ଚାଷୀଙ୍କୁ ଦଲାଲ ମୁକ୍ତ କରାଯିବ: ମୁଖ୍ୟମନ୍ତ୍ରୀ

ଚମ୍ପୁଆ/ଝୁମ୍ପୁରା,୨୫।୬ (ମହେଶ୍ୱର ଦାସ/ଶଶିଭୂଷଣ ସାହୁ): ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜିଲା କେନ୍ଦୁଝରକୁ ମୋହନ ଚରଣ ମାଝୀ ୨ ଦିନିଆ ଗସ୍ତରେ ଆସିଛନ୍ତି। ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟି ରାଇକଳାକୁ ଯାଇଛନ୍ତି। ଏହି ଅବସରରେ ଝୁମ୍ପୁରା ବଜାରସ୍ଥିତ ଦୁର୍ଗାମନ୍ଦିର ପଡ଼ିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି, କେନ୍ଦୁଝର ଏକ ଲଢୁଆ ଜିଲା, ଏ ମାଟି ପବିତ୍ର ମାଟି, ଏ ମାଟି ଧରଣୀଧର ଭୁୟଁାଙ୍କ ଅନ୍ୟାୟ ଅନୀତି ବିରୋଧରେ ଲଢ଼େଇକୁ ଆଜି ବି ମନେରଖିଛି। ରାଷ୍ଟ୍ରୀୟ ଚିନ୍ତାଧାରା ପ୍ରତ୍ୟେକ ନାଗରିକ ପାଖରେ ରହିବା ଉଚିତ, ଅତ୍ୟାଚାରର ଶିକାର ଓଡ଼ିଶାବାସୀ ପରିବର୍ତ୍ତନ ଆଶା କରିଥିଲେ। ଏହାର ପ୍ରତିଫଳନରେ ଆଜି ଓଡ଼ିଶାରେ ୨୪ବର୍ଷର ବିଜେଡି ସରକାରଙ୍କ ପତନ ଘଟିଛି ଏବଂ ଭାଜପାକୁ ରାଜ୍ୟ ଶାସନର ଦାୟିତ୍ୱ ମିଳିଛି।
ଏପରିକି ଚାଷୀଙ୍କୁ ଦଲାଲଙ୍କଠାରୁ ମୁକ୍ତ କରି ଧାନର ସହାୟକ ମୂଲ୍ୟ ୩୧ଶହ ଟଙ୍କା କରାଯିବାର ପ୍ରତିଶ୍ରୁତିକୁ ୧୦୦ଦିନ ଭିତରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମିଶନଶକ୍ତି ନଁାରେ ପୂର୍ବ ସରକାରର ବଡ଼ପଣ୍ଡାମାନେ ମହିଳାମାନଙ୍କୁ ଭୁଆଁ ବୁଲାଉଥିଲେ। ସରକାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଖୁବ୍‌ଶୀଘ୍ର ପୂରଣ କରିବ ବୋଲି ସେ ସୂଚନା ଦେଇଛନ୍ତି। ଓଡ଼ିଶାର ବିକାଶ ପାଇଁ ସମସ୍ତେ ରାମ ସେତୁ ନିର୍ମାଣର ବାନର ସେନା ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଖଣିଜ ସମ୍ପଦଭରା କେନ୍ଦୁଝରର ବିକାଶ ପାଇଁ ଇଚ୍ଛାଶକ୍ତିର ଅଭାବ ରହିଛି। ଖଣିଜ ସମ୍ପଦ ବ୍ୟବହାର ଓ ଜିଲା ଖଣିଜ ପାଣ୍ଠିର ସୁବିନିଯୋଗରେ କେନ୍ଦୁଝରର ବିକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ପରିଚାଳନା କରିଥିବାବେଳେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଫକୀରମୋହନ ନାଏକ ଓ ଜିଲା ସମ୍ପାଦକ ଅନୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?