ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀ ସୁଶିଲଙ୍କୁ ପହରଣ: କଳାରାତିର ଲୋମଟାଙ୍କୁରା କଥା…

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧା ଜିଲା ବାଲୁଗାଁର ଜଣାଶୁଣା ବ୍ୟବସାୟୀ ସୁଶିଲ ସୁବୁଦ୍ଧିଙ୍କୁ ଅପହରଣ କରି ୧କୋଟି ଟଙ୍କା ମାଗିବା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଗୋଟେ କାର, ନଗଦ ୬ଲକ୍ଷ ୨୫ହଜାର ଟଙ୍କା, ମାରଣାସ୍ତ୍ର ସହ ମୋବାଇଲ ପୋଲିସ ଜବତ କରିଛି । ୨୭ତାରିଖରେ ତାଙ୍କୁ ଅପହରଣ କରାଯାଇଥିଲା । ଫିଲ୍ମ ଷ୍ଟାଇଲରେ ଅପରାଧୀ ଯୋଜନା କରିଥିଲେ । ୧୨ ଘଣ୍ଟାର ଅପରେଶନ ପରେ ପୋଲିସ ତାଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତମାନେ ଗଞ୍ଜାମ ଓ ବାଣପୁର ଅଞ୍ଚଳର ବୋଲି ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶନିବାର ରାତରେ ସୁଶିଲ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ପାଟଣାସାହି ସ୍ଥିତ ଘରକୁ ଫେରୁଥିଲେ। ବାଲୁଗାଁ କେନ୍ଦ୍ରୀୟ ସ୍କୁଲ ଠାରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ପାଟି କଲେ ଜୀବନରେ ମାରିଦେବାକୁ ଧମକ ଦେଲେ ଆଖିରେ କଳାକନା ଓ ହାତକୁ ବାନ୍ଧିଦେବା ପରେ ତାଙ୍କୁ ଏକ କାରରେ ଉଠାଇନେଇ ଚାଲିଯାଇଲେ। ସୁଶିଳଲ ନିକଟରେ ଥିବା ୩ଲକ୍ଷ ୪୫ହଜାର ଟଙ୍କା ନଗଦ ଓ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ରାତି ସାରା କାରରେ ସୁଶିଲଙ୍କୁ ମାଡ଼ ମାରିଥିଲେ। ଘରକୁ ଫୋନ କରି ୧ କୋଟି ଟଙ୍କା ଅଣାଇଲେ ଛାଡ଼ିବୁ ବୋଲି କହିଥିଲେ।

ଅନ୍ୟପକ୍ଷେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ବାମୀ ଘରକୁ ନ ଫେରିବାରୁ ସ୍ତ୍ରୀ ସମସ୍ତିଙ୍କୁ ଫୋନ କରିଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ଫୋନ କରି କହିଲେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସକାଳ ୮ଟାରେ ଛାଡିବ। ତେବେ ତାଙ୍କୁ ସନ୍ଦେହ ହେବାରୁ ସେ ଥାନାରେ ଅଭିଯୋଗ କରିଥିଲେ।

ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଥାନାଧିକାରୀ ଜୟକୃଷ୍ଣ ପରିଡା, ଏସଆଇ ଏସ୍‌କେ ପାଣିଗ୍ରାହୀ ଓ ଅନ୍ୟ ଟିମ୍‌ଙ୍କୁ ନେଇ ପୋଲିସ ଆରମ୍ଭ ଅପରେଶନ କରିଥିଲା । ମୋବାଇଲ ଫୋନ ଟ୍ରାକ କରି ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଚାରିଆଡେ ଚାଲିଲା ଶର୍ଚ୍ଚ ଅପରେଶନ। ପୋଲିସ ପଛରେ ପଡି ଯାଇଥିବା ଜାଣିପାରି ଅଭିଯୁକ୍ତ ଚାନ୍ଦପୁର ବାଇପାସ ଠାରେ ସୁଶଲଙ୍କୁ ଧକ୍କା ମାରିଠେଲି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଭିଯୁକ୍ତଙ୍କ ଗାଡିକୁ ପିଛା କରି ଧରିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri