Posted inଜାତୀୟ

କୃଷକ ସଂଗଠନର ବଡ଼ ଘୋଷଣା, ପୁଣି କରିବେ ଆନ୍ଦୋଳନ

ନୂଆଦିଲ୍ଲୀ, ୨୨।୦୭: ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ୍‌ ସମେତ ଅନ୍ୟ କେତେକ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇବେ କୃଷକ । ଏନେଇ ରାଜଧାନୀ ଦିଲ୍ଲୀରେ ବଡ଼ ଘୋଷଣା କରିଛନ୍ତି କୃଷକ ସଂଗଠନ । ଦିଲ୍ଲୀର ଏକ କ୍ଲବରେ କିଷାନ ମଜଦୁର ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜିତ ହୋଇଛି । ଏହି ସମ୍ମିଳନୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ସାମିଲ୍‌ ହୋଇଥିବା ଜଣାପଡ଼ିଛି ।

ଏହି ସମ୍ମିଳନୀରେ କୃଷକ ସଂଗଠନ ୧ ଅଗଷ୍ଟରେ ସାରା ଦେଶରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ । ଏଥି ସହିତ କ୍ରିମିନାଲ ଆଇନ୍‌କୁ ନେଇ ମଧ୍ୟ ସଂଗଠନ ପ୍ରତିବାଦ କରିବ । ଦେଶର ପ୍ରତ୍ୟେକ ଜିଲାର ହେଡ୍‌କ଼୍ବାର୍ଟର ଅଞ୍ଚଳରେ ସମସ୍ତ କୃଷକ ଆନ୍ଦୋଳନ କରିବେ । ଅନ୍ୟପଟେ ୧୫ ଅଗଷ୍ଟରେ ସାରା ଦେଶରେ ଟ୍ରାକ୍ଟର ମୋର୍ଚ୍ଚା ରାଲି ବାହାରିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri