KIIT ଛାତ୍ରୀଙ୍କ ମୃତ୍ୟୁ ପରେ ବାପା ସୁନୀଲ ଲାମସାଲ୍‌ଙ୍କ ସାଂଘାତିକ ବୟାନ

ଭୁବନେଶ୍ୱର, ୧୮ା୨: KIIT ବିଶ୍ୱବିଦ୍ୟାଳୟରେ ଝିଅ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ବଡ ବୟାନ ଦେଇଛନ୍ତି ବାପା ସୁନୀଲ ଲାମସାଲ୍‌। ସେ ଅଭିଯୋଗ କରିଛନ୍ତି ଯେ, ‘ନେପାଳ ଯାଇ ଆମ ୟୁନିଭରସିଟିରେ ପଢ଼ ବୋଲି ପିଲାଙ୍କୁ ଡାକି ଆଣୁଛନ୍ତି। ଏଠାରେ କିନ୍ତୁ ପିଲାମାନେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। KIIT ପକ୍ଷରୁ ଅନେକ ଥର ନେପାଳରେ କାର୍ଯ୍ୟକ୍ରମ ହୋଇଛି। କାର୍ଯ୍ୟକ୍ରମରେ KIITରେ ପାଠ ପଢ଼ାଅ, ଭଲ ସ୍କୋପ୍‌ ଅଛି କହୁଥିଲେ। ପ୍ରତି ସେମିଷ୍ଟର ବାବଦକୁ ଟଙ୍କା ନେଉଥିଲେ, ସୁରକ୍ଷା ବ୍ୟବସ୍ଥା ଭଲ କହୁଥିଲେ କିନ୍ତୁ ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି।’

ଏହା ସହିତ ମୃତ ଛାତ୍ରୀଙ୍କ ବାପା ଆହୁରି କହିଛନ୍ତି, ‘ଉଚ୍ଚ ଶିକ୍ଷା ପାଇଁ ଝିଅକୁ ଏତେ ଦୂର ପଠାଇଥିଲୁ, ଏଭଳି ଘଟଣା ଘଟିଗଲା। ଓଡ଼ିଶା ସରକାର, ପୋଲିସ ଉପରେ ଭରସା ଅଛି, ନ୍ୟାୟ ମିଳିବ। ମୋ ଝିଅ ଆଉ ନାହିଁ, ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଏମିତି ନହେଉ। ନେପାଳ ଯାଇ ଆମ କଲେଜରେ ପାଠ ପଢ଼ାଅ ବୋଲି ଡାକି ଆଣିଥିଲେ, ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି।’

Share