ପଟ୍ଟାମୁଣ୍ଡାଇ, ୧୩ା୮ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜନୈକ ଶ୍ୱଶୁର ନିଜର ବିଧବା ବୋହୂଙ୍କ ଗାଲ କାମୁଡି ଦେଇଥିବା ଜୁଲାଇ ୩୧ ରେ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ବୋହୂ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିବା ବେଳେ ଶାଶୁ ପାଲଟା ଏତଲା ଦେଇଛନ୍ତି। ଏ ନେଇ ପୋଲିସ ଉଭୟଙ୍କ ଅଭିଯୋଗ ଉପରେ ଶାଶୁଙ୍କ ଅଭିଯୋଗକୁ ଭିତ୍ତି କରି ନଂ. ୨୭୩/୨୫ ଓ ବୋହୂଙ୍କ ଅଭିଯୋଗକୁ ନେଇ ନଂ. ୨୭୪/୨୫ରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି।
ଅଭିଯୋଗ ଅନୁଯାୟୀ, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ତ୍ରୀ ବିଧବା ହୋଇଥିଲେ। ପରେ ତାଙ୍କ ଶ୍ୱଶୁର, ଶାଶୁ ଓ ଦିଅର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଛନ୍ତି। ସଦା ବେଳେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହ ମାଡ ମାରିଆସୁଛନ୍ତି। ଏପରିକି ଘରୁ ବାହାର କରି ଦେବାକୁ ଧମକ ଦେଇଛନ୍ତି। ଯାହାଫଳରେ ନିର୍ଯାତନା ସହି ନ ପାରି ନିଜର ଛୋଟ ପିଲାମାନଙ୍କୁ ଧରି ବୋହୂ ନିଜ ଶାଶୁ ଘର ସଂଲଗ୍ନ ଏକ ଛୋଟ ଘରେ ରହି ଆସୁଥିଲେ। ସେଠାରେ ବର୍ଷାଦିନେ ପାଣି ଗଳିବାର ଶ୍ୱଶୁରଙ୍କୁ ବୋହୂ ଜଣାଇଥିଲେ। ପରେ ଶ୍ୱଶୁର, ଶାଶୁ ଓ ଦେଢ଼ଶୁର ଉତ୍ତ୍ୟକ୍ତ ହୋଇ ବୋହୂଙ୍କୁ ଗାଳି ଗୁଲଜ ଓ ମାରଧର କରିଥିଲେ। ଶ୍ୱଶୁର ରାଗି ଯାଇ ବୋହୂଙ୍କ ଗାଲ କାମୁଡ଼ି ଦେଇଥିଲେ। ଫଳରେ ବୋହୂଙ୍କ ଗାଲରୁ ରକ୍ତ ବାହାରିଥିଲା। ଏନେଇ ବୋହୂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଘଟଣା ଦିନ ପ୍ରଥମେ ଶାଶୁ ଥାନାରେ ପହଞ୍ଚତ୍ ବୋହୂ ମାଡମାରି ଶ୍ୱଶୁରକୁ ତଳେ ପକାଇ ଦେଇଥିଲା। ମାଡିବସି ତାଙ୍କ ହାତକୁ କାମୁଡ଼ିବା ସହିତ ମୋ ହାତକୁ ମଧ୍ୟ କାମୁଡି ଦେଇଥିଲା। ଘଟଣା ସବୁ ଓ୍ବାଡ୍ ମେମ୍ବରଙ୍କ ଉପସ୍ଥିତିରେ ଘଟିଥିଲା। ଗ୍ରାମାଂଚଳ ଥାନା ପୋଲିସ ଉଭୟପକ୍ଷଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ ସହ ତଦନ୍ତ ଚଳାଇଛି।


