ସାର କଳାବଜାର, ବଢୁଛି ଚାଷୀ ଅସନ୍ତୋଷ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାର କଳାବଜାର ବର୍ତ୍ତମାନ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲାରେ ପର୍ଯ୍ୟାପ୍ତ ସାର ମହଜୁଦ ଥିବା କୃଷି ବିଭାଗ ସୂଚନା ଦେଉଛି। ଅନ୍ୟପକ୍ଷରେ ଚାଷୀମାନେ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ଗଲେ ସେମାନେ ସାର ମହଜୁଦ ନଥିବା କହୁଥିବା ଅଭିଯୋଗ ହୋଇଛି। କିନ୍ତୁ ସମ୍ପୃକ୍ତ ସାର ବିକ୍ରେତାମାନେ ଚଢା ଦରରେ ସାର ବିକୁଥିବା ଅର୍ଥାତ୍‌ ସରକାରଙ୍କ ନିର୍ଦ୍ଧାରୀତ ଦରଠାରୁ ଅଧିକ ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏ ନେଇ ଗୁରୁବାର ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନର ଏକ ପ୍ରତିନିଧି ଦଳ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଭେଟି ଆଲୋଚନା କରିଥିଲେ। ଚାଷୀ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି, ବର୍ତ୍ତମାନ ବରଗଡ଼ ଜିଲାରେ ରାସାୟନିକ ସାରର କୃତ୍ରିମ ଅଭାବ ସୃଷ୍ଟି କରି ଲାଭଖୋର ବେପାରୀମାନେ ଚାଷୀମାନଙ୍କୁ ଲୁଟ କରି ଚାଲିଛନ୍ତି। ସରକାରଙ୍କ ସବସିଡି ପରେ ୟୁରିଆ ସାର ପକେଟ ପ୍ରତି ୨୬୬ ଟଙ୍କା ୫୦ ପଇସା ଏବଂ ଡିଏପି ସାର ପକେଟ ପ୍ରତି ୧୩୫୦ ଟଙ୍କା ଥିବା ବେଳେ ୟୁରିଆ ୫୦୦ରୁ ୬୦୦ ଟଙ୍କା ଏବଂ ଡିଏପି ୧୮୦୦ ଟଙ୍କାରେ ବିକ୍ରି କରାଯାଉଛି। ଚାଷୀମାନେ ଯେଉଁଠି ଆନ୍ଦୋଳନ କରୁଛନ୍ତି, ସେଇଠି କିଛି କିଛି ମାତ୍ରାରେ ସାର ଦିଆଯାଉଛି। ସେହିପରି ଯେଉଁଠି ଚାଷୀମାନେ ଆନ୍ଦୋଳନ କରିଛନ୍ତି, ସେଇଠି ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ସାର ଦିଆଯାଉଛି। ଅନ୍ୟତ୍ର ସାରବିକ୍ରିରେ ଚାଷୀମାନଙ୍କୁ ଖୋଲାଖୋଲି ଲୁଟ କରାଯାଉଥିବା ଅଭିଯୋଗ ହୋଇଛି। ତେବେ ଜୟ କିସାନ ଆନ୍ଦୋଳନର ପ୍ରତିନିଧିବୃନ୍ଦ ଜିଲାପାପାଳଙ୍କ ସହିତ ସେ ନେଇ ଆଲୋଚନା କରିଥିବା ବେଳେ ସାର କଳାବଜାର ନେଇ ସୂଚନା ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଥିଲେ। ସେହିପରି କୃଷି ଅଧିକାରୀଙ୍କ ସୂଚନା ଅନୁସାରେ ବରଗଡ଼ ଜିଲାରେ ଡିଏପି ପ୍ରାୟ ୧୭ହଜାର ଟନ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୧୩୪ ଟନ ଏବଂ ୟୁରିଆ ୩୩ ହଜାର ୮୦୦ ଟନ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୮ ହଜାର ୨୨୮ ଟନ ଆସି ସାରିଛି। ତେବେ ଏତେ ପରିମାଣର ସାର ଜିଲାକୁ ଆସିଥିଲେ ସୁଦ୍ଧା ଚାଷୀ କାହିଁକି ଲୁଟର ଶୀକାର ହେଉଛନ୍ତି ବୋଲି ଜିଲାପାଳ ଗୋୟଲଙ୍କୁ ସଙ୍ଗଠନର ଚାଷୀ ପ୍ରତିନିଧିମାନେ ପଚାରିଥିଲେ। ଜିଲାର ସାର ବିକ୍ରେତାଙ୍କ ଗୋଦାମ ଯାଞ୍ଚ କରାଯାଉ ବୋଲି ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କଠାରେ ଦାବି କରାଯାଇଥିଲା। ସେହିପରି ନିକଟ ଭବିଷ୍ୟତରେ ଜିଲାକୁ ଯାହା ସାର ଆସିବ, ତାହା କେବଳ ପ୍ରାଥମିକ କୃଷି ସମବାୟ ସମିତିକୁ ଦିଆଯାଉ ବୋଲି ସଂଗଠନ ଦାବି କରିଥିଲା। ଏହାହେଲେ ସେଠାରେ ଚାଷୀମାନେ ଉଚିତ ମୂଲ୍ୟରେ ସାର ପାଇପାରିବେ ବୋଲି ସଂଗଠନର ପ୍ରତିନିଧିମାନେ କହିଥିଲେ। ଏହି ଆଲୋଚନାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଅନ୍ୟତମ ଆବାହକ ଲିଙ୍ଗରାଜ, ବରିଷ୍ଠ ଚାଷୀନେତା ଶିବ ପ୍ରସାଦ ପ୍ରଧାନ, ଜୟ କିସାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ଚଞ୍ଚଳ ପ୍ରଧାନ, ଭଞ୍ଜନ ବାରିକ, କିଶୋର ସାହୁ, ସରୋଜ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri