ଦୁଇଦିନ ହେଲା ଆମରଣ ଅନଶନରେ ଚାଷୀ, ଶୁଣିଲେନି ବିଡିଓ-ତହସିଲଦାରଙ୍କ କଥା

କେସିଙ୍ଗା,୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁଣ୍ଡଳା ଗ୍ରାମର ଜଣେ ଚାଷୀ ଧାନର କଟ୍‌ନି ଛଟ୍‌ନିକୁ ବିରୋଧ କରି ତୁଣ୍ଡଳା ପ୍ୟାକ୍ସ ଆଗରେ ଦୁଇ ଦିନ ହେଲା ଆମରଣ ଅନଶନ କରିଛନ୍ତି। ତୁଣ୍ଡଳା ଗ୍ରାମର ଜଣେ ଶ୍ରେଷ୍ଠ ଚାଷୀ ହେଲେ ଧନଞ୍ଜୟ ସାହୁ। ଧନଞ୍ଜୟଙ୍କ ଅଭିଯୋଗକ୍ରମେ ଏ ବର୍ଷ ଚାଷୀ ଧାନକୁ ଭଲ ଭାବେ ଶୁଖାଇ ସଫାସୁତରା କରିଥିଲେ ମଧ୍ୟ କଟ୍‌ନିର ଶିକାର ହେଉଛି। ତୁଣ୍ଡଳା ପ୍ୟାକ୍ସରେ କୁଇଣ୍ଟାଲ ପ୍ରତି ୬ କେଜି ଧାନ କଟାଯାଉଥିବାବେଳେ ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯାଉ ନାହିଁ। ୨୫ ଟଙ୍କା ଦେଲେ ବସ୍ତା ଦିଆଯାଉଥିବା ଅଭିଯୋଗ କରି ଧନଞ୍ଜୟ ପ୍ୟାକ୍ସ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଫୋଟୋଚିତ୍ର ରଖ ଆମରଣ ଅନଶନରେ ବସିଛନ୍ତି। କଟ୍‌ନି ବନ୍ଦ ସହ ଚାଷୀଙ୍କୁ ବସ୍ତା ଯୋଗାଇଦିଆ ନ ଯିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସେ ବୁଧବାର , ଗୁରୁବାର ବସିଛନ୍ତି। ତାଙ୍କର ଏଭଳି ପଦକ୍ଷେପକୁ ଅଞ୍ଚଳର ଚାଷୀମାନେ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି। ଯେତେବେଳେ ସରକାର କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଓ ବିନା କଟ୍‌ନି ଛଟ୍‌ନିରେ ଧାନ ଉଠା ହେବ ବୋଲି ଘୋଷଣା କରିଥିଲେ ଓ ଚାଷୀକୁଳରେ ଖୁସିର ଲହରି ଖେଳି ଯାଇଥିଲା। ଧାନର ମୂଲ୍ୟ ବୃଦ୍ଧି ଓ ବିନା କଟ୍‌ନିଛଟ୍‌ନିକୁ ଦୃଷ୍ଟିରେ ରଖି ଚାଷୀ ଧାନକୁ ଭଲ ଭାବେ ଶୁଖାଇ ସଫା କରି ମଣ୍ଡିକୁ ଆଣି ବାର ଦେଖାଦେଇଛି।

ଏହା ସତ୍ତ୍ବେ କଟ୍‌ନି ଛଟ୍‌ନି ହେବାରୁ ଚାଷୀକୁଳ ଆଜି ନିରାଶ ହୋଇଛନ୍ତି।  ତୁଣ୍ଡଳା ପଞ୍ଚାୟତର ସମବାୟ କେନ୍ଦ୍ର ସମ୍ମୁଖରେ ଧାନ ଉଠାଣ ପ୍ରକ୍ରିୟା କୁ ବିରୋଧ କରି ବନ୍ଦ ପଡ଼ା (କଟାପଦା) ଗ୍ରାମର ସଞ୍ଜୟ ସାହୁ ଅଞ୍ଚଳର ସମସ୍ତ ଚାଷୀଙ୍କ ସମର୍ଥନରେ ବୁଧବାର ସକାଳ ୭ଟାରୁ ଭୋକ ଉପାସରେ ଆମରଣ ଅନଶନରେ ବସିଛନ୍ତି।
ଏହା ଜାଣିବା ପରେ କେସିଙ୍ଗା ବିଡିଓ ପଦ୍ମନାଭ ପୁରୋହିତ ଓ ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସାହୁଙ୍କୁ ବୁଝାଶୁଝା କରି ଆନ୍ଦୋଳନରୁ ଓହରି ଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏହା ସମାଧାନ ନ ହେବା ଉଠିବେ ନାହିଁ ବୋଲି ସାହୁ ରୋକ୍‌ଠୋକ୍‌ ମନା କରିଥିଲେ। ପରେ କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସ୍ଥିତି ଅନୁଧ୍ୟାନ ପାଇଁ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଦ୍ୱିତୀୟ ଦିନରେ ସମର୍ଥନ ପାଇଁ ଯୁବ ନେତା ତଥା ସମାଜ ସେବୀ ସୁରେଶ ରାଓ, ସୁରେଶ ଚୌଧୁରୀ(ଜିଲାପରିଷଦ ସଭ୍ୟ କର୍ଲାମୁଣ୍ଡା ବ୍ଲକ)ଚାଷୀ ତରଣୀ ସେନ ସିଂ ପହଞ୍ଚି ତାଙ୍କୁ ସମର୍ଥନ ଦେଇଛନ୍ତି। ପୂର୍ବତନ ସରପଞ୍ଚ ଭଗବାନ ସାହୁ, ଜୟନ୍ତ ସାହୁ, ଲୋକେଶ ସାହୁ, ଦାଶରଥି ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ପ୍ରହ୍ଲାଦ ସାହୁ, ମନୋହର ମାଝୀ, ଦୁର୍ଯ୍ୟୋଧନ ପ୍ରଧାନ, ଚଳାଚଳ ପ୍ରଧାନ ଓ ମୋହନ ସାହୁ ପ୍ରମୁଖ  ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri