ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି କରୁଛନ୍ତି। ସିଟ୍‌ ଗଣିବାରେ ବ୍ୟସ୍ତ। କିନ୍ତୁ ଗୋଟିଏ ଗଣିତ ଅଛି, ଯେଉଁଥିରେ ଭାରତ ପଡ଼ୋଶୀ ପାକିସ୍ଥାନ-ବାଂଲାଦେଶଠାରୁ ପଛରେ ପଡ଼ିଛି। ତାହା ହେଉଛି ମହିଳାମାନଙ୍କର ପ୍ରତିନିଧିତ୍ୱ ବିଷୟରେ। ଭାରତୀୟ ସଂସଦରେ କେବଳ ୧୪.୨ ମହିଳା ଅଛନ୍ତି।

ଲୋକ ସଭା ନିର୍ବାଚନରୁ ଯଦି ଦେଖିବା ୧୯୫୧-୫୨ରେ ଅନୁଷ୍ଠିତ ପ୍ରଥମ ଲୋକ ସଭା ନିର୍ବାଚନରେ ସମୁଦାୟ ୨୨ ଜଣ ମହିଳା ଏମ୍‌ପି ହୋଇଥିଲେ। ଏହା ମୋଟ୍‌ ଆସନର ମାତ୍ର ୪.୪ ପ୍ରତିଶତ ଥିଲା। ପଣ୍ଡିତ ନେହେରୁଙ୍କ ଭଉଣୀ ବିଜୟଲକ୍ଷ୍ମୀ ପଣ୍ଡିତ ଲକ୍ଷ୍ନୌ ଆସନରୁ ନିର୍ବାଚନରେ ବିଜୟୀ ହୋଇଥିଲେ ମଧ୍ୟ ସେ ଏମ୍‌ପି ଭାବରେ ଶପଥ ଗ୍ରହଣ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କାରଣ ସେହି ସମୟରେ ସେ ଜାତିସଂଘରେ ଭାରତୀୟ ପ୍ରତିନିଧିଙ୍କ ନେତୃତ୍ୱ ନେଉଥିଲେ। ୧୯୫୩ରେ ସେ ଜାତିସଂଘ ସାଧାରଣ ସଭାର ପ୍ରଥମ ମହିଳା ସଭାପତି ହୋଇଥିଲେ।

ପ୍ରଥମ ଲୋକ ସଭା ନିର୍ବାଚନରେ ଏମ୍‌ପି ହୋଇଥିବା ପ୍ରସିଦ୍ଧ ମହିଳାମାନଙ୍କ ମଧ୍ୟରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ରାଜକୁମାରୀ ଅମୃତ କୌର, ନୂଆଦିଲ୍ଲୀ ଆସନରୁ ସୁଚେତା କୃପାଳିନୀ ଦିଣ୍ଡିଗୁଲ (ମାଡ୍ରାସ) ଆସନରୁ ଅମ୍ମୁ ସ୍ବାମୀନାଥନ ସାମିଲ ହୋଇଥିଲେ। ପ୍ରଥମ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରୁ ସର୍ବାଧିକ ମହିଳା ନିର୍ବାଚିତ ହୋଇଥିଲେ। ଏଥିରେ କଂଗ୍ରେସ ଟିକେଟରେ ଗଙ୍ଗା ଦେବୀ, ଉମା ନେହେରୁ ଏବଂ ବିଜୟ ଲକ୍ଷ୍ମୀ ପଣ୍ଡିତ ସାମିଲ ହୋଇଥିଲେ। ଯେତେବେଳେ କି ଜାନ ସାଙ୍ଗ ଟିକେଟ୍‌ରେ ଶକୁନ୍ତଳା ନାୟାର ଜିତିଥିଲେ।

୧୯୫୧-୧୯୫୨ପରଠାରୁ ପ୍ରତ୍ୟେକ ଲୋକ ସଭା ନିର୍ବାଚନରେ ମହିଳା ଏମ୍‌ପିଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ୧୯୫୭ ନିର୍ବାଚନରେ ୨୭ ଜଣ ମହିଳା ଜିତିଥିଲେ, ୧୯୬୨ରେ ୩୪ ଜଣ ମହିଳା ସଫଳ ହୋଇଥିଲେ। ୨୦୦୯ ଲୋକ ସଭା ନିର୍ବାଚନରେ ପ୍ରଥମଥର ପାଇଁ ଲୋକ ସଭାରେ ମହିଳା ଏମ୍‌ପିଙ୍କ ସଂଖ୍ୟା ମୋଟ୍‌ ଆସନର ୧୦ ପ୍ରତିଶତରୁ ଅଧିକ ଥିଲା। ୧୬ତମ ଲୋକ ସଭାରେ ପ୍ରଥମଥର ପାଇଁ (୨୦୦୯ରୁ ୨୦୧୪ପର୍ଯ୍ୟନ୍ତ) ୬୧ ମହିଳା ଜିତି ଲୋକ ସଭାରେ ପହଞ୍ଚିଥିଲେ। ଏହା ସମୁଦାୟ ଆସନର ୧୧.୨% ଥିଲା।

୨୦୧୯ ନିର୍ବାଚନରେ ସମସ୍ତ ରେକର୍ଡ ଭାଙ୍ଗି ସର୍ବାଧିକ ମହିଳା ଏମ୍‌ପି ହୋଇଥିଲେ। ଗତ ନିର୍ବାଚନରେ ମୋଟ୍‌ ୭୮ ଜଣ ମହିଳା ଜିତି ଲୋକ ସଭାରେ ପହଞ୍ଚିଥିଲେ। ଏହା ମୋଟ୍‌ ଆସନର ୧୪.୨ ପ୍ରତିଶତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?