ସମସ୍ୟା ସମାଧାନ ଦାବିରେ ରଣହୁଙ୍କାର ଦେଲେ ଚାଷୀ

ବରଗଡ଼,୧୮ା୮(ପ୍ରେମାନନ୍ଦ ଖମାରୀ): କୃଷି ଏବଂ କୃଷକଙ୍କ ବହୁବିଧ ସମସ୍ୟା ନେଇ ବରଗଡ଼ ବିଜେଡି ସୋମବାର ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ବିଜେଡି ପକ୍ଷରୁ ଏଠାରେ ବିରାଟ ଚାଷୀ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବରଗଡ଼ ସମେତ ଆଖପାଖ ଜିଲାର ହଜାର ହଜାର ଚାଷୀ ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି। ସ୍ଥାନୀୟ ଗଣେଶରାମ ଭବନ ସମ୍ମୁଖରେ ସମସ୍ତେ ସମବେତ ହୋଇ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଛନ୍ତି। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାକୁ ପୂର୍ବାପେକ୍ଷା ଅଧିକ ଜଟିଳ କରାଯିବା, ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଥିବା କୁହାଯାଉଥିବାବେଳେ ରାଜ୍ୟରୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ମୁତାବକ ଚାଉଲ ନ ଉଠାଇବା, କୃଷି ଅଭିବୃଦ୍ଧି ହାର ହ୍ରାସ ପାଇବା, କେନ୍ଦ୍ରରୁ କୃଷି ଅନୁଦାନ ହ୍ରାସ, ମଣ୍ଡି ଗୁଡିକରେ କଟନୀଛଟନୀ, ଦଲାଲରାଜ ଚାଲିବା, ସାର, କୀଟନାଶକ ସଂକଟ ସହିତ ଏହାର କଳାବଜାର ହେବା ଘଟଣା ଡବଲ ଇଞ୍ଜିନ ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ପଦାରେ ପକାଇ ଦେଇଛି ବୋଲି ବିଜେଡି ଅଭିଯୋଗ କରିଛି। ତେବେ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଗାନ୍ଧୀଛକରେ ଚାଷୀ ସମାବେଶ ଏବଂ ସମାବେଶ ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ବିଜେଡିର ଏହି କାର୍ଯ୍ୟକ୍ରମକୁ ଚାଷୀମାନେ ଆସୁଥିବା ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ନାନା ଆଳରେ ଗାଡ଼ିଗୁଡ଼ିକୁ ଅଟକାଉଥିବା ଅଭିଯୋଗ କରି ସେଠାରେ ଚାପା ଉତ୍ତେଜନା ଲାଗି ରହିଥିବା ସୂଚନା ମିଳିଛି। ବରଗଡ଼ ସହର ପୋଲିସ ଛାଉଣିରେ ପରିଣତ ହୋଇଥିବାବେଳେ ବିଭିନ୍ନ ଛକ ସ୍ଥାନରେ ପୋଲିସ ପଇଁତରା ମାରୁଛି।

ବିକ୍ଷୋଭ କାର୍ଯ୍ୟକ୍ରମରେ ବିରୋଧୀ ଦଳ ଉପନେତା ତଥା ବିଜୁ କୃଷକ ସାମୁଖ୍ୟର ରାଜ୍ୟ ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା,ବରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ବରଗଡ଼ ଜିଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର, ବରଗଡ଼ ବ୍ଲକ ସଭାପତି ପ୍ରଫୁଲ୍ଲ ନାଏକ, ଭେଡେନ ବ୍ଲକ ସଭାପତି ହରିଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri