ସାର କଳାବଜାର, ବଢୁଛି ଚାଷୀ ଅସନ୍ତୋଷ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାର କଳାବଜାର ବର୍ତ୍ତମାନ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲାରେ ପର୍ଯ୍ୟାପ୍ତ ସାର ମହଜୁଦ ଥିବା କୃଷି ବିଭାଗ ସୂଚନା ଦେଉଛି। ଅନ୍ୟପକ୍ଷରେ ଚାଷୀମାନେ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ଗଲେ ସେମାନେ ସାର ମହଜୁଦ ନଥିବା କହୁଥିବା ଅଭିଯୋଗ ହୋଇଛି। କିନ୍ତୁ ସମ୍ପୃକ୍ତ ସାର ବିକ୍ରେତାମାନେ ଚଢା ଦରରେ ସାର ବିକୁଥିବା ଅର୍ଥାତ୍‌ ସରକାରଙ୍କ ନିର୍ଦ୍ଧାରୀତ ଦରଠାରୁ ଅଧିକ ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏ ନେଇ ଗୁରୁବାର ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଭେଟି ଆଲୋଚନା କରିଥିଲେ। ଚାଷୀ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି, ବର୍ତ୍ତମାନ ବରଗଡ଼ ଜିଲାରେ ରାସାୟନିକ ସାରର କୃତ୍ରିମ ଅଭାବ ସୃଷ୍ଟି କରି ଲାଭଖୋର ବେପାରୀମାନେ ଚାଷୀମାନଙ୍କୁ ଲୁଟ କରି ଚାଲିଛନ୍ତି। ସରକାରଙ୍କ ସବସିଡି ପରେ ୟୁରିଆ ସାର ପକେଟ ପ୍ରତି ୨୬୬ ଟଙ୍କା ୫୦ ପଇସା ଏବଂ ଡିଏପି ସାର ପକେଟ ପ୍ରତି ୧୩୫୦ ଟଙ୍କା ଥିବା ବେଳେ ୟୁରିଆ ୫୦୦ରୁ ୬୦୦ ଟଙ୍କା ଏବଂ ଡିଏପି ୧୮୦୦ ଟଙ୍କାରେ ବିକ୍ରି କରାଯାଉଛି। ଚାଷୀମାନେ ଯେଉଁଠି ଆନ୍ଦୋଳନ କରୁଛନ୍ତି, ସେଇଠି କିଛି କିଛି ମାତ୍ରାରେ ସାର ଦିଆଯାଉଛି। ସେହିପରି ଯେଉଁଠି ଚାଷୀମାନେ ଆନ୍ଦୋଳନ କରିଛନ୍ତି, ସେଇଠି ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ସାର ଦିଆଯାଉଛି। ଅନ୍ୟତ୍ର ସାରବିକ୍ରିରେ ଚାଷୀମାନଙ୍କୁ ଖୋଲାଖୋଲି ଲୁଟ କରାଯାଉଥିବା ଅଭିଯୋଗ ହୋଇଛି। ତେବେ ଜୟ କିସାନ ଆନ୍ଦୋଳନର ପ୍ରତିନିଧିବୃନ୍ଦ ଜିଲାପାପାଳଙ୍କ ସହିତ ସେ ନେଇ ଆଲୋଚନା କରିଥିବା ବେଳେ ସାର କଳାବଜାର ନେଇ ସୂଚନା ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଥିଲେ। ସେହିପରି କୃଷି ଅଧିକାରୀଙ୍କ ସୂଚନା ଅନୁସାରେ ବରଗଡ଼ ଜିଲାରେ ଡିଏପି ପ୍ରାୟ ୧୭ହଜାର ଟନ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୧୩୪ ଟନ ଏବଂ ୟୁରିଆ ୩୩ ହଜାର ୮୦୦ ଟନ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୮ ହଜାର ୨୨୮ ଟନ ଆସି ସାରିଛି। ତେବେ ଏତେ ପରିମାଣର ସାର ଜିଲାକୁ ଆସିଥିଲେ ସୁଦ୍ଧା ଚାଷୀ କାହିଁକି ଲୁଟର ଶୀକାର ହେଉଛନ୍ତି ବୋଲି ଜିଲାପାଳ ଗୋୟଲଙ୍କୁ ସଙ୍ଗଠନର ଚାଷୀ ପ୍ରତିନିଧିମାନେ ପଚାରିଥିଲେ। ଜିଲାର ସାର ବିକ୍ରେତାଙ୍କ ଗୋଦାମ ଯାଞ୍ଚ କରାଯାଉ ବୋଲି ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କଠାରେ ଦାବି କରାଯାଇଥିଲା। ସେହିପରି ନିକଟ ଭବିଷ୍ୟତରେ ଜିଲାକୁ ଯାହା ସାର ଆସିବ, ତାହା କେବଳ ପ୍ରାଥମିକ କୃଷି ସମବାୟ ସମିତିକୁ ଦିଆଯାଉ ବୋଲି ସଂଗଠନ ଦାବି କରିଥିଲା। ଏହାହେଲେ ସେଠାରେ ଚାଷୀମାନେ ଉଚିତ ମୂଲ୍ୟରେ ସାର ପାଇପାରିବେ ବୋଲି ସଂଗଠନର ପ୍ରତିନିଧିମାନେ କହିଥିଲେ। ଏହି ଆଲୋଚନାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଅନ୍ୟତମ ଆବାହକ ଲିଙ୍ଗରାଜ, ବରିଷ୍ଠ ଚାଷୀନେତା ଶିବ ପ୍ରସାଦ ପ୍ରଧାନ, ଜୟ କିସାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ଚଞ୍ଚଳ ପ୍ରଧାନ, ଭଞ୍ଜନ ବାରିକ, କିଶୋର ସାହୁ, ସରୋଜ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri