କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ ଦଣ୍ଡ ମାରି ମାରି ଜିଲାପାଳଙ୍କ ଅଫିସକୁ ଆସିଥିଲେ।

ଜିଲାପାଳ ଅଫିସ ସମ୍ମୁଖରେ ଧାନ ଲୋଡ ଥିବା ଗାଡ଼ି ସହ ପ୍ରତିବାଦ ସଭା କରିଥିଲେ । ସେମାନଙ୍କର ମୁଖ୍ୟ ଦାବି ଚାଷୀମାନଙ୍କର ଥିବା ବଳକା ଧାନ, ଟୋକନ ଲାପ୍ସ ଧାନ ଓ ଭାଗଚାଷୀଙ୍କର ଟୋକନ ବିହୀନ ଧାନକୁ କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଜିଲା ପ୍ରଶାସନ ଧାନ କିଣନ୍ତୁ । ଆଜି ଜିଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ରହିଥିବା ବେଳେ ଚାଷୀମାନେ ଅଫିସ ସମ୍ମୁଖରେ ବସି ରହିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

 

Dharitri – Odisha’s No.1 Odia Daily

Share