ମନ ପସନ୍ଦର ଗୀତ ବଢ଼ାଏ କାର୍ଯ୍ୟଦକ୍ଷତା

ମନ ପସନ୍ଦର ଗୀତ ଶୁଣିବାକୁ କିଏ ବା ଭଲ ନ ପାଏ। ଏହାଦ୍ୱାରା ଭାରାକ୍ରାନ୍ତ ମନ ହାଲୁକା ହୋଇଥାଏ। ମନ ପ୍ରଫୁଲ୍ଲ ରହିଥାଏ। ଏହି ତାଲିକାରେ ଆଉ ଏକ କଥା ନିକଟରେ ଯୋଡ଼ାଯାଇଛି। ଯଦି ଜଣେ ବ୍ୟକ୍ତି ନିୟମିତ ନିଜ ମନ ପସନ୍ଦର ଗୀତ ଶୁଣନ୍ତି, ତେବେ ତାଙ୍କର କାର୍ଯ୍ୟଦକ୍ଷତା ପୂର୍ବାପେକ୍ଷା ବୃଦ୍ଧି ଘଟିଥାଏ ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଦ୍ୱାରା ଏଭଳି ସର୍ଭେ କରାଯାଇଥିଲା। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ଅଧିକ ସମୟ ମନ ପସନ୍ଦର ଗୀତ ଶୁଣୁଥିଲେ ସେମାନଙ୍କର କାର୍ଯ୍ୟଦକ୍ଷତା ପୂର୍ବାପେକ୍ଷା ବୃଦ୍ଧି ପାଉଥିବାର ଜଣାପଡ଼ିଥିଲା। ତେବେ ଗୀତ ଶୁଣିବାର ସମୟସୀମା ଯେପରି ଅନ୍ୟ କାମକୁ ପ୍ରଭାବିତ ନ କରେ ସେଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି।

Share
Tags: song