ତ୍ରିପାକ୍ଷିକ ବୈଠକ: ଆନ୍ଦୋଳନ ଡାକରାକୁ ସ୍ଥଗିତ ରଖିଲା ଫେଡେରେସନ

ଛତ୍ରପୁର,୨୬।୧୦(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ଓ ସଠିକ ଦର ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରେସନ ପକ୍ଷରୁ ଏକ ଦାବିପତ୍ର ଗତ ୭ ଦିନ ତଳେ ଗଞ୍ଜାମ ଜିଲାପାଳ ଓ ବନ୍ଦର କର୍ତ୍ତୃପକ୍ଷ ଙ୍କୁ ପ୍ରଦାନ କରାଯାଇଥିଲା l ଆସନ୍ତା ୨୮ ତାରିଖ ଦିନ ଧାରଣା ଦିଆଯିବ ବୋଲି ଫେଡେରେସନ ପକ୍ଷରୁ ଡାକରା ଦିଆଯାଇଥିଲା। ଏନେଇ ଶନିବାର ପୂର୍ବାହ୍ନରେ ଛତ୍ରପୁର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଟ୍ରକ ମାଲିକ ସଂଘ, ପ୍ରଶାସନ ଓ ପୋଲିସ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା l

ଏଥିରେ ଅତିରିକ୍ତ ଉପ ଜିଲାପାଳ ପାର୍ଥ ସାରଥୀ ହାଁସଦା ଅଧ୍ୟକ୍ଷତା କରି ଫେଡେରେସନର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା l ଆଜକୁ ଦେଢ଼ ବର୍ଷ ହେଲା ଛତ୍ରପୁର ନିର୍ବାଚନମଣ୍ଡଳୀ ସମେତ ଗଞ୍ଜାମ ଜିଲାର ଟ୍ରକ ମାଲିକମାନେ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ସହିତ ସେମାନଙ୍କୁ ଉଚିତ ଦର ପ୍ରଦାନ କରିବା ନିମନ୍ତେ ଜିଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବନ୍ଦରରୁ ସ୍ବୀକୃତି ପାଇଥିବା ଟ୍ରାନ୍ସପୋର୍ଟର ମାନେ ଜାଣି ଶୁଣି ହଇରାଣ କରୁଥିବା ଟ୍ରକ ମାଲିକ ମାନେ ଅଭିଯୋଗ କରିଛନ୍ତି l ଗଞ୍ଜାମ ଜିଲାର ଟ୍ରକ ମାଲିକମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ ନ କରି ଅନ୍ୟ ଜିଲାର ଟ୍ରକ ମାଲିକମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଥିବା ମଧ୍ୟ ସେମାନେ କହିଛନ୍ତି l ଯାହା ଫଳରେ ସେମାନେ ବିଭିନ୍ନ ବ୍ୟାଙ୍କ ଗୁଡିକରୁ ଆଣିବା ଋଣ ଟ୍ରକ ମାଲିକମାନେ କିସ୍ତି ବାନ୍ଧିବା ପାଇଁ ଏମାନେ ଅସମର୍ଥ ହୋଇ ଋଣ ଭାରରେ ବୁଡି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା ବହୁ ମାଲିକ ମାନେ କହିଛନ୍ତି l

ଏଣୁ ସେମାନଙ୍କ ସମସ୍ୟା ଗୁଡିକର ଯଥା ଶୀଘ୍ର ସମାଧାନ ଲାଗି ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରସନ ର ଉପଦେଷ୍ଟା ଶଙ୍କର ପ୍ରସାଦ ଦାଶ, ମା’ ଦକ୍ଷିଣକାଳୀ ପରିବହନ ମାଲିକ ସଂଘର ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଗଞ୍ଜାମ ଜିଲା ଟ୍ରକ ମାଲିକ ସଂଘର ସଭାପତି ପ୍ରମୋଦ କୁମାର ଜେନା, ଗୋପାଳପୁର ଟ୍ରକ ମାଲିକ ସଂଘର ସଭାପତି ଶିବାନୀ ଶଙ୍କର ଦଳାଇ, ଭଗବାନ ନାହାକଙ୍କ ସମେତ ବହୁ ଟ୍ରକ ମାଲିକମାନେ ବୈଠକ ରେ ଦାବି କରିଥିଲେ l ଆଗାମୀ ଦିନରେ ସେମାନଙ୍କ ଦାବିଗୁଡିକ ଜିଲା ପ୍ରଶାସନ ସମାଧାନ କରିବ ବୋଲି ସେମାନେ ଆଶା ରଖିଥିବା ବେଳେ ଆସନ୍ତା ୨୮ ତାରିଖରେ ଫେଡେରସନ ପକ୍ଷରୁ ଡାକରା ଦିଆଯାଇଥିବା ଧାରଣାକୁ ସ୍ଥଗିତ ରଖାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

ଅନ୍ୟପଟେ ଆସନ୍ତା ୧୫ ଦିନ ମଧ୍ୟରେ ଏହି ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରି ନିଷ୍ପତି ନିଆଯିବା ଲାଗି ବୈଠକ ନିଷ୍ପତି ହୋଇଥିବା ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ ସୂଚନା ଦେଇଛନ୍ତି l ଏହି ତ୍ରିପାକ୍ଷିକ ବୈଠକରେ ଛତ୍ରପୁର ଏସଡିପିଓ ଗୌରହରି ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଚମାଖଣ୍ଡି ଥାନା ଅଧିକାରୀ ଦୀପିକା ଦେବି ରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାଧିକାରୀ ବିଦ୍ୟା ଭାରତୀ ନାୟକଙ୍କ ସମେତ ବହୁ ଟ୍ରକ ମାଲିକ ମାନେ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?