ବଢ଼ୁଛି ଫାସ୍‌ଟାଗ୍‌ ଟୋଲ୍‌ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୨୫ା୧: ଭାରତୀୟ ସଡ଼କ ପଥରେ ପ୍ରତିଦିନ ଲକ୍ଷାଧିକ ଗାଡ଼ି ଚଳପ୍ରଚଳ କରୁଥିବା ବେଳେ ସଡ଼କ ପଥରେ ଆଦାୟ ହେଉଥିବା ଟିକସ ପରିମାଣ କିନ୍ତୁ ସେହି ଅନୁସାରେ ଆଦାୟ ହେଉ ନ ଥିଲା। ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିଲେ। ଏହାକୁ ଗୁରୁତ୍ୱର ସହ ଗ୍ରହଣକରି କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥକ ବର୍ଷରେ ଫାସ୍‌ଟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଥିଲେ। ଏପରିକି ସାରା ଦେଶରେ ଟେକ୍ନୋଲୋଜି ଜରିଆରେ ସଡ଼କ ପଥର ଟିକସ ଆଦାୟ କରାଗଲା। ବିଶେଷକରି ଫାସ୍‌ଟାଗ୍‌ ମାଧ୍ୟମରେ ଜାତୀୟ ତଥା ରାଜ୍ୟ ରାଜପଥରେ ଟୋଲ୍‌ ସଂଗ୍ରହକୁ କଡ଼ାକଡ଼ି କରାଗଲା। ଅପରପକ୍ଷରେ ଫାସ୍‌ଟାଗ୍‌ର ବ୍ୟବହାର ବୃଦ୍ଧି ସାଙ୍ଗକୁ ଟିକସ ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟିଲା। ଏପରିକି ୨୦୨୨ରେ ଫାସ୍‌ଟାଗ୍‌ ଜରିଆରେ ପ୍ରାୟ ୫୧,୦୦୦ (୫୦,୮୫୫) କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଥିତ୍ବା ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ କୁହାଯାଇଛି। ଏପରିକି ୨୦୨୧ ବର୍ଷର ଟିକସ ସଂଗ୍ରହଠାରୁ ୨୦୨୨ର ଟିକସ ସଂଗ୍ରହ ଯଥେଷ୍ଟ ଅଧିକ ଓ ସର୍ବାଧିକ ବୋଲି ଜଣାପଡ଼ିଛି। ଏପରିକି ୨୦୨୧ଠାରୁ ୨୦୨୨ରେ ଟିକସ ସଂଗ୍ରହ ପ୍ରାୟ ୪୬% ଅଧିକ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଉଛି। ସେହିପରି ଏନ୍‌ଏଚ୍‌ଏଆଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ପୂର୍ବ ବର୍ଷରେ ଇଲେକ୍ଟ୍ରୋନିକ୍‌ ଟୋଲ୍‌ ସଂଗ୍ରହ ୩୪,୭୭୮ କୋଟି ଟଙ୍କା ରହିଥିଲା। ଏପରିକି ଫାସ୍‌ଟାଗ୍‌ କାରବାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ୨୦୨୧ରେ ତୁଳନାରେ ୨୦୨୨ରେ ଏହା ୪୮% ବୃଦ୍ଧି ହୋଇଥିବା ବେଳେ ୨୦୨୧ ଏବଂ ୨୦୨୨ରେ ଫାସ୍‌ଟାଗ୍‌ କାରବାର ସଂଖ୍ୟା ଯଥାକ୍ରମେ ୨୧୯ କୋଟି ଏବଂ ୩୨୪ କୋଟି ରହିଥିଲା ବୋଲି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ(ମର୍ଥ) ପକ୍ଷରୁ କୁହାଯାଇଛି। ସେହିପରି ୨୦୨୨ରେ ସଂଗ୍ରହ ହୋଇଥିବା ରାଜସ୍ବଗୁଡ଼ିକ ହାରାହାରି ପ୍ରାୟ ୪,୨୦୦ କୋଟି ଟଙ୍କା ଥିଲା। ୨୦୨୨ ମାର୍ଚ୍ଚରେ ମାସିକ ସଂଗ୍ରହ ପ୍ରଥମ ଥର ପାଇଁ ୪,୦୦୦ କୋଟି ଟଙ୍କା ଅତିକ୍ରମ କରିଥିଲା। ମର୍ଥର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୬.୪ କୋଟି ଫାସ୍‌ଟାଗ୍‌ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଏପରିକି ସମଗ୍ର ଭାରତରେ ଫାସ୍‌ଟାଗ୍‌ ସକ୍ଷମ ଫି ପ୍ଲାଜାର ସଂଖ୍ୟା ୨୦୨୨ରେ ୧,୧୮୧କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri