୨୭ରେ ଚାଷୀ ସମାବେଶ

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରାୟ ୭୦ ପ୍ରତିଶତ କୃଷି ଉପରେ ନର୍ଭର କରିଥାନ୍ତି। ଏଠାରେ ଅଧିକ ଧାନ ଉତ୍ପାଦନ ହୋଇଥାଏ ବୋଲି ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ । କିନ୍ତୁ ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି । ଉତ୍ପାଦିତ ଫସଲ ଉଚିତ ଦରରେ ବିକ୍ରି ହୋଇ ପାରୁ ନ ଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଫସଲ ବାବଦକୁ ଚାଷୀମାନଙ୍କୁ ଉଚିତ୍‌ କ୍ଷତିପୂରଣ ମଧ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ତ୍ରୁଟିପୂର୍ଣ୍ଣ କୃଷିନୀତି, ଭିତ୍ତିବିହୀନ ବଜାର ବ୍ୟବସ୍ଥା, ସବ୍‌ସିଡ଼ି ନାମରେ କୃଷକଙ୍କୁ ଠକେଇ, ଫସଲର ଉଚିତ ମୂଲ୍ୟ ନ ମିଳିବାରୁ କୃଷକ ଋଣଗ୍ରସ୍ତ ହୋଇପଡ଼ିଛି ଏବଂ ଚାଷ ଛାଡ଼ି ଦାଦନ ଶ୍ରମିକ ପାଲଟିଥିବା ବେଳେ ଅନେକ ସମୟରେ ଆତ୍ମହତ୍ୟା ବାଟ ଆଦରି ନେଉଛି। ଚାଷ ଏବଂ ଚାଷୀ ସମସ୍ୟା ପ୍ରତି ଉଭୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଅଣଦେଖାର ପ୍ରତିବାଦ ତଥା କୃଷକଙ୍କ ହକ୍‌ ପାଇଁରେ ଆସନ୍ତା ୨୭ ତାରିଖରେ ବରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖରେ କୃଷକ ଚେତାବନୀ ବିକ୍ଷୋଭ ସମାବେଶ ପାଇଁ ନିଷ୍ପତ୍ତି ନିଆଯାଇଛି।

ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଚାଷୀନେତାମାନେ କହିଛନ୍ତି । ଗତ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସହାୟତା, ବୀମା କ୍ଷତିପୂରଣ ପ୍ରଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୪ହଜାର ଟଙ୍କାକୁ ବୃଦ୍ଧି, ସମସ୍ତ ଚାଷୀ ଏବଂ ଏସ୍‌ଏସ୍‌ଜିଙ୍କ ଋଣ ଛାଡ଼, ଚାଷ ପାଇଁ ବ୍ୟବହୃତ ବିଦ୍ୟୁତ୍‌ ବିଲ୍‌ ଜଳକର ହିସାବରେ ନେବା ସହିତ ପ୍ରତ୍ୟେକ ଚାଷୀଙ୍କୁ ୩୦୦ ୟୁନିଟ ଲେଖାଏଁ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବି କରାଯିବ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ଖବରଦାତା ସମ୍ମିଳନୀରେ ଚାଷୀନେତା ଉତ୍ପନ୍ନ କୁମାର ଭୋଇ କହିଥିଲେ, ରାଜନୈତିକ ଆନ୍ତରିକତା, ପ୍ରଶାସନିକ ଉଦାସୀନତା, ଅସାଧୁ ବ୍ୟବସାୟୀଙ୍କ ଲାଭଖୋର ମନୋବୃତ୍ତି କୃଷକର ଉତ୍ସାହକୁ ଭାଙ୍ଗି ଦେଇଛି । ଜିଲାର ୭୦ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବାବେଳେ ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଲାଭବିହୀନ ହୋଇ ପଡ଼ିଥିବା ଏହି ଜୀବିକାକୁ ଆଉ କିଏ ଆଦରିନେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଚାଷୀନେତା ରମେଶ ମହାପାତ୍ର କହିଥିଲେ, ଗତ ଅଦିନିଆଁ ବର୍ଷାରେ ଜିଲାରେ ବ୍ୟାପକ ଫସଲକ୍ଷତି ହୋଇଥିଲା। ସରକାରୀ ଆକଳନ ଅନୁସାରେ ଜିଲାରେ ୪୧ହଜାର ହେକ୍ଟର ଫସଲ ପ୍ରଭାବିତ ହୋଇଥିବା ପ୍ରଥମେ କୁହାଯାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ସରକାରଙ୍କ ନିକଟକୁ ରିପୋର୍ଟ ମଧ୍ୟ ପଠାଯାଇଥିଲା ଏବଂ ୫୬ କୋଟି ଟଙ୍କା କ୍ଷତିପୂରଣ ଦାବି ଉଲ୍ଲେଖ ରହିଥିଲା। ହେଲେ ଜିଲାକୁ କେବଳ ୪୦୦ ହେକ୍ଟର ପାଇଁ ୪୫ଲକ୍ଷ ଟଙ୍କା କ୍ଷତିପୂରଣ ଆସିଛି। ଯାହାକୁ ଚାଷୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟପଟେ ଧାନବିକ୍ରି ସମୟରେ ଅଦିନିଆଁ ବର୍ଷା କାରଣ ଦର୍ଶାଇ କୃଷକମାନଙ୍କଠାରୁ କୁଇଣ୍ଟାଲ ପ୍ରତି ୫ରୁ ୭ କି.ଗ୍ରା ଯାଏ ଅଧିକ ଧାନ ନିଆଯାଇଛି। ଏଭଳି ଭାବେ ବରଗଡ଼ ଜିଲାର ଚାଷୀଙ୍କ ୧୦୦କୋଟିରୁ ଊର୍ଦ୍ଧ୍ୱ କ୍ଷତି ହୋଇଛି ବୋଲି ମହାପାତ୍ର କହିଛନ୍ତି। ଫସଲ ଅମଳ ପରେ ୧୦ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ୧୫ଦିନ ଭିତରେ କ୍ଷତିପୂରଣ ଦେବା ପାଇଁ ଫସଲବୀମା ଯୋଜନାରେ ବ୍ୟବସ୍ଥା ରହିଛି। ହେଲେ ୨ମାସ ବିତିଯାଇଥିଲେ ସୁଦ୍ଧା ଚାଷୀମାନଙ୍କୁ କ୍ଷତିପୂରଣ ମିଳିନାହିଁ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲକ୍ଷତି ହେବା ସତ୍ତ୍ବେ କ୍ଷତିପୂରଣ ପ୍ରଦାନରୁ ଚାଷୀଙ୍କୁ ବଞ୍ଚତ୍ତ କରାଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ ।
ଚାଷୀନେତା ବିରେନ କର କହିଥିଲେ, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷକଙ୍କ ପାଇଁ ଉଦାସୀନ ରହିଛନ୍ତି। କେବଳ ଘୋଷଣା କରୁଛନ୍ତି, ମାତ୍ର ତାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ୁଛି। ଏଥିରୁ ଚାଷୀଙ୍କ ପ୍ରତି ସରକାରୀ କଳର ଆନ୍ତରିକତା ବାରି ହୋଇ ପଡ଼ୁଛି ବୋଲି ସେ କହିଥିଲେ। ବରଗଡ଼ ସଂଯୁକ୍ତ କୃଷକ ସଙ୍ଗଠନରେ ରହିଥିବା ପଦ୍ମପୁର ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ, ଭଟଲି କୃଷକ ପରିବାର, ବିଜେପୁର କୃଷକ ସଙ୍ଗଠନ, ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ଅତାବରା ଶାଖା, ରାଜବୋଡ଼ାସମ୍ବର କୃଷକ ସଂଗଠନର ପାଇକମାଲ, ଝାରବନ୍ଧ, ଗାଇସିଲେଟ ଶାଖା, ବରପାଲି ଆଞ୍ଚଳିକ କୃଷକ ସଙ୍ଗଠନ, ଭେଡ଼େନ ବ୍ଲକ କୃଷକ ସଙ୍ଗଠନ, ବରଗଡ଼ କୃଷକ ସଙ୍ଗଠନ, ଅମ୍ବାଭୋନାର ବାରପାହାଡ଼ କୃଷକ ସଙ୍ଗଠନ, ଘେଁସର ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନର ପ୍ରତିନିଧିମାନେ ଯୋଗଦାନ କରିଥିଲେ। ଚାଷୀନେତା ବବ୍ରୁବାହନ ସାହୁ, ସୁରେନ୍ଦ୍ର ସାହୁ, ଈଶାନ୍ତ ଭୋଇ, ଅରବିନ୍ଦ ପଣ୍ଡା, ସୁଦାମ ପାତ୍ର, ନିରଞ୍ଜନ ପ୍ରଧାନ, ସୁରେଶ ନେକାଣ୍ଟି, ଶାନ୍ତନୁ ମାଝ, ସୁରେଶ ସାହୁ, କୋଶଲ ସେନାର ବୀରବଲ ମହାକୁଡ଼ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଦିଲ୍ଲୀରେ ଚାଲିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନକୁ ସମର୍ଥନ ଜଣାଇ ବୁଧବାର ରାତିରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା କୃଷକଙ୍କ ଆତ୍ମାର ସଦ୍‌ଗତି ପାଇଁ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସେହିପରି ଚାଷୀ ହକ୍‌ ପାଇଁ ଲଢ଼ୁଥିବାବେଳେ ସେଠାରେ ଚାଷୀଙ୍କ ଉପରକୁ ଗୁଳିମାଡ଼ କରାଯିବା ଘଟଣାକୁ ନିନ୍ଦା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri