ରିଲିଜ ପୂର୍ବରୁ ଚର୍ଚ୍ଚାରେ ବର୍ଷାଙ୍କ ଫିଲ୍ମ ‘ଓ୍ବାଇଫ୍‌’; ଅନୁଭବଙ୍କ ସହ ସମ୍ପର୍କକୁ…

ଭୁବନେଶ୍ୱର,୨୮।୧୨: ପୁଣି ଚର୍ଚ୍ଚାରେ ଓଲଉଡ୍‌ର ଅନ୍ୟତମ ସୁପରହିଟ୍‌ ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ। ଗୋଟିଏ ପଟେ ଅନୁଭବଙ୍କ ଜୀବନକୁ ନେଇ ଦିଲ୍ଲୀର ଖବରଦାତା ଜାଗୃତି ଶୁକ୍ଳା ‘ବ୍ଲକବଷ୍ଟର ଟୁ ବାଲାଟ ବକ୍ସ’ ନାମକ ଏକ ପୁସ୍ତକ ରଚନା କରୁଥିବା ବେଳେ ଏବେ ବର୍ଷା ନିଜର ଅପକମିଂ ଫିଲ୍ମକୁ ନେଇ ଖବର ଶିରୋନାମାକୁ ଆସିଛନ୍ତି। ଜାନୁଆରୀ ୩ରେ ବର୍ଷାଙ୍କ ଫିଲ୍ମ ‘ଓ୍ବାଇଫ୍‌’ ବଡ଼ ପରଦାକୁ ଆସିବ। ଏହାର କାହାଣୀ ଅନେକାଂଶରେ ବର୍ଷାଙ୍କ ଜୀବନ ସହ ମେଳ ଖାଉଛି ବୋଲି କୁହାଯାଉଛି। ଫିଲ୍ମ ରିଲିଜ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପ୍ରଶଂସକ ମତ ରଖୁଛନ୍ତି।

ଫିଲ୍ମରେ ବର୍ଷା ହିରୋ ଜୟଜିତଙ୍କୁ ବିବାହ କରୁଛନ୍ତି। କିଛିଦିନ ବେଶ ହସଖୁସିରେ ରୋମାଣ୍ଟିକ ଜୀବନ ବିତୁଥିବା ବେଳେ ହଠାତ ସ୍ବାମୀସ୍ତ୍ରୀଙ୍କ ସମ୍ପର୍କରେ ତୃତୀୟ ମହିଳାଙ୍କ ଏଣ୍ଟ୍ରୀ ହେଉଛି। ସେ ପେସାରେ ଜଣେ ମହିଳା ଖବରଦାତା। ସ୍ବାମୀ ତାଙ୍କ ପ୍ରେମରେ ଉବୁଟୁବୁ ହେବା ଯୋଗୁ ବୈବାହିକ ଜୀବନରେ ଉଠୁଛି ଝଡ଼। ଶେଷରେ ବର୍ଷାଙ୍କ ସ୍ବାମୀ ତାଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି। ବିଚ୍ଛେଦର ସବୁ କାରଣ ସେ ସ୍ତ୍ରୀଙ୍କ ମୁଣ୍ଡରେ ଠେଲିଦେଇ ଦୋଷୀ କରିବାକୁ ପଛାଉ ନାହାନ୍ତି। ନୂଆବର୍ଷରେ ଏଭଳି ବିଷୟବସ୍ତୁକୁ ନେଇ ରିଲିଜ ହେବ ‘ଓ୍ବାଇଫ୍‌’। ଏହାକୁ ଦେଖିଲେ ହଠାତ ଏହା ବର୍ଷା ଅନୁଭବଙ୍କ ଜୀବନ କାହାଣୀ ବୋଲି ଦର୍ଶକେ ଭାବିବାକୁ ବାଧ୍ୟ ହେବେ। ତେବେ ଏହା କେବଳ ଏକ କାହାଣୀ। ସମାଜର ଅଧିକାଂଶ ଘରେ ଏଭଳି କାହାଣୀ ଘଟୁଛି ବୋଲି ବର୍ଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri