ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି ‘ଓଡ଼ିଶା ଜନତା କଂଗ୍ରେସ’ ଗଠନ କରିଛି। ସୋଫିଆ ଏଥିରେ ଯୋଗ ଦେବେ କି ନାହିଁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଲୋକ ପ୍ରତିନିଧିମାନେ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଆମ ଦଳକୁ ଆସି ପାରିବେ ନାହିଁ। ସେଥିପାଇଁ ସୋଫିଆ ଏବେ କଂଗ୍ରେସ ଦଳରେ ଅଛନ୍ତି। ସେ ଏବେ ଯୋଗଦାନ କରିପାରିବେ ନାହିଁ। ମୁଁ ଦୁଇ ମାସ ତଳେ କଂଗ୍ରେସରୁ ବହିଷ୍କୃତ ହୋଇଛି। ମୋର କଂଗ୍ରେସ ସହ କୌଣସି ସମ୍ପର୍କ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ କର୍ପୋରେଟରମାନେ ତାଙ୍କ ନିଷ୍ପତ୍ତି ନେଇ ପାରିବେ। ଯେଉଁମାନେ ଚାହିଁବେ ଓଡ଼ିଶା ଜନତା କଂଗ୍ରେସରେ ଯୋଗ ଦେଇ ପାରିବେ। ଆସନ୍ତାକାଲି ଯାଜପୁରରେ ଗୋଟେ ବଡ଼ ସମାବେଶ ହେଉଛି। ୭ଟି ନିର୍ବାଚନ ମଣ୍ଡଳୀର ଲୋକ ସେଠାରେ ଏକାଠି ହେବେ। ଏହାପରେ ବିଭିନ୍ନ ଜିଲାରେ କାର୍ଯ୍ୟକ୍ରମ ଚାଲିବ। ପରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବ। ଆମେ ଭାଜପାର ବିକଳ୍ପ ହେବୁ। ବିଜେଡି କଂଗ୍ରେସ ଆମ ସହିତ ମୁକାବିଲା କରିବା ସ୍ଥିତିରେ ନାହାନ୍ତି। ଆଗାମୀ ଉତ୍କଳ ଦିବସରେ କଟକ ସହର କାହା ସହିତ ଅଛି ଅପେକ୍ଷା କରନ୍ତୁ ବୋଲି ମୋକିମ୍‌ କହିଛନ୍ତି।

Dharitri – Odisha’s No.1 Odia Daily

Share