ସାର ପାଇଁ ରାତି ଉଜାଗର ଚାଷୀ, ଲାଇନ୍‌ରେ ରହିଛି ବ୍ୟାଗ୍‌-ଆଧାରକାର୍ଡ

ବଣାଇଁ,୧୧ା୯(ପ୍ରଦୀପ ତ୍ରିପାଠୀ): ସାର ପାଇଁ ଲାଇନ ଲାଗିଛି ଆଧାରକାର୍ଡ ଓ ବ୍ୟାଗ୍‌। ଚାଷୀଟିଏ ସାମାନ୍ୟ ସାର ଟିକେ ପାଇଁ ଦିନଦିନ ଧରି ଅପେକ୍ଷା କରୁଥିବା ବେଳେ ବୁଧବାର ନରେନ୍ଦ୍ର ଲ୍ୟାମ୍ପସକୁ ସାର ଆସିଥିବା ଖବର ଶୁଣି ରାତି ଉଜାଗର ହୋଇ ଲାଇନ୍‌ ଲଗାଇଛନ୍ତି। ଚାଷୀ ପାଇଁ ସାର ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଚାଷ ଠିକ୍‌ ଭାବେ ହେବ ବୋଲି ସାର ମୁଠେ ପାଇଁ ଚାଷୀ ଏବେ ସମ୍ପର୍କ ଭୁଲିବାକୁ ପଛାଉନାହିଁ। ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁରୁଣ୍ଡିଆ ବ୍ଲକର ନରେନ୍ଦ୍ର ଲ୍ୟାମ୍ପରେ। ପୂର୍ବରୁ ଅନେକଥର ଲ୍ୟାମ୍ପକୁ ଆସି ଫେରି ଯାଉଥିବା ଚାଷୀମାନେ ସାର ଆସିବା ଖବର ପାଇ ଗତ ରାତିରୁ ଲାଇନ ଲାଗିଛନ୍ତି। ନିଜେ ଉପସ୍ଥିତ ଥିବା ଲାଇନରେ ଆଧାର କାର୍ଡ ଓ ବ୍ୟାଗକୁ ସନ୍ତକ କରିଛନ୍ତି ।

ଅପରପକ୍ଷରେ ଏବେ ମାତ୍ର ୨ ଶହ ବସ୍ତା ସାର ଆସିଛି। ହେଲେ ୨ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଥିବାରୁ ପ୍ରବଳ ପାଟିତୁଣ୍ଡ ଯୋଗୁ ଲ୍ୟାମ୍ପ କର୍ତ୍ତୃପକ୍ଷ ୫୦ ବସ୍ତା ସାର ଥାଇ ବଣ୍ଟନକୁ ବନ୍ଦ କରିଛନ୍ତି। ଆସନ୍ତାକାଲି ସାର ଆସିଲେ ସମସ୍ତଙ୍କୁ ମିଳିବ ବୋଲି ଗୁରୁଣ୍ଡିଆ ଲ୍ୟାମ୍ପସର ହିସାବରକ୍ଷକ ଜଗନ୍ନାଥ ବିଶ୍ୱାଳ ଉତ୍ତର ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଏଡ଼ା ସିଇଓ ବହିଷ୍କୃତ

ଲକ୍ଷ୍ନୌ,୨୦ା୧(ପି.ଟି.): ନଏଡ଼ା ସେକ୍ଟର ୧୫୦ସ୍ଥିତ ଏକ ନିର୍ମାଣ ସ୍ଥଳରେ ଜଳଭର୍ତ୍ତି ଗର୍ତ୍ତ ମଧ୍ୟକୁ କାର୍‌ ଖସି ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାରେ ନଏଡ଼ା...

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ...

ଦ୍ରୁତ ହ୍ରାସ ପାଉଛି ଚାଇନା ଜନସଂଖ୍ୟା

ବେଜିଂ,୨୦ା୧(ପି.ଟି.): ୨୦୨୫ରେ ଚାଇନାରେ ଜନ୍ମହାର ୧୦ ବର୍ଷ ପୂର୍ବ ତୁଳନାରେ ୧୦ ନିୟୁତ ହ୍ରାସ ପାଇଥିବାବେଳେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଜନସଂଖ୍ୟା ହ୍ରାସ ପାଇଛି।...

ବଢୁଛି ପାରଦ କମୁଛି ଶୀତ, ୨୪ ପର୍ଯ୍ୟନ୍ତ କୁହୁଡ଼ି

ଭୁବନେଶ୍ୱର,  ୨୦|୧  (ବନ୍ଦନା ସେଠୀ): ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍‌ ସମୟରେ...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ...

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri