ବଢ଼ୁଛି ଫାସ୍‌ଟାଗ୍‌ ଟୋଲ୍‌ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୨୫ା୧: ଭାରତୀୟ ସଡ଼କ ପଥରେ ପ୍ରତିଦିନ ଲକ୍ଷାଧିକ ଗାଡ଼ି ଚଳପ୍ରଚଳ କରୁଥିବା ବେଳେ ସଡ଼କ ପଥରେ ଆଦାୟ ହେଉଥିବା ଟିକସ ପରିମାଣ କିନ୍ତୁ ସେହି ଅନୁସାରେ ଆଦାୟ ହେଉ ନ ଥିଲା। ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିଲେ। ଏହାକୁ ଗୁରୁତ୍ୱର ସହ ଗ୍ରହଣକରି କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥକ ବର୍ଷରେ ଫାସ୍‌ଟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଥିଲେ। ଏପରିକି ସାରା ଦେଶରେ ଟେକ୍ନୋଲୋଜି ଜରିଆରେ ସଡ଼କ ପଥର ଟିକସ ଆଦାୟ କରାଗଲା। ବିଶେଷକରି ଫାସ୍‌ଟାଗ୍‌ ମାଧ୍ୟମରେ ଜାତୀୟ ତଥା ରାଜ୍ୟ ରାଜପଥରେ ଟୋଲ୍‌ ସଂଗ୍ରହକୁ କଡ଼ାକଡ଼ି କରାଗଲା। ଅପରପକ୍ଷରେ ଫାସ୍‌ଟାଗ୍‌ର ବ୍ୟବହାର ବୃଦ୍ଧି ସାଙ୍ଗକୁ ଟିକସ ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟିଲା। ଏପରିକି ୨୦୨୨ରେ ଫାସ୍‌ଟାଗ୍‌ ଜରିଆରେ ପ୍ରାୟ ୫୧,୦୦୦ (୫୦,୮୫୫) କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଥିତ୍ବା ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ କୁହାଯାଇଛି। ଏପରିକି ୨୦୨୧ ବର୍ଷର ଟିକସ ସଂଗ୍ରହଠାରୁ ୨୦୨୨ର ଟିକସ ସଂଗ୍ରହ ଯଥେଷ୍ଟ ଅଧିକ ଓ ସର୍ବାଧିକ ବୋଲି ଜଣାପଡ଼ିଛି। ଏପରିକି ୨୦୨୧ଠାରୁ ୨୦୨୨ରେ ଟିକସ ସଂଗ୍ରହ ପ୍ରାୟ ୪୬% ଅଧିକ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଉଛି। ସେହିପରି ଏନ୍‌ଏଚ୍‌ଏଆଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ପୂର୍ବ ବର୍ଷରେ ଇଲେକ୍ଟ୍ରୋନିକ୍‌ ଟୋଲ୍‌ ସଂଗ୍ରହ ୩୪,୭୭୮ କୋଟି ଟଙ୍କା ରହିଥିଲା। ଏପରିକି ଫାସ୍‌ଟାଗ୍‌ କାରବାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ୨୦୨୧ରେ ତୁଳନାରେ ୨୦୨୨ରେ ଏହା ୪୮% ବୃଦ୍ଧି ହୋଇଥିବା ବେଳେ ୨୦୨୧ ଏବଂ ୨୦୨୨ରେ ଫାସ୍‌ଟାଗ୍‌ କାରବାର ସଂଖ୍ୟା ଯଥାକ୍ରମେ ୨୧୯ କୋଟି ଏବଂ ୩୨୪ କୋଟି ରହିଥିଲା ବୋଲି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ(ମର୍ଥ) ପକ୍ଷରୁ କୁହାଯାଇଛି। ସେହିପରି ୨୦୨୨ରେ ସଂଗ୍ରହ ହୋଇଥିବା ରାଜସ୍ବଗୁଡ଼ିକ ହାରାହାରି ପ୍ରାୟ ୪,୨୦୦ କୋଟି ଟଙ୍କା ଥିଲା। ୨୦୨୨ ମାର୍ଚ୍ଚରେ ମାସିକ ସଂଗ୍ରହ ପ୍ରଥମ ଥର ପାଇଁ ୪,୦୦୦ କୋଟି ଟଙ୍କା ଅତିକ୍ରମ କରିଥିଲା। ମର୍ଥର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୬.୪ କୋଟି ଫାସ୍‌ଟାଗ୍‌ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଏପରିକି ସମଗ୍ର ଭାରତରେ ଫାସ୍‌ଟାଗ୍‌ ସକ୍ଷମ ଫି ପ୍ଲାଜାର ସଂଖ୍ୟା ୨୦୨୨ରେ ୧,୧୮୧କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri