ମର୍ମନ୍ତୁଦ ଦୁର୍ଘଟଣା: ଅଟୋ ଡ୍ରାଇଭର ଜୀବନ୍ତ ଦଗ୍ଧ

ଫୁଲବାଣୀ/ଖଜୁରିପଡା, ୧୭ା୧(ରାକେଶ କୁମାର ରାଉତ/ବିଦୁର ବେହେରା)-କନ୍ଧମାଳ ଜିଲା ଫୁଲବାଣୀ ସହର ସରକାରୀ ଆଇଟିଆଇଠାରୁ ଅଳ୍ପ ଦୂର ସଦର ଥାନା ଅନ୍ତର୍ଗତ ଦାତପାଜୁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଛି। ଏକ କାର -ଅଟୋ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଗାଡି ଜଳି ଯାଇଛି ା ଏଥିରେ ଅଟୋ ଚାଳକ ଚାପି ହୋଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ସେ ହେଲେ ବରୁଣ ମଲ୍ଲିକ(୨୦)। ଖଜୁରୀପଡା ବ୍ଲକ ଦାତପାଜୁ ପଞ୍ଚାୟତ ମିଣିଆକାଠି ଗ୍ରାମରେ ତାଙ୍କ ଘର। ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଅଟୋରେ ଥିବା ଅନ୍ୟ ୨ ଜଣଙ୍କୁ ଏବଂ କାରରେ ଥିବା ଜଣଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। କାର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ଦୁର୍ଘଟଣା କିପରି ଏବଂ କେଉଁ ପରିସ୍ଥିତିରେ ଘଟିଲା ତାହା କେହି କହିପାରୁ ନାହାନ୍ତି ା ବରୁଣଙ୍କ ଭାଇ ବାବୁଲା ଓ ଦଡକି ପଞ୍ଚାୟତ ସିଙ୍ଗାପଡାର ଶୈଳେନ୍ଦ୍ର କହଁର ଗୁରୁତର ହୋଇଛନ୍ତି ା ସେମାନଙ୍କ ଶରୀରର ପ୍ରାୟ ଅର୍ଦ୍ଧାଧିକ ଅଂଶ ପୋଡି ଯାଇଥିବା ଜଣାପଡିଛି। ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ା

ଖବରରୁ ଜଣାପଡିଛି, ବରୁଣ ଓ ବାବୁଲା ଫୁଲବାଣୀରୁ ଅଟୋ ଯୋଗେ ନିଜ ଗ୍ରାମ ମିଣିଆକାଠିକୁ ଯାଉଥିଲେ ା ବରୁଣ ଅଟୋ ଚଲାଉଥିଲେ। ବାବୁଲା ବସିଥିଲେ। ଦାତପାଜୁ ନିକଟରେ ବୌଦ୍ଧ ପଟୁ ଆସୁଥିବା ଏକ କାର ସହିତ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା ା ଫଳରେ ଉଭୟ ଗାଡି ଘଟଣା ସ୍ଥଳରେ ଜଳି ଯାଇଥିଲା।

ଖବରପାଇ ଅଗ୍ନିଶମବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବରୁଣ ସେତେବେଳକୁ ଅଟୋରେ ଜଳି ସାରିଥିଲେ ା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରୁ ଘରକୁ ଫେରିଲେ ମାର୍ଟିନ: ପ୍ରଶସଂକଙ୍କୁ କହିଲେ…

ମେଲବୋର୍ନ,୧୭।୧: ପୂର୍ବତନ ଅଷ୍ଟ୍ରେଲିଆନ ବ୍ୟାଟର ଡାମିଏନ ମାର୍ଟିନ ଶନିବାର ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଗତ ଡିସେମ୍ବର ୨୭ ତାରିଖରେ ମେନିଙ୍ଗିଟିସ ଆଟାକ କାରଣରୁ ତାଙ୍କୁ ଆଇସିୟୁରେ...

ରାଜକୋଟ୍‌ ନାବାଳିକା ବଳାତ୍କାର ମାମଲା: ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରାଜକୋଟ୍‌,୧୭ା୧: ୭ ବର୍ଷର ବାଳିକାଙ୍କୁ ବଳାତ୍କାର କରିବା ସହ ଲୁହା ରଡ୍‌ରେ ଯୌନ ନିର୍ଯାତନା ଦେବା ମାମଲାରେ ଗୁଜରାଟ ରାଜକୋଟ୍‌ର ଏକ ଅଦାଲତ ଅଭିଯୁକ୍ତଙ୍କୁ ମୃତ୍ୟୁ...

U19 World Cup 2026: ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ହରାଇଲା ଭାରତ

ନୂଆଦିଲ୍ଲୀ,୧୭।୧: ୧୯ ବର୍ଷରୁ କମ୍ ବିଶ୍ୱକପର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଂଲାଦେଶକୁ ୧୮ ରନରେ ହରାଇଛି ଭାରତ। ବର୍ଷା ବାଧାପ୍ରାପ୍ତ ମୁକାବିଲାରେ ଡିଏଲଏସ ନିୟମରେ ପଡୋଶୀ...

୨ ଦିନ ବଢ଼ିଲା ଶିଶିର ସରସ ମେଳା

ଭୁବନେଶ୍ୱର,୧୭।୧: ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳାକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ଫଳରେ ୧୮ ତାରିଖ ପରିବର୍ତ୍ତେ...

ଗୌରୀଶଙ୍କର-ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ବାଜି ମାରିଲା ଗୁମ୍ମା ଟିମ୍‌

ଦିଗପହଣ୍ଡି,୧୭ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଖମାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପଡିଆ ଠାରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟସ କ୍ଲବ୍‌...

ଶଙ୍ଖ ଧରିଲେ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ, ପାରଳାଖେମୁଣ୍ଡି ବିଧାୟକଙ୍କ…

ପାରଳାଖେମୁଣ୍ଡି,୧୭।୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା କାଶୀନଗର ବ୍ଲକ ଶିଆଳି ପଞ୍ଚାୟତ କରଣୀବଦ୍ରା, ଓ ଖାଣ୍ଡବା ପଞ୍ଚାୟତ ପୂର୍ତୀଗୁଡ଼ା ଗ୍ରାମର  କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ ନେତା କର୍ମୀ...

ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ମହଙ୍ଗା ପଡ଼ିଲା: ବରିଷ୍ଠ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୭।୧: ଯାତ୍ରା ଡ୍ୟାନ୍ସର ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ନୃତ୍ୟ...

ଦିନକୁ ଦିନ ଖସୁଛି ପାରଦ: ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ

ଜି.ଉଦୟଗିରି,୧୭ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପ୍ରବଳ ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri