ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳା ମତ୍ସ୍ୟଜୀବୀଙ୍କ ଜୀବନ

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଟ୍ରେନ୍‌ ଧକ୍କାରେ ଜଣେ ମହିଳା ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ମତ୍ସ୍ୟଜୀବୀ ଜଣକ ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ବି. ଦାନାମ୍ମା ବୋଲି (୫୬) ବୋଲି ସୂଚନା ମିଳିଛି। ଦାନାମ୍ମା ଛତ୍ରପୁରରୁ ବାଲୁଗାଁ ମାଛ ବିକ୍ରି କରିବାକୁ ଯିବା ପାଇଁ ଛତ୍ରପୁର ଷ୍ଟେଶନ ଆସିଥିବା ବେଳେ ପଛପଟୁ ଏକ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ରେଲଓ୍ବେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ କ୍ଷତିପୂରଣ ପ୍ରଦାନ ପାଇଁ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଯୁବନେତା ଏନ. ଦୀନବନ୍ଧୁ ଓ କେ. ଦାଶରଥିଙ୍କ ସମେତ ଗ୍ରାମବାସୀ ଓ ପରିବାରବର୍ଗ ଦାବି କରିଛନ୍ତି।

Dharitri – The Largest & Most Trusted Odia Daily

Share