ରୋଗ ପ୍ରତିରୋଧକ ଶକ୍ତିକୁ ଦ୍ୱନ୍ଦ୍ୱରେ ପକାଉଛି ଫାଷ୍ଟ ଫୁଡ୍‌

ଲଣ୍ଡନ, ୧୧ା୧:ଜୀବାଣୁ, ଭୂତାଣୁ ସହ ଲଢ଼ି ଆମକୁ ସୁସ୍ଥ ରଖିବାରେ ଇମ୍ୟୁନୋ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି କାମ କରିଥାଏ। ଆମେ ପ୍ରତିଦିନ କୋଟି କୋଟି ସଂଖ୍ୟାରେ ରୋଗ ସୃଷ୍ଟିକାରୀ କାରକର ସାମ୍‌ନା କରୁଥିଲେ ହେଁ ଇମ୍ୟୁନୋ ସିଷ୍ଟମ ଯୋଗୁ ସେଥିଜନିତ ଅସୁସ୍ଥତାରୁ ମୁକ୍ତି ପାଇଥାଉ। କିନ୍ତୁ ଏହି ପ୍ରାକୃତିକ ସୁରକ୍ଷାକବଚ କୌଣସି ରୋଗ ସହ ଲଢ଼ିବା ବଦଳରେ ଆମ ସୁସ୍ଥ କୋଷିକାକୁ ଆକ୍ରମଣ କଲେ ତାହା ବେଶ୍‌ ଘାତକ ହୋଇଥାଏ। ଏହାକୁ ଅଟୋ-ଇମ୍ୟୁନୋ ଡିଜିଜ୍‌ କୁହାଯାଏ। ଅର୍ଥାତ୍‌ ଆମ ରୋଗ ପ୍ରତିରୋଧକ ଶକ୍ତି ଆମ ପାଇଁ ହିଁ ଘାତକ ସାବ୍ୟସ୍ତ ହୋଇଥାଏ। କେଉଁଠି ସୁସ୍ଥ କୋଷିକା ଏବଂ କେଉଁଟି ରୋଗ ସୃଷ୍ଟିକାରୀ କାରକ ତାହାକୁ ଆମ ଇମ୍ୟୁନୋ ସିଷ୍ଟମ ଚିହ୍ନିପାରି ନ ଥାଏ। ବିଶ୍ୱରେ ଅଟୋ-ଇମ୍ୟୁନୋ ରୋଗର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପାଶ୍ଚାତ୍ୟ ଖାଦ୍ୟାଭ୍ୟାସ ତଥା ଫାଷ୍ଟ୍‌ଫୁଡ୍‌ ଏହାର ପ୍ରମୁଖ କାରଣ ବୋଲି ଲଣ୍ଡନର ଫ୍ରାନ୍ସିସ୍‌ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି।
ଜେମ୍ସ ଲି ଏବଂ କାରୋଲା ଭିନେସାଙ୍କ କହିବା ମୁତାବକ, ୪ ଦଶନ୍ଧି ପୂର୍ବରୁ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅଟୋ-ଇମ୍ୟୁନୋ ରୋଗ ବଢ଼ିଚାଲିଥିଲା। ଏବେ ସମଗ୍ର ବିଶ୍ୱରେ ବହୁ ସଂଖ୍ୟାରେ ଲୋକ ଏଥିରେ ପୀଡ଼ିତ ହେଉଛନ୍ତି। ମଧ୍ୟପ୍ରାଚ୍ୟ ଏବଂ ଏସୀୟ ଦେଶଗୁଡ଼ିକରେ ଲୋକେ ଏପରି ରୋଗର ଶିକାର ହେଉଛନ୍ତି। ବିଶେଷ କରି ପାଚନତନ୍ତ୍ରର ଅଧିକାଂଶ ଭାଗରେ ସଂକ୍ରମଣ, ଟାଇପ୍‌-୧ ଡାଇବେଟିସ୍‌, ଜଏଣ୍ଟ ବା ଗଣ୍ଠିଗୁଡ଼ିକରେ ଦୀର୍ଘସ୍ଥାୟୀ ସଂକ୍ରମଣ(ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌), ସ୍ନାୟୁର ସୁରକ୍ଷା ଆବରଣକୁ ନଷ୍ଟ କରିଦେଉଥିବା ରୋଗ ମଲ୍ଟିପଲ୍‌ ସ୍କ୍ଲେରୋସିସ୍‌ ଆଦି ରୋଗରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ଏଥିପାଇଁ ଆମ ଖାଦ୍ୟାଭ୍ୟାସ ବିଶେଷ କରି ଦାୟୀ। ଏବେ ଫାଷ୍ଟଫୁଡ୍‌ ପ୍ରତି ସାରା ବିଶ୍ୱରେ ଲୋକପ୍ରିୟତା ବୃଦ୍ଧିପାଇଛି। ଫାଷ୍ଟଫୁଡ୍‌ରେ ସାଧାରଣତଃ ଫାଇବର ଭଳି ସ୍ବାସ୍ଥ୍ୟ ଉପଯୋଗୀ ଉପାଦାନ ନ ଥାଏ। ବିଭିନ୍ନ ଶାରୀରିକ କାର୍ଯ୍ୟକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଅନ୍ତନଳୀରେ ମହଜୁଦ୍‌ ସୂଷ୍ମ-ଅଣୁଜୀବ(ମାଇକ୍ରୋବିଓମି) ଫାଇବର ଅଭାବରୁ ପ୍ରଭାବିତ ହୋଇଥାଏ। ମାଇକ୍ରୋବିଓମିରେ ପରିବର୍ତ୍ତନ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ। ଫଳରେ ଶରୀରରେ କେଉଁଟି ସୁସ୍ଥ ଏବଂ କେଉଁଟି ଅସୁସ୍ଥ କୋଷିକା ତାହା ଇମ୍ୟୁନୋ ସିଷ୍ଟମ ଚିହ୍ନି ପାରି ନ ଥାଏ। ତେଣୁ ଶରୀରରେ କୌଣସି ପ୍ରକାର ସଂକ୍ରମଣ ହେଲେ ତାହା ରୋକିବା ବଦଳରେ ସୁସ୍ଥ କୋଷିକାକୁ ନଷ୍ଟ କରିଥାଏ। ଏହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗ ପ୍ରଭାବିତ ହୁଏ ଏବଂ ଜଣେ ଅଧିକ ରୋଗଗ୍ରସ୍ତ ହୋଇଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।
ବ୍ରିଟେନରେ ୪୦ ଲକ୍ଷ ଲୋକ ଅଟୋ-ଇମ୍ୟୁନୋ ରୋଗରେ ପୀଡ଼ିତ। ବିଶ୍ୱସ୍ତରରେ ଏହି ମାମଲା ପ୍ରତିବର୍ଷ ୩ରୁ ୯ ପ୍ରତିଶତ ବୃଦ୍ଧି ପାଉଛି। ପୂର୍ବ ଅଧ୍ୟୟନର ଏକ ରିପୋର୍ଟ ଅନୁସାରେ ଅଟୋ-ଇମ୍ୟୁନୋ ରୋଗ ପାଇଁ ପରିବେଶ ପ୍ରଦୂଷଣଜନିତ କାରଣ ମଧ୍ୟ ଦାୟୀ। ବିଶେଷ କରି ମାଇକ୍ରୋ ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ଏହାର ଏକ ପ୍ରମୁଖ କାରଣ। ଯୁବବର୍ଗ ବହୁଳ ମାତ୍ରାରେ ଏପରି ରୋଗର ଶିକାର ହେଉଛନ୍ତି। ସମ୍ପ୍ରତି ମେଡିକାଲ ସାଇନ୍ସରେ ଅଟୋ-ଇମ୍ୟୁନୋ ରୋଗଗୁଡ଼ିକର ଉପଚାର ବାହାରି ନ ଥିବା ଜେମ୍ସ ଲି କହିଛନ୍ତି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ଜଣେ ନିୟମିତ ଔଷଧ ସେବନ ତଥା ଚିକିତ୍ସା ଆବଶ୍ୟକ କରିଥାଏ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri