ଆଗକୁ ପାର୍ବଣ ଋତୁ: ଚିନି ରପ୍ତାନି ଉପରେ ରୋକ ଲଗାଯାଇପାରେ…

ନୂଆଦିଲ୍ଲୀ,୧୧।୧୦ : ଅସ୍ବାଭାବିକ ମୌସୁମୀ କାରଣରୁ ଚିନି ଉତ୍ପାଦନରେ ହ୍ରାସ ଏବଂ ପାର୍ବଣ ଋତୁରେ ଚାହିଦା ବୃଦ୍ଧି ନେଇ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କିଛି ପ୍ରତିବନ୍ଧକ ଲଗାଇ ପାରନ୍ତି। ଅକ୍ଟୋବର ୧ ରୁ ନୂତନ ଚିନି ଋତୁରେ ଆଗାମୀ ଦିନରେ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ପାର୍ବଣ ସମୟରେ ଚିନି ମୂଲ୍ୟରେ ବୃଦ୍ଧି ଯୋଗୁ ସରକାର ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇପାରନ୍ତି।

ଚିନି ମୂଲ୍ୟ ବୃଦ୍ଧି ପରେ ସରକାର ଚିନି କମ୍ପାନୀମାନଙ୍କୁ ୧୦ଅକ୍ଟୋବର ୨୦୨୩ ସୁଦ୍ଧା ଉତ୍ପାଦନ, ପଠାଇବା, ଡିଲର, ଖୁଚୁରା ବ୍ୟବସାୟ ଏବଂ ବିକ୍ରିର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହା କରା ନ ଯାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ମଧ୍ୟ ନଭେମ୍ବର ୧୦ ସୁଦ୍ଧା ଏନଏସଡବ୍ଲ୍ୟଏସ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଚିନି ମିଲଗୁଡିକୁ କହିଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ, ୧ ଜାନୁୟାରୀ ୨୦୨୩ ରେ ଚିନି କିଲୋଗ୍ରାମ ପିଛା ଦାମ ୪୧.୪୫ ଟଙ୍କା ଥିଲା। ଯାହାର ମୂଲ୍ୟ ୧୦ ଅକ୍ଟୋବର ୨୦୨୩ ରେ ୪୩.୮୪ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହାର ଅର୍ଥ ହେଉଛି ୨୦୨୩ ମସିହାରେ ସରକାରୀ ତଥ୍ୟ ଅନୁଯାୟୀ ଏହା ୬ ପ୍ରତିଶତ ବୃଦ୍ଧି ପାଇଁ କିଲୋଗ୍ରାମର ଦାମ ୨.୫୦ ଟଙ୍କା ବ୍ୟୟବହୁଳ ହୋଇଛି।

ଏହାପୂର୍ବରୁ ଚିନି ଦର ବୃଦ୍ଧି ପରେ ସରକାର ବ୍ୟବସାୟୀ, ହୋଲସେଲର, ଖୁଚୁରା ବ୍ୟବସାୟୀ, ବଡ ଚେନ ରିଟେଲର ଏବଂ ପ୍ରୋସେସରଙ୍କ ଉପରେ ମୂଲ୍ୟ ଯାଞ୍ଚ କରିବା ଏବଂ ହୋର୍ଡିଂକୁ ରୋକିବା ପାଇଁ ପ୍ରତି ସପ୍ତାହରେ ଚିନି ଷ୍ଟକ ଘୋଷଣା କରିବାକୁ ବାଧ୍ୟତାମୂଳକ କରିଛନ୍ତି।

 

ସରକାର କହିଛନ୍ତି ପ୍ରତି ସପ୍ତାହରେ ଷ୍ଟକ ପ୍ରକାଶ କରିବା ଦ୍ୱାରା ଚିନି ମୂଲ୍ୟ ନିୟନ୍ତ୍ରଣରେ ସହାୟକ ହେବ । ହୋର୍ଡିଂକୁ ରୋକିବା ଗ୍ରାହକଙ୍କୁ ସୁଲଭ ଚିନି ଯୋଗାଇବାରେ ସାହାଯ୍ୟ କରିବ। ଷ୍ଟକ ଉପରେ ନଜର ରଖିବା ଦ୍ୱାରା ବଜାରରେ ଯେକୌଣସି ଅନିୟମିତତା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri