ଦୁଇଦିନ ହେଲା ଆମରଣ ଅନଶନରେ ଚାଷୀ, ଶୁଣିଲେନି ବିଡିଓ-ତହସିଲଦାରଙ୍କ କଥା

କେସିଙ୍ଗା,୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁଣ୍ଡଳା ଗ୍ରାମର ଜଣେ ଚାଷୀ ଧାନର କଟ୍‌ନି ଛଟ୍‌ନିକୁ ବିରୋଧ କରି ତୁଣ୍ଡଳା ପ୍ୟାକ୍ସ ଆଗରେ ଦୁଇ ଦିନ ହେଲା ଆମରଣ ଅନଶନ କରିଛନ୍ତି। ତୁଣ୍ଡଳା ଗ୍ରାମର ଜଣେ ଶ୍ରେଷ୍ଠ ଚାଷୀ ହେଲେ ଧନଞ୍ଜୟ ସାହୁ। ଧନଞ୍ଜୟଙ୍କ ଅଭିଯୋଗକ୍ରମେ ଏ ବର୍ଷ ଚାଷୀ ଧାନକୁ ଭଲ ଭାବେ ଶୁଖାଇ ସଫାସୁତରା କରିଥିଲେ ମଧ୍ୟ କଟ୍‌ନିର ଶିକାର ହେଉଛି। ତୁଣ୍ଡଳା ପ୍ୟାକ୍ସରେ କୁଇଣ୍ଟାଲ ପ୍ରତି ୬ କେଜି ଧାନ କଟାଯାଉଥିବାବେଳେ ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯାଉ ନାହିଁ। ୨୫ ଟଙ୍କା ଦେଲେ ବସ୍ତା ଦିଆଯାଉଥିବା ଅଭିଯୋଗ କରି ଧନଞ୍ଜୟ ପ୍ୟାକ୍ସ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଫୋଟୋଚିତ୍ର ରଖ ଆମରଣ ଅନଶନରେ ବସିଛନ୍ତି। କଟ୍‌ନି ବନ୍ଦ ସହ ଚାଷୀଙ୍କୁ ବସ୍ତା ଯୋଗାଇଦିଆ ନ ଯିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସେ ବୁଧବାର , ଗୁରୁବାର ବସିଛନ୍ତି। ତାଙ୍କର ଏଭଳି ପଦକ୍ଷେପକୁ ଅଞ୍ଚଳର ଚାଷୀମାନେ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି। ଯେତେବେଳେ ସରକାର କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଓ ବିନା କଟ୍‌ନି ଛଟ୍‌ନିରେ ଧାନ ଉଠା ହେବ ବୋଲି ଘୋଷଣା କରିଥିଲେ ଓ ଚାଷୀକୁଳରେ ଖୁସିର ଲହରି ଖେଳି ଯାଇଥିଲା। ଧାନର ମୂଲ୍ୟ ବୃଦ୍ଧି ଓ ବିନା କଟ୍‌ନିଛଟ୍‌ନିକୁ ଦୃଷ୍ଟିରେ ରଖି ଚାଷୀ ଧାନକୁ ଭଲ ଭାବେ ଶୁଖାଇ ସଫା କରି ମଣ୍ଡିକୁ ଆଣି ବାର ଦେଖାଦେଇଛି।

ଏହା ସତ୍ତ୍ବେ କଟ୍‌ନି ଛଟ୍‌ନି ହେବାରୁ ଚାଷୀକୁଳ ଆଜି ନିରାଶ ହୋଇଛନ୍ତି।  ତୁଣ୍ଡଳା ପଞ୍ଚାୟତର ସମବାୟ କେନ୍ଦ୍ର ସମ୍ମୁଖରେ ଧାନ ଉଠାଣ ପ୍ରକ୍ରିୟା କୁ ବିରୋଧ କରି ବନ୍ଦ ପଡ଼ା (କଟାପଦା) ଗ୍ରାମର ସଞ୍ଜୟ ସାହୁ ଅଞ୍ଚଳର ସମସ୍ତ ଚାଷୀଙ୍କ ସମର୍ଥନରେ ବୁଧବାର ସକାଳ ୭ଟାରୁ ଭୋକ ଉପାସରେ ଆମରଣ ଅନଶନରେ ବସିଛନ୍ତି।
ଏହା ଜାଣିବା ପରେ କେସିଙ୍ଗା ବିଡିଓ ପଦ୍ମନାଭ ପୁରୋହିତ ଓ ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସାହୁଙ୍କୁ ବୁଝାଶୁଝା କରି ଆନ୍ଦୋଳନରୁ ଓହରି ଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏହା ସମାଧାନ ନ ହେବା ଉଠିବେ ନାହିଁ ବୋଲି ସାହୁ ରୋକ୍‌ଠୋକ୍‌ ମନା କରିଥିଲେ। ପରେ କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସ୍ଥିତି ଅନୁଧ୍ୟାନ ପାଇଁ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଦ୍ୱିତୀୟ ଦିନରେ ସମର୍ଥନ ପାଇଁ ଯୁବ ନେତା ତଥା ସମାଜ ସେବୀ ସୁରେଶ ରାଓ, ସୁରେଶ ଚୌଧୁରୀ(ଜିଲାପରିଷଦ ସଭ୍ୟ କର୍ଲାମୁଣ୍ଡା ବ୍ଲକ)ଚାଷୀ ତରଣୀ ସେନ ସିଂ ପହଞ୍ଚି ତାଙ୍କୁ ସମର୍ଥନ ଦେଇଛନ୍ତି। ପୂର୍ବତନ ସରପଞ୍ଚ ଭଗବାନ ସାହୁ, ଜୟନ୍ତ ସାହୁ, ଲୋକେଶ ସାହୁ, ଦାଶରଥି ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ପ୍ରହ୍ଲାଦ ସାହୁ, ମନୋହର ମାଝୀ, ଦୁର୍ଯ୍ୟୋଧନ ପ୍ରଧାନ, ଚଳାଚଳ ପ୍ରଧାନ ଓ ମୋହନ ସାହୁ ପ୍ରମୁଖ  ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର 26...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri