ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର, ଅର୍ଥ ପାଇଁ ଜୁଲମ

ନିମାପଡ଼ା,୪ା୧୦(ଡି.ଏନ୍‌.ଏ.): ନିମାପଡ଼ା ଅଞ୍ଚଳର ଏକ ଘରୋଇ ଚିକିତ୍ସାଳୟରେ ଜଣେ ମହିଳାଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଏବଂ ଚିକିତ୍ସା ବାବଦରେ ଅହେତୁକ ଅର୍ଥ ପାଇଁ ଜୁଲମ କରାଯାଉଥିବା ନେଇ ଶନିବାର ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ରୋଗୀଙ୍କ ଦେଢ଼ଶୁରଙ୍କ ଅଭିଯୋଗକ୍ରମେ ପୋଲିସ ଉକ୍ତ ଚିକିତ୍ସାଳୟର ଡାକ୍ତର ଓ ପରିଚାଳକଙ୍କ ବିରୋଧରେ ଏକ ମାମଲା(ନଂ.୩୪୬/୨୧) ରୁଜୁକରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଏହି ଥାନା ଅଧୀନ ଅରିଷଣ୍ଢ ଗ୍ରାମର ମନସ୍ବିନୀ ବେହେରା ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଗତ ୧୪ତାରିଖରେ ପରିବାରଲୋକ ଚିକିତ୍ସା ପାଇଁ ତାଙ୍କୁ ଉକ୍ତ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହା ପରଦିନ ତାଙ୍କର ଲାପୋସ୍କୋପି ଅପରେଶନ କରାଯାଇଥିଲା। ଅପରେଶନ ପରେ ମନସ୍ବିନୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ଉକ୍ତ ଚିକିତ୍ସାଳୟର ପରିଚାଳକ ଓ ଡାକ୍ତର ମନସ୍ବିନୀଙ୍କୁ କଟକ ନେବା ପାଇଁ ପରାମର୍ଶ ଦେଇଥିଲେ। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ହୋଇଥିବା ଜାଣିବା ପରେ ପରିବାର ଲୋକଙ୍କ ସମେତ କେତେଜଣ ଗ୍ରାମବାସୀ ଉକ୍ତ ଚିକିତ୍ସାଳୟରେ ହୋହଲ୍ଲା କରିଥିଲେ। ଖବରପାଇ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ମନସ୍ବିନୀଙ୍କୁ ଏହି ଚିିକିତ୍ସାଳୟର ଡାକ୍ତର ଓ କର୍ମଚାରୀଙ୍କ ହେପାଜତରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ପରେ ସେଠାରେ ମନସ୍ବିନୀ ସୁସ୍ଥ ହୋଇଥିଲେ। ଚିକିତ୍ସା ବାବଦରେ କଟକର ଉକ୍ତ କ୍ଲିନିକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୯୩ହଜାର ଟଙ୍କା ଜମା କରିବା ପାଇଁ ରୋଗୀଙ୍କ ପରିବାର ଲୋକଙ୍କୁ କୁହାଯାଇଥିଲା। ତେବେ ରୋଗୀଙ୍କ ପରିବାର ପକ୍ଷରୁ ୩୫ହଜାର ଟଙ୍କା ଜମା କରାଯାଇଥିଲା। ପରେ ଉକ୍ତ କ୍କ୍ଲିନିକ ପକ୍ଷରୁ ଅବଶିଷ୍ଟ ଟଙ୍କା ଜମା ନ କଲେ ରୋଗୀଙ୍କୁ ଡିସଚାର୍ଜ କରାଯିବ ନାହିଁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ସମାଧାନ ପରେ ରୋଗୀଙ୍କୁ ଡିସଚାର୍ଜ କରାଯାଇଥିଲା। ଅନ୍ୟପକ୍ଷେ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡରେ ମାଗଣାରେ ଅସ୍ତ୍ରୋପଚାର ଓ ଚିକତ୍ସା କରାଯିବ ବୋଲି ନିମାପଡ଼ା ଘରୋଇ ଚିକିତ୍ସାଳୟର ପରିଚାଳକ ରୋଗୀଙ୍କ ପରିବର ଲୋକଙ୍କୁ କହିଥିଲେ। ମାତ୍ର ପରେ ଚିକିତ୍ସାଳୟର ପରିଚାଳକ ଚିକିତ୍ସା ବାବଦରେ ମୋଟା ଅଙ୍କର ଅର୍ଥ ଦାବି କରୁଥିବା ଅଭିଯୋଗଫର୍ଦ୍ଦରେ ଦର୍ଶାଯାଇଛି। ପୁରୀ ଏଡିଏମ୍‌ଓ ନିମାପଡ଼ାର ଉକ୍ତ ଘରୋଇ ଚିକତ୍ସାଳୟରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ନିମାପଡ଼ା ଚିକତ୍ସାଳର ଡାକ୍ତର ଓ ପଚରିଚାଳକ କହିଛନ୍ତି, ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଆଇସିୟୁ ଆବଶ୍ୟକ ପଡ଼ିବାରୁ କଟକର ଏକ ଘରୋଇ କ୍ଲିନିକକୁ ସ୍ଥାନାନ୍ତର କରାଯାଇଥିଲା। ରୋଗୀଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ମିଥ୍ୟା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri