ମାସେ ପରେବି ମଣ୍ଡିରୁ ଉଠୁନି ଧାନ, ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ମାରିଲେ ଚାଷୀ

ବରଗଡ,୧୫।୧(ପ୍ରେମାନନ୍ଦ ଖମାରୀ): ଧାନ କିଣାବିକା ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ ।  ବରଗଡ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଚାଷୀମାନେ କାର୍ଯ୍ୟାଳୟରେ ତାଲା ମାରିଛନ୍ତି । ବରଗଡ ଜିଲାରେ ଧାନ ବିକ୍ରି ସମସ୍ୟା ଲାଗି ରହିଛି । ଆଉ ୩ଦିନ ପରେ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ପୂରିବ। ହେଲେ ଏବେ ମଧ୍ୟ ଅନେକ ମଣ୍ଡିରେ ଧାନ ବିକ୍ରି ସମସ୍ୟା ଅସମାହିତ ରହିଛି । ମାସ ମାସ ଧରି ମଣ୍ଡିରେ ଧାନ ପଡି ରହୁଛି ।

ଅନ୍ଯପଟେ ବେପାରୀଙ୍କ ମାଧ୍ୟମରେ ଧାନ ଅଣାଗଲେ କିମ୍ବା କଟନୀଛଟନୀରେ ରାଜି ହେଲେ ଚାଷୀଙ୍କ ଧାନ କିଣାଯାଉଥିବା ଅଭିଯୋଗ ହୋଇଛି । ବରଗଡ ନିୟନ୍ତ୍ରିତ ବଜାର କମିଟି ସୁଲସୁଲିଆ ମଣ୍ଡିର ଚାଷୀମାନେ ଏଭଳି ଆଭିଯୋଗ କରିଛନ୍ତି । ଏହି କ୍ରମରେ ଗୁରୁବାର ଚାଷୀ ସଂଗଠନ ଜୟ କିସାନ ଆନ୍ଦୋଳନ ନେତୃତ୍ବରେ ଚାଷୀମାନେ ବରଗଡ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚି କାର୍ଯ୍ୟାଳୟରେ ତାଲା ମାରିଛନ୍ତି । ଏହା ସହିତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ମଣ୍ଡିରେ ପଡିଥିବା ଧାନ ଉଠାଯିବାକୁ ସେମାନେ ଦାବି କରିଛନ୍ତି । ନଚେତ୍ ଧାରଣାରୁ ଉଠିବେ ନାହିଁ କି ତାଲା ଖୋଲିବେ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଷୀରଙ୍କ ଅଧିକାର ପାଇଁ ଲଢ଼େଇ ହେବ

ଲାଞ୍ଜିଗଡ଼,୧୫ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତଠାରେ ଅନୁଷ୍ଠିତ ବୈଠକରେ ମା’ ହୀରାନୀଳା ନାମରେ ପଞ୍ଚାୟତସ୍ତରୀୟ କୃଷକ ବନ୍ଧୁ ସଙ୍ଗଠନ ଗଠନ...

ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ବିଧାୟକ କହିଲେ କମ୍ପାନୀ ଅଛି…

ରାୟଗଡ଼ା/ଟିକିରି,୧୫/୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ବକ୍ସାଇଟ ଖଣି ଗନ୍ତାଘର ଭାବେ ବିଶ୍ୱ ପରିଚିତ କାଶୀପୁର ବ୍ଲକର ଜଣେ ୨୫ବର୍ଷୀୟ ଯୁବକ ଦାଦନ ଖଟିବାକୁ ଯାଇ...

ବଡ଼ କାର୍ଯ୍ୟାନୁଷ୍ଠାନ: ୨ ଟାଣୁଆ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କଲା ବିଜେଡି

ଭୁବନେଶ୍ୱର,୧୫।୧: ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧି କାର୍ଯ୍ୟ ଯୋଗୁ ୨ ବିଧାୟକଙ୍କୁ ସସ୍‌ପେଣ୍ଡ (ନିଲମ୍ବନ) କଲେ ସୁପ୍ରିମୋ ନବୀନ। ସେମାନେ ହେଲେ ବିଧାୟକ ସନାତନ...

ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସମ୍ବଲପୁର ରାଡାର, ଭୁବନେଶ୍ୱରରେ ଲାଗିବ…

ଭୁବନେଶ୍ୱର,୧୫ା୧: ମାର୍ଚ୍ଚ ସୁଦ୍ଧା ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବ ଡପଲର ରାଡାର। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ବଲପୁର...

ମଧ୍ୟବିତ୍ତ , କରଦାତାଙ୍କ ପାଇଁ ଖୁସିଖବର: ଏଥର ହେବାକୁ ଯାଉଛି ବଡ଼…

ନୂଆଦିଲ୍ଲୀ,୧୫।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଫେବୃଆରୀ ୧, ୨୦୨୬ରେ ତାଙ୍କର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଯାଉଥିବାରୁ ବଜେଟ ୨୦୨୬ ବିଷୟରେ ଆଲୋଚନା ତୀବ୍ର ହୋଇଛି।...

ଶ୍ୱଶୁରଘରେ ଜ୍ୱାଇଁପୁଅଙ୍କୁ ୧୫୮ ତିଅଣ ଚର୍ଚ୍ଚା, ଦେଖନ୍ତୁ ଭିଡିଓ…

ଗୁଣ୍ଟୁର,୧୫ା୧: ଆନ୍ଧ୍ରପ୍ରଦେଶର ପାରମ୍ପରିକ ପର୍ବ ‘ମକର ସଂକ୍ରାନ୍ତି’ ଚଳିତ ବର୍ଷ ଏକ ନିଆରା କାରଣ ପାଇଁ ଚର୍ଚ୍ଚାରେ ରହିଛି। ଗୁଣ୍ଟୁର ଜିଲା ତେନାଲି ସହରର ଏକ...

ଧରିତ୍ରୀରେ ଖବର ପ୍ରକାଶ ପରେ ଖାଦ୍ୟ ସୁରକ୍ଷା ଟିମର ତତ୍ପରତା, ହୋଟେଲରେ ଚଢ଼ାଉ କରି…

ଗଞ୍ଜାମ(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଯାଞ୍ଚ ହେଉନି ଖାଦ୍ୟର ମାନ । ଅପମିଶ୍ରିତ ଏବଂ ଭେଜାଲ ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ...

ବିଭିନ୍ନ ଦାବି ନେଇ ଆର୍‌ଟିଓଙ୍କୁ ଭେଟିଲେ ବସ୍‌ ମାଲିକ

ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ଆମେ କେମିତି ବଞ୍ଚିବୁ? ଆମେ କେମିତି ଇନସୁରାନ୍ସ, ପରମିଟ ଓ ଫାଇନାନ୍ସ ପାଇବୁ? । ଆମ କୁ ହଇରାଣ କରାଯାଉଛ। ଆମକୁ ଚଳିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri