ସାର ଅଭାବୀ ବିକ୍ରି: ୭୫୦ ଚାଷୀ ପାଇଁ ଆସିଲା ମାତ୍ର ଏତିକି ପ୍ୟାକେଟ୍‌, ପଡିଲେ ଚିନ୍ତାରେ…

ଗଞ୍ଜାମ, ୧/୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକରେ ୧୨ ହଜାର ୮୮୪ ହେକ୍ଟର ଚାଷ ଜମିରୁ ୭୮୬ ହେକ୍ଟର ଜମିରେ ଚାଷୀ ଧାନ ଚାଷ କରୁଛନ୍ତି । ବର୍ତ୍ତମାନ ଜମିରେ ଧାନ ତଳି ବଢ଼ିବାରେ ଲାଗିଛି । ଉନ୍ନତ ଫସଲ ନିମନ୍ତେ ଏହି ସମୟରେ ଲୋକେ ବିଲରେ ପିଡିଆ ବା ସାର ପକେଇବା ପାଇଁ ତତ୍ପରତା ଦେଖାଉଥିବା ବେଳେ ସାର ଅଭାବୀ ବିକ୍ରି ଚାଷୀଙ୍କୁ ଚିନ୍ତାରେ ପକାଇଛି । ୟୁରିଆ ସାର ପାଇଁ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଏନଏସିର ୭୫୦ ଚାଷୀ ଡିଲରଙ୍କଠାରେ ଆବେଦନ କରିଥିବା ବେଳେ ସୋମବାର ମାତ୍ର ୨୨୫ ପ୍ୟାକେଟ ସାର ଆସିଥିବା ଜଣାପଡିଛି l ଏଥିପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳ ଚାଷୀ ମୁଲିଆ ନେତା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ ଦାବି କରିଛନ୍ତି l

Share
Tags: odisha