Posted inଜାତୀୟ

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit ବିରୋଧରେ ମହାରାଷ୍ଟ୍ର ରାଜ୍ୟ ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ପକ୍ଷରୁ ଚଢ଼ାଉ କରାଯାଇ ନିୟମ ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। FDA ପକ୍ଷରୁ Blink Commerce Pvt. Ltd.ର ଖାଦ୍ୟ ଲାଇସେନ୍ସକୁ ସସ୍ପେଣ୍ଡ କରାଯାଇଛି। ଅସ୍ବଚ୍ଛ ପରିବେଶ ଏବଂ ଖାଦ୍ୟ ସୁରକ୍ଷା ନିୟମର ଗୁରୁତର ଉଲ୍ଲଂଘନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ବିଭାଗ ପକ୍ଷରୁ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ନିୟମିତ ଯାଞ୍ଚ କରାଯାଇ ଖାଦ୍ୟ ପଦାର୍ଥର ସୁରକ୍ଷା ଓ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ କଠୋର ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ମୁମ୍ବାଇର ମାଲାଡ (ପଶ୍ଚିମ) ଅଞ୍ଚଳର ରାମଚନ୍ଦ୍ର ଲେନସ୍ଥିତ ସର୍ବୋଦୟ ଭୁବନର ପ୍ରଥମ ମହଲାରେ ଥିବା Blink Commerce Private Limited ପ୍ରତିଷ୍ଠାନରେ ୭ ଅଗଷ୍ଟ ୨୦୨୬ରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଯାଞ୍ଚ କରିଥିଲେ।

ଯାଞ୍ଚ ସମୟରେ ପ୍ରତିଷ୍ଠାନରେ ଅତ୍ୟନ୍ତ ଅସ୍ବଚ୍ଛ ପରିସ୍ଥିତି, ବହୁ ସଂଖ୍ୟାରେ କକ୍ରୋଚର ଉପଦ୍ରବ, ଖାଦ୍ୟ ପଦାର୍ଥର ଅନୁଚିତ ସଂରକ୍ଷଣ, ଚଟାଣ ଉପରେ ଖାଦ୍ୟ ପଦାର୍ଥ ରଖାଯିବା, କୋଲ୍ଡ ଷ୍ଟୋରେଜରେ ଅପର୍ଯ୍ୟାପ୍ତ ସଫେଇ, ଏକ୍ସପାୟରୀ ହୋଇଥିବା ଏବଂ ଖରାପ ପ୍ୟାକେଜ ଖାଦ୍ୟ ପଦାର୍ଥର ଷ୍ଟକ ଏବଂ FIFO/FEFO ପ୍ରଣାଳୀ ପାଳନ ନକରିବା ଭଳି ଅନେକ ଗୁରୁତର ଅନିୟମିତତା ମିଳିଥିଲା।

ଏହା ସହ ଅଳିଆ-ଆବର୍ଜନା ପରିଚାଳନାରେ ତ୍ରୁଟି, ସଫେଇ ଓ ରକ୍ଷଣାବେକ୍ଷଣର ଅଭାବ, ଖାଦ୍ୟ ପରିଚାଳନା କରୁଥିବା କର୍ମଚାରୀଙ୍କ ମେଡିକାଲ ଯାଞ୍ଚ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ରେକର୍ଡ ନଥିବା ଏବଂ ଆବଶ୍ୟକ ବ୍ୟକ୍ତିଗତ ସ୍ବଚ୍ଛତା ଓ ସୁରକ୍ଷା ଉପକରଣର ଅଭାବ ମଧ୍ୟ ଦେଖିବାକୁ ମିଳିଥିଲା। କେତେକ ଖାଦ୍ୟ ପଦାର୍ଥକୁ ଅନୁଚିତ ଏବଂ ଅବ୍ୟବସ୍ଥିତ ଭାବେ ଷ୍ଟୋର କରାଯାଇଥିଲା।

ଏହି ଗୁରୁତର ଅନିୟମିତତାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ର ଧାରା ୩୨(୩) ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ଖାଦ୍ୟ ବ୍ୟବସାୟର ଲାଇସେନ୍ସ ଓ ପଞ୍ଜୀକରଣ) ନିୟମ, ୨୦୧୧ର ସମ୍ପୃକ୍ତ ଧାରା ଅନୁଯାୟୀ Blink Commerce Private Limitedର ଖାଦ୍ୟ ଲାଇସେନ୍ସକୁ ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ତୁରନ୍ତ ପ୍ରଭାବରୁ ସସ୍ପେଣ୍ଡ କରାଯାଇଛି।

ଲାଇସେନ୍ସ ସସ୍ପେଣ୍ଡ ଥିବା ସମୟରେ ଉକ୍ତ ପ୍ରତିଷ୍ଠାନରୁ କୌଣସି ପ୍ରକାରର ଖାଦ୍ୟ ପଦାର୍ଥ ବିକ୍ରି, ବଣ୍ଟନ କିମ୍ବା ଖାଦ୍ୟ ବ୍ୟବସାୟ ଜାରି ରଖିବା ଉପରେ ରୋକ ଲଗାଯାଇଛି। ସସ୍ପେନ୍ସନ ଅବଧିରେ ଯଦି ପ୍ରତିଷ୍ଠାନରେ ଖାଦ୍ୟ ବ୍ୟବସାୟ ଚାଲୁଥିବା ଜଣାପଡ଼େ, ତେବେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?