ଜୀବନ ଯୁଦ୍ଧରେ ସମୟ ସହିତ ମୁକାବିଲା କର, ସମୟ ସରିବା ପୂର୍ବରୂ ଜୀବନ ବଞ୍ଚାନ୍ତୁ ୭୨ ଦେଶର ଉଦ୍ଧାରକାରୀ: ଡବ୍ଲୁଏଚଓ ମୁଖ୍ୟ…

ଇସ୍ତାନବୁଲ,୯।୨ : ତୁର୍କୀରେ ଭୂକମ୍ପ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୃଥିବୀର ୭୨ ଟି ରାଷ୍ଟ୍ର ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି। ଏହି କ୍ରମରେ ମାଟି ତଳେ ପୋତି ହୋଇ ରହିଥିବା ଲୋକଙ୍କ ଉଦ୍ଧାର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଚେତାବନୀ ଦେଇଛନ୍ତି ଯେ ଅଳିଆ ଗଦାରେ ପୋତି ହୋଇଯାଇଥିବା ଲୋକଙ୍କ ପାଇଁ ସମୟ ସରି ସରି ଯାଉଛି। ଜୀବନ ଯୁଦ୍ଧରେ ସମୟ ସହିତ ମୁକାବିଲା, ସମୟ ସରିବା ପୂର୍ବରୂ ଜୀବନ ବଞ୍ଚାନ୍ତୁ ୭୨ ଦେଶର ଉଦ୍ଧାରକାରୀ ।

ତାଙ୍କର ଏଭଳି ଭାବୁକ ମନ୍ତବ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ତୁର୍କୀ ଏବଂ ସିରିଆର ଅନେକ ସହରରେ ତାପମାତ୍ରା ଶୂନ ତଳେ ପହଞ୍ଚିଛି। ମିଳିତ ଜାତିସଂଘ କହିଛି ଯେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ବରଫ ଓ ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଭୂକମ୍ପର କେନ୍ଦ୍ରସ୍ଥଳ ଗଞ୍ଜିଆତେପର ଲୋକମାନେ କହିଛନ୍ତି ଯେ ବିନାଶର ୧୨ ଘଣ୍ଟା ପରେ ମଧ୍ୟ ସାହାଯ୍ୟ ସେମାନଙ୍କ ନିକଟରେ ପହଞ୍ଚି ନ ଥିଲା। ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳର ଅନେକ ପରିବାର କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ବହୁତ ମନ୍ଥର ହୋଇଛି। ବର୍ଜ୍ୟବସ୍ତୁରୁ ସମ୍ପର୍କୀୟମାନଙ୍କୁ ଖୋଳିବାରେ ଆମେ କୌଣସି ସାହାଯ୍ୟ ପାଇନାହୁଁ । ବିପର୍ଯ୍ୟୟ ଯୋଗୁ ରାସ୍ତା ନଷ୍ଟ ହୋଇ ଯାଇଛି। ଫଳରେ ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି।
ୟୁରୋପୀୟ ୟୁନିଅନ, ଆମେରିକା, ଇସ୍ରାଏଲ ଏବଂ ରୁଷିଆ ପକ୍ଷରୁ ତାଲିମପ୍ରାପ୍ତ ଉଦ୍ଧାରକାରୀ ଦଳ ତୁର୍କୀରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅସ୍ଥାୟୀ ଶିବିରକୁ ପ୍ୟାକ ହୋଇଥିବା ଖାଦ୍ୟ, କମ୍ବଳ, ଔଷଧ ଏବଂ ଅନ୍ୟାନ୍ୟ ଜିନିଷ ପଠାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri