Video: ରତ୍ନସିଂହାସନରୁ ଓହ୍ଲାଇବ କି ଜଗନ୍ନାଥ? ଅସୁସ୍ଥ ପୁଅ ପାଇଁ ବାପାର ହୃଦୟବିଦାରକ ଗୁହାରି

ପୁରୀ,୯।୧୧: ରବିବାର ସକାଳୁ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏକ ହୃଦୟବିଦାରକ ଦୃଶ୍ୟ, ଯାହା ଦେଖିଲେ ଯେ କେହି ବି ଭାବବିହ୍ୱଳ ହୋଇଯିବେ। ଜଣେ ଦୁଃଖି ବାପା ତାଙ୍କର ଅସୁସ୍ଥ ପୁଅର ଜୀବନ ଭିକ୍ଷା ମାଗିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସବୁକିଛି ଅଜାଡ଼ି ଦେଇଛନ୍ତି।

ନିଜ କୁନି ପୁଅକୁ ସିଂହଦ୍ୱାର ସମ୍ମୁଖରେ ଶୁଆଇ ଦେଇ ସେହି ବାପା ଜଣକ ଛାତି ପିଟି କାନ୍ଦୁଥିଲେ। ‘ଜୟ ଜଗନ୍ନାଥ’ ବଦଳରେ ସେ ଆଖିରୁ ଧାର ଧାର ଲୁହ ଝରାଇ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡର ନାୟକଙ୍କୁ ବାରମ୍ବାର ‘ମଣିମା… ମଣିମା…’ ଡାକୁଥିଲେ। ତାଙ୍କ ଆଖିର ଲୁହରେ ଶ୍ରୀମନ୍ଦିରର ସିଂହଦ୍ୱାର ଭିଜି ଯାଉଥିଲା। ତାଙ୍କର ଏହି କରୁଣ ଚିତ୍କାର ଶୁଣି ବଡ଼ଦାଣ୍ଡରେ ଉପସ୍ଥିତ ଥିବା ଭକ୍ତ ଏବଂ ପଣ୍ଡାମାନଙ୍କ ହୃଦୟ ବି କାନ୍ଦି ଉଠିଥିଲା।

ସେ ଅତ୍ୟନ୍ତ ଆକୁଳ ଭାବରେ ପ୍ରଭୁ ଜଗନ୍ନାଥଙ୍କୁ ନିବେଦନ କରୁଥିଲେ, “ଆହେ ଦୟାମୟ ବିଶ୍ୱ ନାୟକ… ଗୁହାରି ଶୁଣ ହେ ମଣିମା… ଜଗା, ତୁ ରତ୍ନସିଂହାସନରୁ ଓହ୍ଲାଇ ଆସି ଏ ବାପାର ମନର କଥା ପୂରଣ କରିଦେ। ମୋ ପିଲାକୁ ଥରେ କୋଳରେ ହସେଇ ଦେ। ତା’ କୁନି ପାଟିରେ ଆଉ ଥରେ ଚମକ ଦେଇଦେ।” ଏହି ବାପାଟି ତା’ର ସବୁ ଭୁଲ୍ ଓ ଦୋଷ ପାଇଁ କ୍ଷମା ମାଗି ପୁଅ ପାଇଁ ଜୀବନ ଭିକ୍ଷା କରୁଥିଲା।

ଏହି ବାପାଙ୍କ ହୃଦୟରେ ଅଗାଢ଼ ବିଶ୍ୱାସ ଥିଲା ଯେ ଯଦି ମହାପ୍ରଭୁ ଚକାଡୋଳା ତାଙ୍କ ପୁଅ ଉପରେ ଥରେ ନଜର ପକାଇ ଦିଅନ୍ତି, ତେବେ ତା’ର ସବୁ କଷ୍ଟ ଦୂର ହୋଇଯିବ ଏବଂ ସେ ଆଗ ଭଳି ହସିବ ଓ କଥା କହିବ।

ସେଠାରେ ଉପସ୍ଥିତ ଥିବା ପଣ୍ଡାମାନେ ତାଙ୍କୁ ସାନ୍ତ୍ୱନା ଦେବା ସହ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଏବଂ ଗୁହାରି ଜଣାଇବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri