ଟିକାକରଣ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି

ଭୁବନେଶ୍ୱର, ୧୫।୧(ବ୍ୟୁରୋ):ଶନିବାରଠାରୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକାକରଣ। ଏହି ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରଥମେ ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏନେଇ ଗୁରୁବାରଠାରୁ ସ୍ବାସ୍ଥ୍ୟକର୍ମୀଙ୍କ ମୋବାଇଲ୍‌ ଫୋନ୍‌କୁ ଏସ୍‌ଏମ୍‌ଏସ୍‌ ପଠାଯାଇଛି। କେଉଁଠି ଓ କେତେବେଳେ ଟିକା ଦିଆଯିବ ତାହାର ସବିଶେଷ ତଥ୍ୟ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜଣାଇଦିଆଯାଇଛି। କରୋନା ଟିକା ରଖିବା ପାଇଁ ୪୧ଟି ଡିପ୍‌ ଫ୍ରିଜର ଆସି ପହଞ୍ଚତ୍ଛି। ଏହା ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲାକୁ ପଠାଯିବ। ଇତିମଧ୍ୟରେ ପ୍ରତି ଜିଲା ଓ କୋଲ୍ଡ ଚେନ୍‌ ପଏଣ୍ଟରେ ଟିକା ପହଞ୍ଚତ୍ ଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପ୍ରାଣିଗ୍ରାହୀ ସୂଚନା ଦେଇଛନ୍ତି।
ସ୍ବାସ୍ଥ୍ୟ ବିଭାଗ ଦେଇଥିବା ସୂଚନାନୁସାରେ, ଆସନ୍ତା ୧୬ ତାରିଖରେ ରାଜ୍ୟର ୧୬୦ଟି ନିର୍ଦ୍ଧାରିତ ଡାକ୍ତରଖାନାରେ କରୋନା ଟିକାକରଣ ଆରମ୍ଭ କରାଯିବ। ପ୍ରଥମେ ଜଣେ ସଫେଇ କର୍ମଚାରୀଙ୍କୁ ଟିକା ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଗୁରୁତ୍ୱ ଦିଆଯାଇଛି। ଟିକାକରଣ ସମୟରେ ପ୍ରତ୍ୟେକ ଡାକ୍ତରଖାନାର ସମସ୍ତ କର୍ମଚାରୀ (ସଫେଇ କର୍ମୀଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ) ଯେପରି ଟିକା ନେଇପାରିବେ, ସେଥିପାଇଁ ଯଥେଷ୍ଟ ଡୋଜ୍‌ ଉପଲବ୍ଧ କରାଇବାକୁ ପଦକ୍ଷେପ ନିଆଯାଇଛି। ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିବା ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ (ସରକାରୀ ଓ ଘରୋଇ) ତ୍ରିସ୍ତରୀୟ, ଦ୍ୱିସ୍ତରୀୟ ଓ ପ୍ରାଥମିକସ୍ତରୀୟ ସେବା ଉପଲବ୍ଧତା ଆଧାରରେ ଟିକାକରଣ ପାଇଁ ଅଗ୍ରାଧିକାର ଦିଆଯିବ। ସର୍ବପ୍ରଥମେ ତ୍ରିସ୍ତରୀୟ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଏହି ଟିକାକରଣ ଆରମ୍ଭ କରାଯିବ। ଡାକ୍ତରଖାନାରେ ଯଥେଷ୍ଟ ପରିମାଣର କରୋନା ଟିକା ଉପଲବ୍ଧ ହୋଇ ନ ପାରିଲେ, ବରିଷ୍ଠ କର୍ମଚାରୀଙ୍କୁ ଅଗ୍ରାଧିକାର ଦିଆଯିବ। ତେବେ କୋଭିଡ୍‌ ପରିଚାଳନା ସମ୍ପର୍କିତ ରାଜ୍ୟ ଷ୍ଟିଅରିଂ କମିଟି ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କରୋନା ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରାଜସ୍ବ ବିଭାଗର କର୍ମଚାରୀଙ୍କ ଟିକାକରଣ ପାଇଁ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୨ହଜାର ୫୫୫ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କ କରୋନା ପ୍ରତିଷେଧକ ଟିକାକରଣ ପାଇଁ ୪ଲକ୍ଷ ୮ହଜାର କୋଭିଶିଲ୍ଡ ଓ ୨୦ହଜାର କୋଭାକ୍ସିନ ଟିକା ଆସିଛି। କୋଭିଶିଲ୍ଡ ଟିକା ଭାଏଲ୍‌ ୧୦ ଡୋଜ୍‌ ବିଶିଷ୍ଟ ହୋଇଥିବାବେଳେ କୋଭାକ୍ସିନ ଟିକା ଭାଏଲ୍‌ ୨୦ ଡୋଜ୍‌ ବିଶିଷ୍ଟ। ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଣେ କେବଳ ଗୋଟିଏ ପ୍ରକାରର ଟିକା (କୋଭିଶିଲ୍ଡ କିମ୍ବା କୋଭାକ୍ସିନ) ୨ଟି ଡୋଜ୍‌ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri