ଧନୀ ଦେଶରେ ବେସରକାରୀ ସ୍କୁଲ୍‌କୁ ଯାଆନ୍ତି କମ୍‌ ଛାତ୍ରୀଛାତ୍ର, କାରଣ ଜାଣିଲେ…

ଲଣ୍ଡନ, ଓ୍ବାଶିଂଟନ୍‌,୧୦।୬: ଆମ ଦେଶରେ ସରକାରୀ ସ୍କୁଲ୍‌ ଠାରୁ ବେସରକାରୀ ସ୍କୁଲ୍‌ରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧିକ। କିନ୍ତୁ ଏକ ଗବେଷଣାରୁ ଜଣାପଡିଛି କି, ଧନୀକ ଶ୍ରେଣୀର ବେସରକାରୀ ସ୍କୁଲ୍‌ରେ ଅଧ୍ୟୟନ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବହୁତ୍‌ କମ୍‌। ସ୍କୁଲ୍‌ ଫି ଏବଂ ନାମଲେଖା ଫି ପାଇଁ ଏଠାରେ ବେସରକାରୀ ସ୍କୁଲ୍‌ରେ ଅଧ୍ୟୟନରତ ଛାତ୍ରଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୪ ରୁ ୨୦୨୨-୨୨ମଧ୍ୟରେ ଅକ୍ସଫୋର୍ଡ କିମ୍ବା କେମ୍ବ୍ରିଜ ପରି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଆଡମିଶନ କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅଧାରୁ ଆହୁରି କମ୍‌ ହୋଇଯାଇଛି।
ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ(ଓଇସିଡି) ଯାହା ଧନୀକ ଶ୍ରେଣୀର ୩୦ସଦସ୍ୟ ଦେଶମାନଙ୍କୁ ନେଇ ଗଠିତ। ଏକ ସର୍ଭେ ଅନୁଯାୟୀ ୨୦୦୦ମସିହାରେ ଏହି ସ୍କୁଲ୍‌ର ଛାତ୍ରମାନଙ୍କର ସଂଖ୍ୟା ମୂଳ ସଂଖ୍ୟାରୁ ୮ଶତକଡା ହ୍ରାସ ପାଇଛି। ଯାହା ୨୦୧୮ରୁ ଆହୁରି କମି ୫ଶତକଡା ହୋଇ ଯାଇଛି।

ବ୍ରିଟେନରେ ୬.୫% ଛାତ୍ର ଘରୋଇ ବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ଆମେରିକାର ୯% ପିଲା ଅଧ୍ୟୟନ କରିଥା’ନ୍ତି। ବ୍ରିଟେନର ଏକ ଘରୋଇ ବିଦ୍ୟାଳୟରେ ପିଲାଙ୍କ ବାର୍ଷିକ ପାଠପଢା ଖର୍ଚ୍ଚ ୧୬ଲକ୍ଷ ଟଙ୍କାରୁ ଅଧିକ। ଯାହା ଏକ ମଧ୍ୟବିତ୍ତ ପରିବାର ଏହି ଖର୍ଚ୍ଚ ଉଠାଇବା କାଠିକର ପାଠ ହୋଇଥାଏ। ଆମେରିକାର ମହଙ୍ଗା ସ୍କୁଲ୍‌ ମାନଙ୍କରେ ବାର୍ଷିକ ପାଠପଢା ଖର୍ଚ୍ଚ ପ୍ରାୟ ୨୩ ଲକ୍ଷ ଟଙ୍କା। ୨୦୧୫ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ବ୍ରିଟେନ୍‌ରେ ଘରୋଇ ବିଦ୍ୟାଳୟରେ ପାଠ ପଢାଉଥିବା ୨୫ ବର୍ଷୀୟ ଶିକ୍ଷକଙ୍କ ଆୟ ଶ୍ରମିକଙ୍କ ତୁଳନାରେ ୧୭% ଅଧିକ। ୪୨ବର୍ଷରେ ସେମାନେ ପ୍ରାୟ ୨୧% ରୋଜକାର କରି ସାରିଥା’ନ୍ତି।

ବ୍ରିଟେନ୍‌ ବିଶ୍ୱବିଦ୍ୟାଳୟମାନଙ୍କରେ ବିଦେଶୀ ଛାତ୍ରୀଛାତ୍ରଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରାଯାଏ। କିନ୍ତୁ ଆମେରିକାର ଶୀର୍ଷ ବିଶ୍ୱବିଦ୍ୟାଳୟମାନଙ୍କରେ ଗରିବ ଛାତ୍ରଙ୍କ ଠାରୁ ବହୁତ କମ ଫି ଆଦାୟ କରାଯାଏ। ଏହି କାରଣରୁ ଦକ୍ଷ ଛାତ୍ରୀଛାତ୍ରମାନେ ଭଲ କଲେଜରେ ପଢିବାର ସୁଯୋଗ ପାଇଥା’ନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri