ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କ ପ୍ରତି ଅନୁକମ୍ପା

ନୟାଗଡ଼ ଅଫିସ,୧୨।୧୦(ଲୋକନାଥ ମିଶ୍ର)ମହାତ୍ମ।ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନ୍‌ଆରଇଜିଏସ୍‌)ରେ କେତେଜଣ ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇ କଞ୍ଚାମାଲ ଯୋଗାଣ କରିବାକୁ ଅନୁମତି ଦିଆଯାଉ ଥିବା ଅଭିଯୋଗ ହୋଇଆସୁଛି। ଭେଣ୍ଡରଙ୍କୁୁ ଆୟୁଧ କରି ଏମଜିଏନ୍‌ଆରଇଜିଏସରେ ଦୁର୍ନୀତି କରାଯାଉଥିବାରୁ ଲବି ନ ଥିଲେ କାମ ମିଳୁନି। କେତେଜଣ ଭେଣ୍ଡର କଞ୍ଚାମାଲ ଯୋଗାଣ ନ କରି ମଧ୍ୟ ସରକାରୀ ଅର୍ଥକୁ ସରକାରୀ ବାବୁମାନଙ୍କ ସହଯୋଗରେ ଚଳୁ କରି ଚାଲିଛନ୍ତି। ଯାହାର ନଜିର ଭାପୁର ବ୍ଳକକୁ ନିଆଯାଇପାରେ। ଭାପୁର ବ୍ଳକରେ ଭେଣ୍ଡର ଆକାଉଣ୍ଟ ଖୋଲି ସରକାରୀ ବାବୁଙ୍କ ସହାୟତାରେ ୫୧ କୋଟି ୨୭ ଲକ୍ଷ ଠକେଇ ହୋଇଛି। ଏହି ମହାଦୁର୍ନୀତିର ଖୋଳତାଡ କରି୨୦ ଭେଣ୍ଡରଙ୍କୁ କଳା ତାଲିକା ଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଫାଇଲ ଶୀତଳଭଣ୍ଡାରକୁ ଚାଲି ଯାଇଛି। ଭାପୁର ମହାଦୁର୍ନୀତିରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ଜିଲାର ୮ଟି ବ୍ଲକ ଓ ୫ ସହରାଞ୍ଚଳରେ ଏମଜିଏନ୍‌ଆରଇଜିଏସ୍‌ କାମରେ ଭେଣ୍ଡରଙ୍କ ଦ୍ୱାରା ଠାକାମୀ ସୀମା ଅତିକ୍ରାନ୍ତ କରିଛି ବୋଲି ଅଭିଯୋଗ ହୋଇଛି। ଏନେଇ ଭାପୁରର ରମେଶ ଜେନା କୁହନ୍ତି ନେତାଙ୍କ ସମର୍ଥନ ନ ଥିଲେ ଏମଜିଏନ୍‌ଆରଇଜିଏସ୍‌ରେ ଭେଣ୍ଡର କାମ ପାଇବେନି। ଏଣୁ କିଛି ହାତଗଣତି ଭେଣ୍ଡର ସବୁବେଳେ କାମ କରୁଛନ୍ତି। ଯେଉଁମାନେ କଳାକୁ ଧଳା କରିବାରେ ସହଯୋଗ କରୁଛନ୍ତି। କଳା ଟଙ୍କାକୁ ଭାଗବାଣ୍ଟି ମିଳିମିଶି ଖାଉଛନ୍ତି।
ଦୂର୍ନୀତି ପାଇଁ ଭାପୁର ଓ ଓଡଗାଁ ବ୍ଲକରେ ପ୍ରତିଯୋଗିତା: ଏମଜିଏନ୍‌ଆରଇଜିଏସ କାମରେ ଦୂର୍ନୀତି ପାଇଁ ଓଡ଼ଗାଁ ଓ ଭାପୁର ବ୍ଳକ ମଧ୍ୟରେ ପ୍ରତିଯୋଗିତା ଚାଲିଛି ବୋଲି ଚର୍ଚ୍ଚା ହେଉଛି। ଏମଜିଏନ୍‌ଆରଇଜିଏସର କାର୍ଯ୍ୟକୁ ତଦନ୍ତ କଲେ ଏହି ଦୁର୍ନୀତି ପଦାକୁ ଆସିବ। ଅନ୍ୟ ବ୍ଲକ ଓ ସହରାଞ୍ଚଳରେ ବି ଠକାମୀ ଚାଲିଛି। ତେବେ ଏମଜିଏନ୍‌ଆରଇଜିଏସରେ ସରକାରୀ ନିୟମକୁ ପୁରାପୁରି ଅଣଦେଖା କରାଯାଉଛି। ୧୦୦ ଟଙ୍କା କାମରେ ୬୦ ଭାଗ ଶ୍ରମିକ ଓ ୪୦ ଭାଗ ମ୍ୟାଟେରିଆଲ ଅର୍ଥାତ କଞ୍ଚାମାଲ ବିନିଯୋଗ ହେବାର ନିୟମ ରହିଛି। ତେବେ ଓଡ଼ଗାଁ ଓ ଭାପୁର ବ୍ଳକରେ ଏହା ଓଲଟା ହୋଇ ଯାଉଛି। ହେଲେ ଧରପଗଡ କରାଯାଉ ନାହିଁ। ଏନେଇ ନୟାଗଡ଼ର ସୁଦାମ ସାହୁ କୁହନ୍ତି, ଏମଜିଏନ୍‌ଆରଇଜିଏସ କାମରେ ଶ୍ରମିକ ବଦଳରେ ଯନ୍ତ୍ର କାମ କରୁଛି। ଯନ୍ତ୍ର କାମ କରିବା ନେଇ ସରକାରୀ ଦଳ ଠାରୁ ଆରମ୍ଭ କରି ବିରୋଧି ଦଳ ସମସ୍ତେ ଜାଣନ୍ତି। ବିଭିନ୍ନ ସମୟରେ ଅଭିଯୋଗ ହୁଏ। ହେଲେ ଅଭିଯୋଗ ପ୍ରମାଣ କରିବାକୁ ସୁଯୋଗ ଦିଆଯାଏନି। ବିଭିନ୍ନ ଆଳ ଦେଖାଇ କ୍ଲିନ ଚିଟ୍‌ ମିଳେ। ସେହିଭଳି ଶ୍ରମିକ ଓ କଞ୍ଚାମାଲର ପ୍ରତିଶତରେ ଯେଉଁ ଅନିୟମିତତା କରାଯାଉଛି ତାକୁ ମଧ୍ୟ ବାବୁଙ୍କ ସହଯୋଗରେ ଚାପି ଦିଆଯାଉଛି। ଲୋକ ପ୍ରତିନିଧିଙ୍କ ସମର୍ଥନ ରହୁଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇ ପାରୁ ନାହିଁ ବୋଲି କହିଛନ୍ତି।
ଜିଲା ପରିଷଦ ସଦସ୍ୟଙ୍କୁ ତଥ୍ୟ ମିଳୁନି : ଜିଲାରେ କେତେଜଣ ଭେଣ୍ଡର ଅଛନ୍ତି। ଏମଜିଏନ୍‌ଆରଇଜିଏସରେ ଭେଣ୍ଡର କାମ କରିବାଠାରୁ କେଉଁ ଭେଣ୍ଡର କେତେ କାମ ପାଇଛନ୍ତି। କିଛି ନିଦ୍ଦିଷ୍ଟ ବର୍ଗର ଭେଣ୍ଡରଙ୍କୁ କାହିଁକି ଅନୁକମ୍ପା ପ୍ରଦର୍ଶନ ଦେଖା ଯାଇ କାମ ଦିଆଯାଉଛି ଏପରି ପ୍ରଶ୍ନ ବିଭିନ୍ନ ସମୟରେ ଜିଲା ପରିଷଦ ବୈଠକରେ ଉଠୁଛି। ବିଭାଗୀୟ ଅଧିକାରୀ ଏହାର ତଥ୍ୟ ଦେବାକୁ ଗୃହରେ କହୁଛନ୍ତି। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଦେଉ ନ ଥିବାରୁ ଗୃହରେ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ଏନେଇ ଜିଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ କୁହନ୍ତି ବିଭିନ୍ନ ସମୟରେ ଜିଲା ପରିଷଦ ବୈଠକରେ ଭେଣ୍ଡର ସମ୍ପର୍କରେ ତଥ୍ୟ ମଗା ଯାଉଛି। ତେବେ ତଥ୍ୟ ଦିଆଯାଉଛି କହି ଦେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦଶପଲ୍ଲାର ଗଙ୍ଗାଧର ନାୟକ କୁହନ୍ତି, ଜଣେ ଜିଲା ପରିଷଦ ସଭ୍ୟ ତଥ୍ୟ ମାଗିଲେ ପ୍ରଶାସନ ଦେଉନି। ସାଧାରଣ ଲୋକ ତଥ୍ୟ ମାଗିଲେ କ’ଣ ମିଳିବ। ବିକାଶ ନାଁ ରେ ଏମଜିଏନ୍‌ଆରଇଜିଏସରେ ଦୁର୍ନୀତି ଚାଲିଥିବା ସ୍ପଷ୍ଟ ହୋଇ ଯାଉଛି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଲି ସେ କହିଥିଲେ। ଏନେଇ ଜିଲା ପରିଷଦର ନିର୍ବାହୀ ଅଧିକାରୀ ସୂଚାରୁ ବଳ କୁହନ୍ତି, ଏମଜିଏନ୍‌ଆରଇଜିଏସ କାମରେ ଭେଣ୍ଡରଙ୍କ ନେଇ କିଛି ଅଭିଯୋଗ ଥିଲେ ଅଭିଯୋଗ ଶୁଣାଣୀ, ଗ୍ରାମସଭାରେ ଅଭିଯୋଗ କରାଯାଇ ପାରିବ। କେଉଁ ଭେଣ୍ଡର କ’ଣ ଅନିୟମିତତା କରିଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ଏନେଇ ଅଭିଯୋଗ ଶୁଣାଣୀ, ଗ୍ରାମସଭାରେ ଅଭିଯୋଗ କରିବା ହେଉଛି ପ୍ରକୃତ ଫୋରମ। ନଚେତ୍‌ ସେମାନେ ଏହି ଦୁର୍ନୀତିରୁ ଖସି ଯିବାକୁୁ ସକ୍ଷମ ହେବେ। ପୁଣି ବିଭିନ୍ନ ସମୟରେ ଅଭିଯୋଗ ଶୁଣାଣୀରୁ କିଛି ଅନିୟମିତା ଧରାପଡିବା ପରେ କାର୍ଯ୍ୟାନୁଷ୍ଠାନ ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri