ଚାଷଜମି ସାଜିଛି ବାଲି ଚାଲାଣ ରାସ୍ତା

ପଟ୍ଟାମୁଣ୍ଡାଇ,୨ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ବାଲି ସଇରାତଗୁଡ଼ିକୁ ଖଣି ବିଭାଗ ଅଦ୍ୟାବଧି ନିଲାମ ଦେଇ ନାହିଁ। ହେଲେ ପ୍ରତିଦିନ ବିଭିନ୍ନ ସଇରାତରୁ ରାତିଦିନ ବାଲି ଚୋରା ଚାଲାଣ ଚାଲିଛି। ଚାଷଜମି ଭିତର ଦେଇ ଶତାଧିକ ହାଇୱାରେ ବାଲି ଚୋରା ଚାଲାଣ ହେଉଛି। ଏଥିରେ ବାଲି ବ୍ୟବସାୟୀ, ହାଇୱା ମାଲିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ବେଳେ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହେଉଛି। ଅନ୍ୟପକ୍ଷେ ସରକାରଙ୍କ ବ୍ୟାପକ ରାଜସ୍ବ କ୍ଷତି ଘଟୁଛି। ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ହାଇୱା ମାଲିକମାନେ ବାଲି ବୋଝେଇ ଗାଡ଼ିକୁ ଚାଷଜମି ଉପରେ ଗୁଳା କରି ଜବରଦସ୍ତ ଚଳାଚଳ କରୁଛନ୍ତି। ଏଥିଲାଗି ଜଳସେଚନ ପାଇଁ ଥିବା କେନାଲକୁ ବନ୍ଧାଇ ରାସ୍ତା କରିଛନ୍ତି। ଫଳରେ ପାଳରେ ଚାଷ ହୋଇଥିବା ଜମିକୁ ପାଣି ଆସି ପାରୁନାହଁି। ଚାଷଜମିରେ ଧୂଳିର ଆସର ଜମି ପନିପରିବା ନଷ୍ଟ ହେଉଛି। ଏହାକୁ ବିରୋଧ କରିବାରୁ ଚାଷୀଙ୍କୁ ବାଲି ବ୍ୟବସାୟୀମାନେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଚମକ ଦେଉଥିବା କେତେଜଣ ଚାଷୀ ନିଜନାମ ଗୋପନ ରଖି ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ନରେନ୍ଦ୍ର ଧଳ କୁହନ୍ତି, କେନ୍ଦ୍ରାପଡ଼ା, ଖଣି ବିଭାଗର ଉଦାସୀନତା ଯୋଗୁ ବାଲି ଖାଦାନଗୁଡ଼ିକ ନିଲାମ ହୋଇପାରୁନାହିଁ। ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି। ଏହିକ୍ରମରେ ରାଜ୍ୟ ସରକାର ଲଘୁ ଖଣି ନିର୍ଦ୍ଦେଶାଳୟ ପ୍ରାୟ ବର୍ଷେ ହେବ କେନ୍ଦ୍ରାପଡ଼ାରେ ଲଘୁ ଖଣି କାର୍ଯ୍ୟାଳୟ ଖୋଲିଛି। ହେଲେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାର ନିୟନ୍ତ୍ରଣ ହେବା ସ୍ଥଳେ ଆହୁରି ଅଣାୟତ୍ତ ହେଉଥିବା ଚର୍ଚ୍ଚା ହେଉଛି। ବାଲିର ଆବଶ୍ୟକତା ଥିବାରୁ ଚୋରାଚାଲାଣକାରୀମାନେ ଆଦୌ ରାଜସ୍ବ ନ ଦେଇ ହାଇୱା ପିଛା ୭ରୁ ୧୦ ହଜାର ଟଙ୍କା ଲୁଟୁଛନ୍ତି। ବୁଦ୍ଧିଜୀବୀ ପ୍ରବୀର ନାୟକ କୁହନ୍ତି, ଓଡ଼ିଶାର କେନ୍ଦ୍ରାପଡ଼ା ଏକ କୃଷି ପ୍ରଧାନ ଜିଲା। ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ସବୁକ୍ଷେତ୍ରରେ ପ୍ରୋତ୍ସାହନ ଦେଇ ସେମାନଙ୍କ ଅର୍ଥନୀତି ସୁଦୃଢ଼ କରିବା ଲକ୍ଷ୍ୟରେ ଅନେକ ଯୋଜନା ହାତକୁ ନେଇଛନ୍ତି। ମାତ୍ର ସାଧାରଣ ଚାଷୀଟିଏ ଧାର କରଜ କରି ଚାଷ କରିଥିବା ବେଳେ ଏହି ବାଲି ବ୍ୟବସାୟୀମାନେ ଫସଲ ନଷ୍ଟ କରୁଛନ୍ତି। ସେମାନଙ୍କୁ ଡରି ଚାଷୀ ଚୁପ୍‌ ରହୁଥିବା ବେଳେ ପ୍ରଶାସନ ସବୁ ଜାଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଖଣି ବିଭାଗ ଅଧିକାରୀ ରାଜେନ୍ଦ୍ର ଖୁଣ୍ଟିଆଙ୍କୁ ପଚାରିବାରେ ଆମେ ସବୁ ବାଲି ଖାଦାନରେ ୧୪୪ ଜାରି କରିଛୁ। ଏହାକୁ ଅମାନ୍ୟ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri