ମାନବଧର୍ମର ମହୋତ୍ସବ: ମହିମା ମେଳା

ମହିମା ଦର୍ଶନ ଜୀବନକୁ ସେବା ଓ ତ୍ୟାଗପୂତ ସୋପାନରେ ଉପନୀତ କରିବା ନିମନ୍ତେ ଏକ ଆଧ୍ୟାମତ୍ିକ ବିଚାରଧାରା। ‘ଜୀବେଦୟା’ ତଥା ଜଗତ କଲ୍ୟାଣ ହେଉଛି ମହିମା ଦର୍ଶନର ମହାମନ୍ତ୍ର। ନିଜକୁ ନରକ ନିକ୍ଷିପ୍ତକରି ନିଖିଳ ବିଶ୍ୱକୁ ବେଦନାମୁକ୍ତ କରିବା ନିମନ୍ତେ ତା’ର ଦିବ୍ୟ ସନ୍ଦେଶ – ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ଲିପିବଦ୍ଧ ହୋଇ ରହିଛି ଜାତିସଂଘ କାର୍ଯ୍ୟାଳୟ ବା ବିଶ୍ୱ ଲଲାଟ ପଟରେ।
ଯୋଗେଶ୍ୱର ଗୁରୁ ମହିମାସ୍ବାମୀ ମହିମା ମତବାଦର ପ୍ରବର୍ତ୍ତକ। ଗବେଷକମାନଙ୍କ ଦ୍ୱାରା ନିରୂପିତ ତଥ୍ୟ ଅନୁସାରେ ମହିମା ସ୍ବାମୀ ୧୮୩୮ ମସିହାରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଆତ୍ମଯୋଗାବିଷ୍ଟ ହୋଇ ଦୀର୍ଘ ୨୪ ବର୍ଷ ପରେ ଲାଭକଲେ ମହିମା ଦର୍ଶନର ଦିବ୍ୟାନନ୍ଦ ବା ମହିମାତ୍ୱ। ଜଣେ ଜ୍ୟୋତିର୍ମୟ ସନ୍ନ୍ୟାସୀ ଭାବେ ଉଭାହୋଇ ପ୍ରଚାରକଲେ ସତ୍ୟ ମହିମା ଧର୍ମର ଦିବ୍ୟ ସନ୍ଦେଶ। ଜନ୍ମନେଲା ଓଡ଼ିଶାର ନିଜସ୍ବ ଧର୍ମ (୧୮୬୨) ମହିମାଧର୍ମ। ଏହି ନୂତନ ମତବାଦରେ ମହିମା ମହାମେରୁ ଭାବରେ ବ୍ୟକ୍ତ ହେଲେ ଅଲେଖ ପରଂବ୍ରହ୍ମ। ମହିମା ଶବ୍ଦର ଅର୍ଥ ହେଉଛି ଐଶ୍ୱର୍ଯ୍ୟମୟ। ଯିଏ ଅନନ୍ତ ଐଶ୍ୱର୍ଯ୍ୟ ଓ ଅନନ୍ତ ବିଭୂତିର ଆଧାର ସେ ମହିମାମୟ। ମହାଶୂନ୍ୟର ମହାବିସ୍ତୃତିକୁ ମହିମା ବୋଲି କହୁଥିଲେ ମହିମା ସ୍ବାମୀ। ତାଙ୍କ ମତରେ ବିଶ୍ୱନିୟନ୍ତା ହେଉଛନ୍ତି ଶୂନ୍ୟପୁରୁଷ। ସେ ସର୍ବବ୍ୟାପୀ, କିନ୍ତୁ ନିରାକାର। କୌଣସି ଲେଖା ମାଧ୍ୟମରେ ତାଙ୍କ ମହିମା ପ୍ରକାଶ କରିବା ଅସମ୍ଭବ। ସେଥିପାଇଁ ସେ ଅଲେଖ। ସେହି ଅଲେଖ ଶୂନ୍ୟବ୍ରହ୍ମଙ୍କଠାରେ ଆମତ୍ସମର୍ପଣ ହିଁ ମହିମା ଦର୍ଶନର ସାରସର୍ବସ୍ବ। ଜଗତର କୀଟପତଙ୍ଗଠାରୁ ଆରମ୍ଭକରି ପଶୁପକ୍ଷୀ, ମଣିଷ ଓ ବୃକ୍ଷଲତା ପର୍ଯ୍ୟନ୍ତ ସମସ୍ତଙ୍କର ସେବାକରିବାର ପ୍ରକ୍ରିୟା ହେଉଛି ମହିମା ଧର୍ମର ଆଚରିତ ପନ୍ଥା। ଜଗତର ସମସ୍ତ ପ୍ରାଣୀଙ୍କୁ ସର୍ବଦା ପ୍ରାପ୍ତ ହେଉ ଅନ୍ନପାଣି, ସବୁଜଶ୍ୟାମଳ ଓ ସ୍ବାଭାବିକ ହେଉ ଜଗତର ପ୍ରାକୃତିକ ପରିବେଶ ଏବଂ ସମସ୍ତଙ୍କର ସର୍ବାରିଷ୍ଟ ଖଣ୍ଡନ ହେଉ ଇତ୍ୟାଦି ମଙ୍ଗଳ ବାଞ୍ଛା ନେଇ ନିତ୍ୟ ତ୍ରିବେଳାରେ ପରମାମତ୍ା ପରଂବ୍ରହ୍ମଙ୍କଠାରେ ଥାଏ ସେମାନଙ୍କର ପ୍ରାର୍ଥନା। ସୂକ୍ଷ୍ମ ଦୃଷ୍ଟିରୁ ବିଚାରକଲେ ମାନବ ସେବା ହିଁ ମହିମା ଦର୍ଶନର ମୂଳତତ୍ତ୍ୱ।
ମହିମା ମତବାଦ ପ୍ରଚାର ଉଦ୍ଦେଶ୍ୟରେ ୧୮୬୨ରେ ଆରମ୍ଭ ହୋଇଥିଲା ପ୍ରବୁଦ୍ଧ ଗୁରୁ ମହିମା ସ୍ବାମୀଙ୍କ ପରିବ୍ରାଜନ। ସାଥିରେ ଥିଲେ ପ୍ରଥମ ଶିଷ୍ୟ ଗୋବିନ୍ଦ ବାବା। ରେଢ଼ାଖୋଲରେ ମିଳିଗଲେ ପ୍ରମୁଖ ଶିଷ୍ୟ କବି ଭୀମ ଭୋଇ। ଭକ୍ତ ଭୀମ ଭୋଇ ଆପଣା ଉପଲବ୍ଧି ପ୍ରତି ସତ୍ୟଶୀଳ ରହି ମହିମା ଧର୍ମ ଦର୍ଶନକୁ ଅନ୍ତର୍ଦୃଷ୍ଟି ବଳରେ ନିରୀକ୍ଷଣ କରିଛନ୍ତି ଏବଂ କଲ୍ୟାଣକାରୀ ଆଭିମୁଖ୍ୟ ନେଇ ଗାଇଛନ୍ତି ଭଜନ ଓ ଜଣାଣ। ସନ୍ଥକବି ଭୀମ ଭୋଇ କେବଳ କବି ନୁହନ୍ତି, ସେ ଏକାଧାରରେ ସଙ୍ଗୀତଜ୍ଞ ଓ ସ୍ବରସମ୍ରାଟ। ପଲ୍ଲୀବାଦ୍ୟ ଖଞ୍ଜଣିକୁ କଳାର ଏକ ସାଧନ ଭାବରେ ଗ୍ରହଣକରି ତିଆରି କରିଛନ୍ତି ଭଜନର ଲଳିତ ଛନ୍ଦ। କେବଳ କବି ଓ ସଙ୍ଗୀତଜ୍ଞ ଭାବରେ ନୁହେଁ, ଜଣେ ଆଚାରସିଦ୍ଧ ଋଷି ଗୈରିକ ପରିହିତ ପରିବ୍ରାଜକ ଭାବରେ ଯାଯାବରୀ ଜୀବନର ଗଭୀର ଜିଜ୍ଞାସା ନେଇ ସେ ଭେଦିଛନ୍ତି ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ। ଦେଶ ବିଦେଶରେ ମହିମା ଧର୍ମ ଦର୍ଶନ ବା ପ୍ରେମ ଓ କରୁଣାର ସନ୍ଦେଶ ପହଞ୍ଚାଇବା ପାଇଁ ବରଡ଼ା ଛତା ଧରି ଚାଲିଛନ୍ତି ସହସ୍ର ସହସ୍ର କୋଶ ବାଟ। ‘ଗୃହକେ ମୁଠିଏ, ଗ୍ରାମକେ ରାତିଏ’ ନୀତି ଅବଲମ୍ବନକରି ବୁଲି ବୁଲି ଗାଇଛନ୍ତି ଶୂନ୍ୟବ୍ରହ୍ମର ମହିମା। ତାଙ୍କ ଭଜନର ଅନାହତ ଆମତ୍ ନିବେଦନ ଓ ସଙ୍ଗୀତର ଅନୁପମ ସ୍ବର ବିଷୟାସକ୍ତ ମନକୁ ନେଇ ପହଞ୍ଚାଇଦେଇଛି କେଉଁ ଏକ ଅତୀନ୍ଦ୍ରିୟ ରାଜ୍ୟରେ। ଭଜନର ଅସଲ ଅର୍ଥ କେହି ବୁଝୁ କି ନ ବୁଝୁ ନାଦବ୍ରହ୍ମର ନିନାଦ ଭିତରେ ଶରୀରର ସ୍ନାୟୁ ମଣ୍ଡଳରେ ତରଙ୍ଗାୟିତ ହୋଇଯାଏ ଏକ ବ୍ରହ୍ମମୟ ତରଙ୍ଗ। ତେଣୁ ସେ ସଙ୍ଗୀତର ଆବେଦନ ଜନମାନସକୁ ଏମିତି ଛୁଇଁଲା ଯେ ଗାଁ ଗାଁରେ ଜଳିଲା ମହିମା ଧୁନି। ଆଗେ ଗଡ଼ଜାତ ଅଞ୍ଚଳରେ ଜଳୁଥିବା ମହିମା ଧୁନି ଉପକୂଳ ଜିଲାକୁ ବ୍ୟାପିଲା। ଖଞ୍ଜଣି ଭଜନର ଭାକ୍ତିକ ଉଚ୍ଛ୍ବାସରେ ଆପ୍ଲୁତ ହେଲା ସମଗ୍ର ଓଡ଼ିଶାର ପୁରପଲ୍ଲୀ। କ୍ରମଶଃ ଏହା ଓଡ଼ିଶାର ସୀମା ଡେଇଁ ପ୍ରସରିଗଲା ବିହାର, ଆନ୍ଧ୍ରପ୍ରଦେଶ, ଆସାମ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ। ଠାକୁ ଠା ଗଢ଼ି ଉଠିଲା ମହିମାଟୁଙ୍ଗି ବା ମଠ। ଜର୍ମାନ ଗବେଷିକା (କୁମାରୀ) ଡ. ଏ.ଏସ୍‌ମାନଙ୍କ ଗଣନା ଅନୁସାରେ ଓଡ଼ିଶାର ବିଭିନ୍ନ ଜିଲାରେ ୭୧୫ଟି ମହିମା ମଠ ଥିବାବେଳେ ଓଡ଼ିଶା ବାହାରେ ରହିଛି ୨୫୨ ମଠ।
ଢେଙ୍କାନାଳ ଜିଲା କପିଳାସ ନିକଟବର୍ତ୍ତୀ ଯୋରନ୍ଦା ମଠ ମହିମାଧର୍ମର ଆଦିପୀଠ। ଢେଙ୍କାନାଳର ତତ୍କାଳୀନ ରାଜା ମହେନ୍ଦ୍ର ବାହାଦୁରଙ୍କ ପୃଷ୍ଠପୋଷକତାରେ ପ୍ରତିଷ୍ଠିତ ଏହି ମଠରୁ ଆରମ୍ଭ ହୋଇଥିଲା ମହିମା ସ୍ବାମୀଙ୍କ ପ୍ରଚାର ଅଭିଯାନ। ଦୀର୍ଘ ୧୪ ବର୍ଷର ପରିବ୍ରାଜନ ପରେ ୧୮୭୬ ମସିହା ଫାଲ୍‌ଗୁନ କୃଷ୍ଣ ଏକାଦଶୀ ତିଥିରେ ନଶ୍ୱର ଦେହ ତ୍ୟାଗକରି ସେ ବ୍ରହ୍ମଲୀନ ହେଲେ ଏହି ପବିତ୍ର ପୀଠରେ। ମହିମା ସ୍ବାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ବ୍ରହ୍ମଲୀନ ସ୍ଥାନରେ ଶୂନ୍ୟମନ୍ଦିର ଏବଂ ସମାଧିସ୍ଥଳରେ ପ୍ରତିଷ୍ଠିତ ହେଲା ଗାଦିମନ୍ଦିର। ଏହା ବ୍ୟତୀତ ଏହି ପୀଠରେ ଗଢ଼ି ଉଠିଛି ଧୁନିମନ୍ଦିର, ନୀତିମନ୍ଦିର, ଉପକରଣ ମନ୍ଦିର, ମଣୋହି ମଣ୍ଡପ, ଗ୍ରନ୍ଥାଗାର, ଗୋଶାଳା, ସାଧୁମାନଙ୍କ ପାଇଁ ଅନେକ ମଠ ତଥା ଯାତ୍ରୀମାନଙ୍କ ନିମନ୍ତେ ଶତାଧିକ ଘର। ପାଖାପାଖି ଶହେ ଏକର ପରିମିତ ଜମି ଉପରେ ଗଢ଼ିଉଠିଥିବା ଏହି ସମସ୍ତ ନିର୍ମାଣ କେବଳ ମହିମାସ୍ବାମୀଙ୍କ ପରମ ପରିଚୟର ପୁଣ୍ୟ ପରିଧି ‘ମହିମାଗାଦି’ ନାମରେ ଖ୍ୟାତ।
ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନଟି ମହିମା ସମାଜ ପାଇଁ ଅତୀବ ପୁଣ୍ୟତିଥି। ପ୍ରଭୁପୂର୍ଣ୍ଣିମା ଓ ଗୁରୁପୂର୍ଣ୍ଣିମା ଭାବରେ ପରିଚିତ ଏହି ପବିତ୍ର ତିଥିରେ ମହିମା ସ୍ବାମୀ ଯୋରନ୍ଦା ପୀଠରେ ବ୍ରହ୍ମଧୁନି ସ୍ଥାପନକରି ଆରମ୍ଭ କରିଥିଲେ ମାନବ ଧର୍ମର ମହୋସତ୍ବ ମହିମାମେଳା। ଧୁନି ସର୍ବସ୍ବ ମହିମା ଦର୍ଶନ ଅନୁସାରେ ମଙ୍ଗଳମୟ, ପ୍ରାଣମୟ, ଶକ୍ତିମୟ ତଥା ଧ୍ୱଂସମୟ ଅଗ୍ନି ହେଉଛି ପ୍ରାଣର ଦ୍ୟୋତକ। ଅଗ୍ନିପୂଜାକୁ ଭିତ୍ତିକରି ସୃଷ୍ଟି ହୋଇଛି ସୂର୍ଯ୍ୟପୂଜା। ସକଳ ଶକ୍ତିର ଆଧାର ସୂର୍ଯ୍ୟ ହିଁ ଅନନ୍ତ ସୃଷ୍ଟିର ପ୍ରାଣପ୍ରତୀକ। ତେଣୁ ସୂର୍ଯ୍ୟ ଓ ଧୁନି ଉପାସନା ହିଁ ମହିମା ଧର୍ମର ପ୍ରଧାନ ଅଙ୍ଗ। ସେହି ଧୁନି ଉପାସନାକୁ ଆଧାରକରି ଯୋରନ୍ଦା ପୀଠରେ ପ୍ରତିବର୍ଷ ଗୁରୁପୂର୍ଣ୍ଣିମା ଦିନ ଆୟୋଜନ ହୁଏ ମାନବବାଦର ମହୋସତ୍ବ ମହିମା ମେଳା। ବିଶ୍ୱବାସୀଙ୍କୁ ଭକ୍ତିବାଦ ଓ ମାନବବାଦର ଦିବ୍ୟ ସନ୍ଦେଶ ଦେବା ପାଇଁ ୧୮୭୪ରୁ ଆରମ୍ଭ ହୋଇଥିବା ଏହି ମେଳା ଅବସରରେ ମଠମୟ ଯୋରନ୍ଦା ହୋଇଯାଏ ସନ୍ନ୍ୟାସୀ, ଭକ୍ତ ଓ ଯାତ୍ରୀମୟ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri