‘ଅପରେଶନ ସିନ୍ଦୂର’ ଫିଲ୍ମ ନେଇ ଘୋଷଣା, ଜାରି ହେଲା ପୋଷ୍ଟର

ମୁମ୍ବାଇ: ‘ଅପରେଶନ ସିନ୍ଦୂର’। ପହଲଗାମରେ ହୋଇଥିବା ବର୍ବୋରଚିତ ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବାହିନୀ। ଏବେ ଏହି ଅପରେଶନ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଏନେଇ ଘୋଷଣା କରାଯାଇଛି।

ଭାଇରାଲ ଭୟାନିଙ୍କ ଅନୁଯାୟୀ, ଏହି ଫିଲ୍ମଟି ନିକି-ଭିକି ଭଗନାନି ଫିଲ୍ମସ୍‌ ଏବଂ କଣ୍ଟେଣ୍ଟ ଇଞ୍ଜିନିୟରଙ୍କ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି। ଏକ AI ପୋଷ୍ଟର ମାଧ୍ୟମରେ ଏହି ଫିଲ୍ମର ଘୋଷଣା କରାଯାଇଛି। ପୋଷ୍ଟରରେ ଜଣେ ମହିଳା ସାମରିକ ଅଧିକାରୀ ହାତରେ ବନ୍ଧୁକ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବାର ଦେଖାଯାଉଛି। ଏହା ର ପୋଷ୍ଟରରେ ‘ଭାରତ ମାତା କି ଜୟ ଅପରେସନ ସିନ୍ଦୂର’ ଲେଖାଯାଇଛି।

Sindoor Movie Post

ଏହି ଫିଲ୍ମଟି ଜ୍ୟାକି ଭଗନାନୀଙ୍କ ସମ୍ପର୍କୀୟ ଭାଇ ଭିକି ଭଗନାନୀଙ୍କ ଦ୍ୱାରା ପ୍ରଯୋଜିତ ହେଉଛି। ଭିକି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭାଇରାଲଙ୍କ ପୋଷ୍ଟ ସେୟାର କରି ତାଙ୍କ ଫିଲ୍ମର ଘୋଷଣା ମଧ୍ୟ କରିଛନ୍ତି। ଏବେ କେବଳ ଫିଲ୍ମଟି ଘୋଷଣା କରାଯାଇଛି। ଏହି ଫିଲ୍ମର ଷ୍ଟାରକାଷ୍ଟ ସମ୍ପର୍କରେ କୌଣସି ସୂଚନା ଶେୟାର କରାଯାଇ ନାହିଁ। ଉତ୍ତମ ମାହେଶ୍ୱରୀ ଏବଂ ନୀତିନ କୁମାର ଗୁପ୍ତା ମିଳିତ ଭାବରେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଭିକି ଭଗନାନୀ ବଲିଉଡରେ ଏକ ବଡ଼ ନାମ। ସେ ସୋନାକ୍ଷୀ ସିହ୍ନାଙ୍କ ସହିତ ‘ନିକିତା ରୟ’ ନାମକ ଏକ ଫିଲ୍ମ ମଧ୍ୟ ତିଆରି କରିଛନ୍ତି। ସୋନାକ୍ଷୀଙ୍କ ଏହି ଫିଲ୍ମ ମେ’ ୩୦ରେ ମୁକ୍ତିଲାଭ କରିବ।

 

View this post on Instagram

 

A post shared by Viral Bhayani (@viralbhayani)

‘ଅପରେସନ ସିନ୍ଦୂର’ ହେଉଛି ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପାକିସ୍ତାନ ବିରୁଦ୍ଧରେ ପରିଚାଳିତ ଏକ ଅପରେଶନ। ପାକିସ୍ତାନୀ ଆତଙ୍କବାଦୀମାନେ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀରର ପହଲଗାମରେ ଆକ୍ରମଣ କରି ୨୬ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ। ପାକିସ୍ତାନକୁ ଜବାବ ଦେବା ପାଇଁ, ମେ’ ୭ ମଇରେ, ଭାରତୀୟ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ପାକିସ୍ତାନରେ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲେ। ଏବେ ଏହି ଷ୍ଟ୍ରାଇକର କାହାଣୀ ପରଦାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri