ମଣ୍ଡିରେ ମନ୍ଥର ଗତିରେ ଧାନକିଣା, ଚାଷୀ ଅସନ୍ତୁଷ୍ଟ

ଲୋଇସିଂହା,୧୫ା୧(ସୁଶାନ୍ତ ବାରିକ):ଜାନୁଆରୀ ଦ୍ୱିତୀୟ ସପ୍ତାହ ଆରମ୍ଭ ହୋଇଯାଇଛି। କିନ୍ତୁ ବିଳମ୍ବରେ ଧାନକ୍ରୟ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଅଞ୍ଚଳର ବିଭିନ୍ନ ମଣ୍ଡିରେ ମାସକର ପଛୁଆ ଧାନକିଣା ଚାଲିଥିବା ଜଣାପଡିଛି। ମନ୍ଥର ଗତିରେ ଧାନକିଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୨୫ ଡିସେମ୍ବର ୫ରେ ଆନୁଷ୍ଠାନିକ ଭାବେ ଲୋଇସିଂହା ମଣ୍ଡିରୁ ବଲାଙ୍ଗୀର ଜିଲା ଖରିଫ ଧାନକ୍ରୟ ଶୁଭାରମ୍ଭ କରିଥିଲେ ଜିଲାପାଳ। ପ୍ରଶାସନ ସହ ମିଲର ଏଗ୍ରିମେଣ୍ଟ, ଟୋକନ୍‌ ସମସ୍ୟା ଯୋଗୁ ଡିସେମ୍ବର ଶେଷ ସପ୍ତାହରେ ମଣ୍ଡିରେ ଧାନକିଣା ଆରମ୍ଭ ହୋଇଥିଲା। ମାତ୍ର ୨୦ ଦିନ ହେବ ଧାନକିଣା ହେଉଛି। ଏହାରି ଭିତରେ କିଛିଦିନ ମିଲରମାନେ ଆନ୍ଦୋଳନ କରିବାରୁ ଧାନକ୍ରୟ ବନ୍ଦ ରହିଥିଲା। ଜାନୁଆରୀ ୧୫ ତାରିଖ ଚାଲିଥିବାବେଳେ ଲୋଇସିଂହା ବ୍ଲକ୍‌ ଅଧୀନ ବୁର୍ଡା ମଣ୍ଡିରେ ଗତ ୨ ତାରିଖର ଟୋକନ ପାଇଥିବା ଚାଷୀଙ୍କ ତାଲିକା ଛପାଯାଇଛି। ହେଲେ ପ୍ରକୃତରେ ଡିସେମ୍ବର ୨୨ରେ ଟୋକନ ଥିବା ଚାଷୀଙ୍କ ଧାନକିଣା ଯାଉଥିବା ଜଣାପଡିଛି। ସେହିପରି ଯୋଗୀସର୍ଡା ମଣ୍ଡିରେ ଡିସେମ୍ବର ୨୬ ତାରିଖ ଧାନକ୍ରୟ ପାଇଁ ତାଲିକା ଛପାଯାଇଛି। ବାଦିବାହାଲ ମଣ୍ଡିରେ ଡିସେମ୍ବର ୧୫ ତାରିଖ ଟୋକନ୍‌ ଛପା ଯାଇ ଧାନକ୍ରୟ କରାଯାଉଛି। ବିଳମ୍ବରେ ଧାନ କିଣା ହେଉଛି। ଅନ୍ୟପକ୍ଷରେ ମିଲର ପର୍ଯ୍ୟାପ୍ତ ପରିମାଣର ଗାଡ଼ି ପଠାଉ ନ ଥିବାରୁ ଧାନ ଉଠିବାରେ ସମସ୍ୟା ହେଉଥିବା ପାକ୍ସ କର୍ମଚାରୀ କହୁଛନ୍ତି। ଉକ୍ତ ବ୍ଲକ୍‌ ଅଧୀନ ସରଗାଡ଼, ବାଦିମୁଣ୍ଡା, ରେଙ୍ଗାଲି, କୁଶମେଲ, କୁଶଙ୍ଗ ମଣ୍ଡିରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି। ଶତାଧିକ ଚାଷୀ ଟୋକନ୍‌ ଅପେକ୍ଷାରେ ରହିଛନ୍ତି। ମାସାଧିକ ସମୟ ହେଲା ଧାନ ଅମଳ କରି ଘରେ ଗଚ୍ଛିତ ରଖିଥିବାରୁ ତାହାକୁ ମୂଷା ଖାଇ ନଷ୍ଟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଚାଷୀ ଟୋକନ୍‌ ପାଇ ମଣ୍ଡିକୁ ବିକ୍ରି ପାଇଁ ଧାନ ଆଣିଛନ୍ତି। ହେଲେ ମଣ୍ଡି ଉତ୍ତମ ବ୍ୟବସ୍ଥା ନ ଥିବାରୁ ଧାନ ଖୋଲା ଆକାଶରେ ପଡି କାକରରେ ଭିଜୁଛି। ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri