ଲଣ୍ଡନ,୨୧ା୬: ଆଘାତପ୍ରାପ୍ତ ଇଂଲଣ୍ଡ ଫାଷ୍ଟ ବୋଲର ମାର୍କ ଉଡ୍ ଜୁଲାଇ ୩୧ରୁ ଓଭାଲଠାରେ ହେବାକୁ ଥିବା ୫ମ ତଥା ଫାଇନାଲ ଟେଷ୍ଟ ବେଳକୁ ଫିଟ୍ ହୋଇଯାଇ ଥିବେ ଏବଂ ସିଲେକ୍ସନ ପାଇଁ ଉପଲବ୍ଧ ହେବେ ବୋଲି ଆଶା କରାଯାଉଛି। ଆଣ୍ଠୁରେ ଅସ୍ତ୍ରୋପଚାର ପରେ ଉଡ୍ ବର୍ତ୍ତମାନ ରିହାବିଲିଟେଶନରେ ଅଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଚାମ୍ପିୟନ୍ସ ଟ୍ରଫି ବେଳେ ଏହି ୩୫ ବର୍ଷୀୟ କ୍ରିକେଟର ବାମ ଆଣ୍ଠୁରେ ଲିଗାମେଣ୍ଟ ଇଞ୍ଜୁରୀ ହୋଇଥିଲା।
ମାର୍ଚ୍ଚରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ସମ୍ପୂର୍ଣ୍ଣ ଫିଟ୍ ହେବାକୁ ତାଙ୍କୁ ୪ମାସ ସମୟ ଲାଗିବ ବୋଲି ସେତେବେଳେ ତାଙ୍କୁ ଡାକ୍ତର କହିଥିଲେ। ମାତ୍ର ଉଡ୍ କହୁଛନ୍ତି, ସେ ୫ମ ଟେଷ୍ଟ ବେଳକୁ ଫିଟ୍ ହୋଇଯାଇଥିବେ। ରିହାବିଲିଟେଶନ ବେଳେ ହାଲ୍କା ବୋଲିଂ ଅଭ୍ୟାସ କରିଛନ୍ତି। ସେ ବିଧିବଦ୍ଧ ଭାବେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଛନ୍ତି।


