜାର କୋଭାକ୍ସିନ ଟିକା ଆସିଛି। କୋଭିଶିଲ୍ଡ ଟିକା ଭାଏଲ୍‌ ୧୦ ଡୋଜ୍‌ ବିଶିଷ୍ଟ ହୋଇଥିବାବେଳେ କୋଭାକ୍ସିନ ଟିକା ଭାଏଲ୍‌ ୨୦ ଡୋଜ୍‌ ବିଶିଷ୍ଟ। ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଣେ କେବଳ ଗୋଟିଏ ପ୍ରକାରର ଟିକା (କୋଭିଶିଲ୍ଡ କିମ୍ବା କୋଭାକ୍ସିନ) ୨ଟି ଡୋଜ୍‌ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri