ବିଜେଡିକୁ ଘୋଡ଼ାବେପାର ଭୟ

ଅନୁଗୋଳ, ୨୪।୭(ଅମିତ୍‌ ସାମଲ: ଅନୁଗୋଳ ଜିଲା ପ୍ଲାନିଂ କମିଟି ସଦସ୍ୟ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ମୋଟ ୨ଟି ପଦବୀ ଲାଗି ମତଦାନ ହେବ। କମିଟିରେ ଗୋଟିଏ ପଦବୀ ପୁରୁଷ ବର୍ଗଙ୍କ ଲାଗି ରହିଥିବାବେଳେ ଅନ୍ୟଟି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ଭାଜପା ସମର୍ଥତ୍ତ ୨ ଏବଂ ଶାସକ ବିଜେଡି ସମର୍ଥିତ ୨ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିଲାର ତାଳଚେର, ଅନୁଗୋଳ ପୌର ପରିଷଦ, ଆଠମଲ୍ଲିକ ଏନ୍‌ଏସିର କାଉନସିଲର ଏବଂ ନଗରପାଳ ଭୋଟିଂ ପ୍ରକ୍ରିୟାରେ ସାମିଲ ହେବେ। ତେବେ ସଂଖ୍ୟାଗରିଷ୍ଠ ଥିବା ସତ୍ତ୍ୱେ ଶାସକ ଦଳକୁ ଘୋଡ଼ା ବେପାର ଭୟ ଘାରିଥିବା ଚର୍ଚ୍ଚା ହେଉଛି। ତେଣୁ ସ୍ଥାନୀୟ ବନ ବିଭାଗ ଡାକବଙ୍ଗଳା (ଆଇବି)ରେ ରବିବାର ସନ୍ଧ୍ୟାରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ ନେତୃତ୍ୱରେ ବରିଷ୍ଠ ବିଜେଡି ନେତା ଏବଂ ୧୦ କାଉନ୍‌ସିଲରଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। କ୍ରଶ୍‌ଭୋଟିଂ ଏଡ଼ାଇବା ଲାଗି ବ୍ୟାପକ ମାନସମନ୍ଥନ କରାଯାଇଛି। ଅନ୍ୟପଟେ ଘୋଡ଼ାବେପାର ଆଶଙ୍କା ଥିବାରୁ ସୋମବାର ସନ୍ଧ୍ୟା ସୁଦ୍ଧା ବିଜେଡିର ବିଜୟୀ ନଗରପାଳ ଏବଂ କାଉନ୍‌ସିଲରମାନେ ଅଜ୍ଞାତବାସରେ ଯିବେ। ସେମାନଙ୍କ ଲାଗି ରବିବାର ୩୦ଟି ରୁମ୍‌ ବୁକିଂ ସରିଥିବାବେଳେ ସୋମବାର ସୁଦ୍ଧା ଆଉ ୧୦ଟି ରୁମ୍‌ ବୁକିଂ ହେବ ବୋଲି ଜଣାପଡ଼ିଛି। ସୋମବାର ରାତି ୮ଟା ସୁଦ୍ଧା ସମସ୍ତ କାଉନସିଲର ଓ ନଗରପାଳ ସେଠାରେ ପହଞ୍ଚତ୍ବେ। ଏହା ପରେ ସେମାନଙ୍କୁ ସେଠାରେ ମତଦାନ ପ୍ରକ୍ରିୟା ସମ୍ପର୍କରେ ବିଧିବଦ୍ଧ ଭାବେ ତାଲିମ ପ୍ରଦାନ କରାଯିବ। ହୋଟେଲ୍‌ରୁ କାଉନ୍‌ସିଲର ଏବଂ ନଗରପାଳମାନେ ସିଧାସଳଖ ଭୋଟଗ୍ରହଣ କେନ୍ଦ୍ରକୁ ଯିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଜିଲା ପ୍ଲାନିଂ କମିଟି ସଦସ୍ୟ ପାଇଁ ଅନୁଗୋଳର ଭାଜପା ସମର୍ଥତ୍ତ ପ୍ରାର୍ଥତ୍ନୀ ସରିତା ମିଶ୍ର ନିର୍ବାଚନ ଲଢୁଥିବାବେଳେ ବିଜେଡିର ଊଷା ସାମଲ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ସେହିପରି ତାଳଚେରର ବିଜେଡି ସମର୍ଥତ୍ତ ଜଗନ୍ନାଥ ଗଡ଼ନାୟକଙ୍କ ବିରୋଧରେ ଭାଜପା ସମର୍ଥିତ ସନ୍ତୋଷ ବେହେରା ନିର୍ବାଚନ ଲଢୁଛନ୍ତି। ଅନୁଗୋଳ ପୌରପାଳିକାରେ ଭାଜପାର ସଂଖ୍ୟାଗରିଷ୍ଠ ରହିଛି। ଏଠାରେ ୧୩ ଭାଜପା ଏବଂ ୧୦ ବିଜେଡି କାଉନସିଲର ରହିଛନ୍ତି। ଭାଜପାର ସଂଖ୍ୟାଗରିଷ୍ଠ ସତ୍ତ୍ୱେ ନଗରପାଳ ପଦବୀ ଶାସକ ବିଜେଡି ହାତେଇଛି। ସେହିପରି ତାଳଚେର ପୌରପାଳିକାରେ ୨୧ ଆସନରୁ ୧୮ଟିରେ ବିଜେଡି ଏବଂ ୫ ଆସନରେ ଭାଜପା କାଉନ୍‌ସିଲର ବିଜୟୀ ହୋଇଛନ୍ତି। ନଗରପାଳ ପଦବୀରେ ଏଠାରୁ ବିଜେଡି ଜିତିଛି। ଆଠମଲ୍ଲିକ ଏନ୍‌ଏସିର ୧୧ ଆସନ ମଧ୍ୟରୁ ୯ଟିରେ ବିଜେଡି, ଗୋଟିଏରେ ଭାଜପା ଏବଂ ଗୋଟିଏରେ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ନଗରପାଳ ପଦବୀରେ ବିଜେଡି ବିଜୟୀ ହୋଇଛି। ଅନୁଗୋଳର ଗୋଳିଆ ଗଣିତରୁ ରାଜନୈତିକ ଫାଇଦା ନେବାକୁ ଭାଜପା ଯୋଜନା କରୁଥିବାବେଳେ ଏହାକୁ କିପରି ରୋକାଯାଇପାରିବ ସେ ନେଇ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri