ଅନୁଗୋଳ,୧୯।୯: ଜଙ୍ଗଲରେ ୨ ନାବାଳକ ପୁଅଙ୍କୁ ବିଷ ପିଆଇଲେ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ବନ୍ତଳା ଥାନା ନୂଆଖେତା ଜଙ୍ଗଲରେ। ୧୨ ଓ ୮ ବର୍ଷର ନାବାଳକ ପୁଅ ଅସୁସ୍ଥ ହୋଇ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍କୁଲରୁ ଦୁଇ ପୁଅଙ୍କୁ ଧରି ଫେରିବା ବେଳେ ଜଙ୍ଗଲକୁ ନେଇ ବାପା ବିଷ ପିଆଇଥିଲେ। ଦୁଇ ପୁଅ ବାନ୍ତି କରିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ବାପାଙ୍କୁ ଧରି ପଚରାଉଚରା ପରେ ବିଷ ପିଆଇଥିବା ମାନିଥିବା ସୂଚନା ମିଳିଛି।


