ସାର ସଙ୍କଟ, କୃଷି ଅଧିକାରୀଙ୍କୁ ଚାଷୀଙ୍କ ଫେରାଦ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାର ସଙ୍କଟ ଦେଖା ଦେଇଛି। ଫଳରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସୋମବାର ବରଗଡ଼ ବ୍ଲକ ଗାଇସୀମା ଗ୍ରାମର ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମର ମିଶ୍ରଙ୍କୁ ଫେରାଦ ହୋଇଥିଲେ। ପ୍ରକାଶ ଯେ, ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବା କାରଣରୁ ଚାଷୀଙ୍କ ଚାଷ କାର୍ଯ୍ୟ ପଛେଇ ଯାଇଛି। ଜୁଲାଇ ମାସ ଶେଷ ଆଡକୁ ଭଲ ବର୍ଷା ହୋଇଥିବା କାରଣରୁ ବର୍ତ୍ତମାନ ସୁଦ୍ଧା ରୁଆ ବିହୁଡା କାମ ସରି ନାହିଁ। ରୁଆ ବିହୁଡା କାଦୁଅ ସମୟରେ ଦାନାଦାର ସାର ଦରକାର ପଡିଥାଏ ।କିନ୍ତୁ ଚଳିତ ବର୍ଷ ଅନେକ ଚାଷୀମାନେ କାଦୁଅରେ ଦାନାଦାର ସାର ଦେଇ ନାହାଁନ୍ତି। ସେଥିପାଇଁ ବର୍ତ୍ତମାନ ସାର ସଙ୍କଟ ଦେଖିବାକୁ ମିଳୁଛି। ସାର ସହିତ ନାନୋ ସାର ବାଧ୍ୟତାମୂଳକ ଭାବେ ଦିଆଯାଉଥିବାରୁ ଚାଷୀମାନେ ନେବା ପାଇଁ ରାଜି ହେଉନାହାଁନ୍ତି। ବରଗଡ଼ ଜିଲାରେ ଡିଏପି ସାର ୧୩୫୦ ଟଙ୍କା ମୂଲ୍ୟ ଥିବା ସ୍ଥଳେ ୧୫୦୦ରୁ ୧୬୦୦ ଟଙ୍କାରେ ଖୋଳାବଜାରରେ ବିକ୍ରି ହେଉଛି। ଯଦି ଚାଷୀମାନେ ସରକାରୀ ମୂଲ୍ୟରେ ସାର ଦେବା ପାଇଁ ଦାବି କଲେ ଡିଲରମାନେ ସାର ନ ଥିବା କହୁଛନ୍ତି। ସେଥିପାଇଁ ବରଗଡ଼ ବ୍ଲକ ଗାଇସିମାର ଚାଷୀମାନେ ଜିଲା କୃଷି କାର୍ଯ୍ୟାଳୟ ଆସି ସାର ଦେବା ପାଇଁ ଦାବି କରିଥିଲେ। ପରେ ପ୍ରଶାସନ ତରଫରୁ କୃଷି ଅଧିକାରୀ ବିରେନ୍ଦ୍ର ଛୁରିଆ ଚାଷୀଙ୍କ ସମସ୍ୟା ବୁଝି ମଙ୍ଗଳବାର ସୁଦ୍ଧା ଆବଶ୍ୟକ ମୁତାବକ ସାର ଯୋଗାଇ ଦେବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ନେକାଣ୍ଟି, ନିରଞ୍ଜନ ପଧାନଙ୍କ ସମେତ ଗାଇସିମାର ଚାଷୀ ଧନପତି ସାହୁ, ପ୍ରକାଶ ସାହୁ, ଟଙ୍କଧର ଥପା, ନାରାୟଣ ରାଣ ଏବଂ ରୁପେଶ ପଧାନ ନେତୃତ୍ୱ ନେଇଥିଲେ। ମଙ୍ଗଳବାର ସୁଦ୍ଧା ସାର ନ ମିଳିଲେ ଆନ୍ଦୋଳନ କରିବା ପାଇଁ ସଂଗଠନ ତରଫରୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri