ପାଟନା,୨୦।୧୧: ବିହାରରେ ଏକ ନୂତନ ସରକାର ଗଠନ ହୋଇଛି ଏବଂ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଭାଜପାର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହା ସହିତ ନୀତୀଶ କୁମାର ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶଙ୍କ ପୁଅ ନିଶାନ୍ତ କୁମାର ନିଜର ଖୁସି ପ୍ରକାଶ କରି କହିଛନ୍ତି,ଯ ସମଗ୍ର ଏନଡିଏର ମିଳିତ ପ୍ରୟାସ ତାଙ୍କ ବାପା ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ବିହାର ନିର୍ବାଚନ ପୂର୍ବରୁ, ବିରୋଧୀ ଦଳ ଲଗାତାର ଦାବି କରି ଆସୁଥିଲେ,ନୀତୀଶଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନାହିଁ। ସେ ସରକାର ଚଳାଇବାକୁ ଅକ୍ଷମ। ନୀତୀଶ ଶପଥ ଗ୍ରହଣ କରିବା ସମୟରେ ମଞ୍ଚ ଉପରେ ସମ୍ପୂର୍ଣ୍ଣ ସୁସ୍ଥ ନଜର ଆସିଥିଲେ। ନିଶାନ୍ତ କୁମାର ବିରୋଧୀଙ୍କ ଦାବିର ଜବାବ ଦେଇ କହିଥିଲେ, ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
ଆହୁରି ଖୁସି ପ୍ରକାଶ କରି, ନିଶାନ୍ତ କୁମାର ସମସ୍ତ NDA ସହଯୋଗୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରି କହିଛନ୍ତି, ଜନତା NDA ପରିବାରକୁ ଆଶୀର୍ବାଦ କରିଛନ୍ତି ଏବଂ ବହୁମତ ସହିତ ଆମର ବିଜୟ ସୁନିଶ୍ଚିତ କରିଛନ୍ତି। ଆମେ ଅତୀତରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ। ଏଥର ମଧ୍ୟ, ସମସ୍ତ ପ୍ରତିଶ୍ରୁତି ପୂରଣ ହେବ। ଗତ ଦେଢ଼ ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ବିହାରକୁ ଅନେକ ଉପହାର ଦେଇଛନ୍ତି। ପିତା ୨୦ ବର୍ଷ ଧରି ଏପରି କରି ଆସୁଛନ୍ତି।
ନିଶାନ୍ତ କୁମାର କହିଛନ୍ତି, ପ୍ରଧାନମନ୍ତ୍ରୀ ବିହାର ପାଇଁ ବହୁତ କିଛି କରିଛନ୍ତି। ଏହା ଆମ ସମସ୍ତଙ୍କର ମିଳିତ ଅବଦାନ। ଭାଜପା ନେତା ଏବଂ କର୍ମୀ ହେଉ, JDU ହେଉ, ଚିରାଗ ପାସୱାନଙ୍କ ଦଳ ହେଉ, କିମ୍ବା ମାଞ୍ଝିଙ୍କ ଦଳ ହେଉ, ସମସ୍ତେ ଅବଦାନ ଦେଇଛନ୍ତି। ସମସ୍ତେ କଠିନ ପରିଶ୍ରମ କରିଛନ୍ତି। ଆମେ ଆମର ନୀତିଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇଛୁ। ଏହା ହେଉଛି ଫଳାଫଳ। ନୀତୀଶ କୁମାର ୨୬ ଜଣ ମନ୍ତ୍ରୀଙ୍କ ସହିତ ଆଜି ବିହାର ସରକାର ଗଠନ ପାଇଁ ଶପଥ ନେଇଥିଲେ।
Dharitri – Odisha’s No.1 Odia Daily


