ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ

ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ)
ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ ସମୟରେ ଚାଷୀ ତା’ର ଅମଳ ଧାନକୁ କାଟି ମଣ୍ଡିରେ ନେଇ ବିକ୍ରି କରିଥାନ୍ତା, ସେହି ସମୟରେ ଧାନ ବିଲରେ ପାଣିରେ ପଡ଼ିରହିଛି ଏକର ଏକର ଧାନ। ଜମିରେ କଟା ହୋଇ ପଡ଼ିରହିଥିବା ଧାନ ଉଠାଇବା ଚାଷୀଙ୍କ ପକ୍ଷେ ସମ୍ଭବ ହେଉନି। ଏଭଳି ସ୍ଥିତିରେ ଫସଲ ପାଇଁ ଋଣ ଆଣିଥିବା ଚାଷୀମାନେ, ଋଣ ଭାର ପରିଶୋଧ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି। ଧାନ ସବୁ ବର୍ଷାପାଣିରେ ଭିଜି ଥିବାରୁ ଗଜା ହୋଇ ଆଉ ସେଥିରୁ କିଛି ଆଦାୟ ହେବ ନାହିଁ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ଚାଷୀ ବର୍ଷକର ଆହାର ହରାଇବା ଭୟରେ ଦୁଃଖରେ ଭାଙ୍ଗି ପଡିଛି। ଅନ୍ୟପଟେ ଚଳିତ ବର୍ଷ ରାଜ୍ୟ ସରକାର କେବଳ ଏଫ୍‌ଏକ୍ୟୁ ମାନର ଧାନ ହିଁ କିଣିବେ ବୋଲି ସ୍ପଷ୍ଟ କରିଛନ୍ତି। ଯାହା ଏବେ ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଖୋର୍ଦ୍ଧା ଜିଲାର ବାଣପୁର, ଜଟଣୀ ଏବଂ ନିରାକାରପୁର ଅଞ୍ଚଳର ବହୁ ଚାଷୀଙ୍କ ଜମିରେ ପାଣି ଜମି ରହିଥିବାରୁ ଧାନ ଉଠିପାରୁ ନାହିଁ। ଫଳରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ସହାୟତା ପାଇଁ ସାଧାରଣରେ ଦାବି ହେଉଛି।
ହାତୀଙ୍କ ଉପଦ୍ରବ ଏବଂ ବର୍ଷା ନିରାକାରପୁର ଅଞ୍ଚଳର ଚାଷୀଙ୍କ ଚିନ୍ତା ବଢ଼ାଇଛି। ହାତୀପଲ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେବା ସହ ଲୋକଙ୍କ ବାରି ଏବଂ କ୍ଷେତରେ ପଶି ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ବର୍ଷକର ଆହାରକୁ କିଭଳି ହାତୀଦାଉରୁ ରକ୍ଷା କରିବେ ସେ ନେଇ ପାଳିକରି କ୍ଷେତରେ ଜଗି ରହୁଥିବା ବେଳେ ବର୍ଷା ସବୁ ଉଜାଡ଼ିଦେଲା ବୋଲି ଚାଷୀମାନେ କହିଛନ୍ତି। ସତ୍ୟାନନ୍ଦ ପ୍ରଧାନଙ୍କ ଦେଢ଼ ଏକର ଜମିର ୫ଶହରୁ ଊର୍ଦ୍ଧ୍ୱ ଥିବା କଳେଇ ଗଦାକୁ ହାତୀ ଖାଇଦେଇଥିବା ଅଭିଯୋଗ ହୋଇଛି। ସେହପରି ରଙ୍କ ପ୍ରଧାନ, ରମେଶ ମହାପାତ୍ର, ସନାତନ ସାମନ୍ତରାୟଙ୍କ କଳେଇ ମଧ୍ୟ ହାତୀପଲ ଖାଇଦେଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ କ’ଣ କରିବୁ ଭାବି ଆଖିକୁ ନିଦ ନାହିଁ ବୋଲି ଚାଷୀ ସତ୍ୟାନନ୍ଦ ପ୍ରଧାନ କହିଛନ୍ତି। ବନ ବିଭାଗ ଓ କୃଷି ବିଭାଗ ପକ୍ଷରୁ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇଦେବା ଲାଗି ଦାବି ହେଉଛି। ସେହିପରି ଜଟଣୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର କ୍ଷେତରେ ବର୍ଷାପାଣି ଜମି ରହିଥିବାରୁ ଧାନ ଗଜା ହେବା ନେଇ ଆଶଙ୍କା ଦେଖାଦେଇଛି। ବ୍ଲକ ପ୍ରଶାସନ ସୂଚନା ମୁତାବକ, ଜଟଣୀ ବ୍ଲକରେ ମୋଟ୍‌ ୬୫୫୩ ହେକ୍ଟର ଚାଷଜମି ମଧ୍ୟରୁ ୧୪୭ ହେକ୍ଟର ଜମିରେ ଧାନ ରହିଥିବା ବେଳେ ୧୩୨ ହେକ୍ଟର ଧାନ କଟାଯାଇଛି। ୩୨୦ ହେକ୍ଟର ଜମିରୁ ଧାନକାଟି ଚାଷୀ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। ଅଧିକାଂଶ ସ୍ଥାନରେ ହୋଇଥିବା ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ ପଦନପୁର ପଞ୍ଚାୟତରେ ୭ରୁ ୮ଏକର ଧାନକ୍ଷେତ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସେହିପରି ବାଣପୁର ବ୍ଲକ ଅଞ୍ଚଳର ଚାଷଜମିରେ ପାଣି ଜମି ରହିଥିବା ବେଳେ ପାଚିଲା ଧାନ ତଳେ ପଡିଯିବାରୁ ଗଜା ହେବାକୁ ବସିଲାଣି । ସେପଟେ ଲଗାଣ ବର୍ଷା ଚାଷକୁ ପ୍ରଭାବିତ କରିଥିବା ବେଳେ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri