ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ ଆଗ ଟୋକନ ପାଇଥିଲେ ସେହି ଚାଷଙ୍କ ଧାନ ଉଠୁ ନ ଥିବା ବେଳେ ଯେଉଁ ଚାଷୀମାନେ ପଛରେ ଟୋକନ ପାଇଥିଲେ ସେହି ଚାଷୀଙ୍କ ଧାନ ଚଞ୍ଚକତା କରି ସମିତି ସମ୍ପାଦକ ପ୍ରଦୀପ ପାଣି, ସଭାପତି ରମେଶ ପାଣି ବିନା ମଣ୍ଡିରେ ଚାଷୀମାନଙ୍କ ଧାନକୁ ଚାଷୀଙ୍କ ଖର୍ଚ୍ଚରେ ମିଲ୍‌ କି ପଠାଉଛନ୍ତି। ଏପଟେ ଯେଉଁ ଚାଷୀଙ୍କ ଧାନ ଉଠିନାହିଁ ସେହି ଚାଷୀମାନେ ସୋମବାର ସକାଳ ୮ ଟାରୁ ପୂର୍ତ୍ତ ବିଭାଗ ରାସ୍ତାରେ ଧାନ ରଖି ପ୍ରତିବାଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି । ରାସ୍ତାରୋକୋ ସ୍ଥଳରେ କାମାକ୍ଷାନଗର ଉପଜିଲାପାଳ ଦୀନମଣି ନାୟକ, ଥାନାଧିକାରୀ ଧୀରେନ କୁମାର ବେହେରା ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରୁଛନ୍ତି। ବର୍ତ୍ତମାନ ହଜାର ହଜାର କ୍ୱିଣ୍ଟାଲ ଧାନମଣ୍ଡିରେ ଦୀର୍ଘ ଏକ ମାସ ହେବ ପଡ଼ି ରହିଛି।

Dharitri – Odisha’s No.1 Odia Daily

Share