ଆଗକୁ ପାର୍ବଣ ଋତୁ: ଚିନି ରପ୍ତାନି ଉପରେ ରୋକ ଲଗାଯାଇପାରେ…

ନୂଆଦିଲ୍ଲୀ,୧୧।୧୦ : ଅସ୍ବାଭାବିକ ମୌସୁମୀ କାରଣରୁ ଚିନି ଉତ୍ପାଦନରେ ହ୍ରାସ ଏବଂ ପାର୍ବଣ ଋତୁରେ ଚାହିଦା ବୃଦ୍ଧି ନେଇ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କିଛି ପ୍ରତିବନ୍ଧକ ଲଗାଇ ପାରନ୍ତି। ଅକ୍ଟୋବର ୧ ରୁ ନୂତନ ଚିନି ଋତୁରେ ଆଗାମୀ ଦିନରେ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ପାର୍ବଣ ସମୟରେ ଚିନି ମୂଲ୍ୟରେ ବୃଦ୍ଧି ଯୋଗୁ ସରକାର ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇପାରନ୍ତି।

ଚିନି ମୂଲ୍ୟ ବୃଦ୍ଧି ପରେ ସରକାର ଚିନି କମ୍ପାନୀମାନଙ୍କୁ ୧୦ଅକ୍ଟୋବର ୨୦୨୩ ସୁଦ୍ଧା ଉତ୍ପାଦନ, ପଠାଇବା, ଡିଲର, ଖୁଚୁରା ବ୍ୟବସାୟ ଏବଂ ବିକ୍ରିର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହା କରା ନ ଯାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ମଧ୍ୟ ନଭେମ୍ବର ୧୦ ସୁଦ୍ଧା ଏନଏସଡବ୍ଲ୍ୟଏସ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଚିନି ମିଲଗୁଡିକୁ କହିଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ, ୧ ଜାନୁୟାରୀ ୨୦୨୩ ରେ ଚିନି କିଲୋଗ୍ରାମ ପିଛା ଦାମ ୪୧.୪୫ ଟଙ୍କା ଥିଲା। ଯାହାର ମୂଲ୍ୟ ୧୦ ଅକ୍ଟୋବର ୨୦୨୩ ରେ ୪୩.୮୪ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହାର ଅର୍ଥ ହେଉଛି ୨୦୨୩ ମସିହାରେ ସରକାରୀ ତଥ୍ୟ ଅନୁଯାୟୀ ଏହା ୬ ପ୍ରତିଶତ ବୃଦ୍ଧି ପାଇଁ କିଲୋଗ୍ରାମର ଦାମ ୨.୫୦ ଟଙ୍କା ବ୍ୟୟବହୁଳ ହୋଇଛି।

ଏହାପୂର୍ବରୁ ଚିନି ଦର ବୃଦ୍ଧି ପରେ ସରକାର ବ୍ୟବସାୟୀ, ହୋଲସେଲର, ଖୁଚୁରା ବ୍ୟବସାୟୀ, ବଡ ଚେନ ରିଟେଲର ଏବଂ ପ୍ରୋସେସରଙ୍କ ଉପରେ ମୂଲ୍ୟ ଯାଞ୍ଚ କରିବା ଏବଂ ହୋର୍ଡିଂକୁ ରୋକିବା ପାଇଁ ପ୍ରତି ସପ୍ତାହରେ ଚିନି ଷ୍ଟକ ଘୋଷଣା କରିବାକୁ ବାଧ୍ୟତାମୂଳକ କରିଛନ୍ତି।

 

ସରକାର କହିଛନ୍ତି ପ୍ରତି ସପ୍ତାହରେ ଷ୍ଟକ ପ୍ରକାଶ କରିବା ଦ୍ୱାରା ଚିନି ମୂଲ୍ୟ ନିୟନ୍ତ୍ରଣରେ ସହାୟକ ହେବ । ହୋର୍ଡିଂକୁ ରୋକିବା ଗ୍ରାହକଙ୍କୁ ସୁଲଭ ଚିନି ଯୋଗାଇବାରେ ସାହାଯ୍ୟ କରିବ। ଷ୍ଟକ ଉପରେ ନଜର ରଖିବା ଦ୍ୱାରା ବଜାରରେ ଯେକୌଣସି ଅନିୟମିତତା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri