ମାସେ ପରେବି ମଣ୍ଡିରୁ ଉଠୁନି ଧାନ, ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ମାରିଲେ ଚାଷୀ

ବରଗଡ,୧୫।୧(ପ୍ରେମାନନ୍ଦ ଖମାରୀ): ଧାନ କିଣାବିକା ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ ।  ବରଗଡ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଚାଷୀମାନେ କାର୍ଯ୍ୟାଳୟରେ ତାଲା ମାରିଛନ୍ତି । ବରଗଡ ଜିଲାରେ ଧାନ ବିକ୍ରି ସମସ୍ୟା ଲାଗି ରହିଛି । ଆଉ ୩ଦିନ ପରେ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ପୂରିବ। ହେଲେ ଏବେ ମଧ୍ୟ ଅନେକ ମଣ୍ଡିରେ ଧାନ ବିକ୍ରି ସମସ୍ୟା ଅସମାହିତ ରହିଛି । ମାସ ମାସ ଧରି ମଣ୍ଡିରେ ଧାନ ପଡି ରହୁଛି ।

ଅନ୍ଯପଟେ ବେପାରୀଙ୍କ ମାଧ୍ୟମରେ ଧାନ ଅଣାଗଲେ କିମ୍ବା କଟନୀଛଟନୀରେ ରାଜି ହେଲେ ଚାଷୀଙ୍କ ଧାନ କିଣାଯାଉଥିବା ଅଭିଯୋଗ ହୋଇଛି । ବରଗଡ ନିୟନ୍ତ୍ରିତ ବଜାର କମିଟି ସୁଲସୁଲିଆ ମଣ୍ଡିର ଚାଷୀମାନେ ଏଭଳି ଆଭିଯୋଗ କରିଛନ୍ତି । ଏହି କ୍ରମରେ ଗୁରୁବାର ଚାଷୀ ସଂଗଠନ ଜୟ କିସାନ ଆନ୍ଦୋଳନ ନେତୃତ୍ବରେ ଚାଷୀମାନେ ବରଗଡ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚି କାର୍ଯ୍ୟାଳୟରେ ତାଲା ମାରିଛନ୍ତି । ଏହା ସହିତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ମଣ୍ଡିରେ ପଡିଥିବା ଧାନ ଉଠାଯିବାକୁ ସେମାନେ ଦାବି କରିଛନ୍ତି । ନଚେତ୍ ଧାରଣାରୁ ଉଠିବେ ନାହିଁ କି ତାଲା ଖୋଲିବେ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଜନତାଙ୍କ ସହ ହୋଲି ଖେଳି ଶୁଭେଚ୍ଛା ଜଣାଇଲେ ଏମ୍‌ପି-ଏମ୍‌ଏଲ୍‌ଏ

ପାଟଣା,୪ା୩(ବୀରକିଶୋର ଦାଶ): ରଙ୍ଗର ପର୍ବ ହୋଲି ଅବସରରେ ବୁଧବାର କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ଏମ୍‌ଏଲ୍‌ଏ ଅଖିଳ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା…

ଗଞ୍ଜାମରେ ଧୂମଧାମରେ ପାଳନ ହେଲା ହୋଲି :ସାମିଲ ହେଲେ ମହିଳା

ଗଞ୍ଜାମ,୪/୩(ବିଦ୍ୟାଧର ସାହୁ ):ସମଗ୍ର ଭାରତ ବର୍ଷରେ ପବିତ୍ର ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳିତ ହୋଇଛି। ୱାର୍ଡ…

ହୋଲିରେ କମିଲା ସୁନା! ୨୨k କିଣିବାକୁ GST ଓ ମେକିଂ ଚାର୍ଜ ବାଦରେ ଦେବେ କେତେ?

ନୂଆଦିଲ୍ଲୀ,୪।୩: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ, ସୁନା ଏବଂ ରୂପା ଉପରେ ଚାପ ପଡିଛି, ଯାହା ଫଳରେ ରେଟ କମ ହୋଇଛି । ଲଗାତାର…

ରୋ-କୋଙ୍କ ପ୍ଲାନ ୨୦୨୭, ଏହି ତାରିଖରେ କରିବେ କମ୍‌ବ୍ୟାକ୍‌, ଖେଳିବେ ଏତେଟା ଓ଼୍ବାନଡେ ମ୍ୟାଚ୍‌…

ନୂଆଦିଲ୍ଲୀ,୪।୩: ୨୦୨୬ ଟି୨୦ ବିଶ୍ୱକପ ପରେ, ଭାରତୀୟ କ୍ରିକେଟ ଦଳର ଧ୍ୟାନ ସମ୍ପୂର୍ଣ୍ଣ ଭାବରେ ୫୦ ଓଭର ଫର୍ମାଟକୁ ସ୍ଥାନାନ୍ତରିତ ହେବ। ଭାରତର ଦୁଇ ବଡ଼ ତାରକା,…

ଛୋଟ ପିଲା ଖେଳିଲେ ହୋଲି : ପ୍ଲାଷ୍ଟିକ ଡବା ବଜାଇ…

କେସିଙ୍ଗା,୪।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ପବିତ୍ର ହୋଲି ପର୍ବ ବୁଧବାର ଧୂମଧାମରେ ପାଳନ ହୋଇଛି। କୁନିକୁନି ଛାତ୍ରୀଛାତ୍ର ରଙ୍ଗ ଲଗାଇ ଏହି…

ଭାରତୀୟ ମହିଳା କ୍ରିକେଟ ଟିମ୍‌ଙ୍କୁ ଝଟ୍‌କା, ଦଳରୁ ହଠାତ୍‌ ବାହାରିଲେ ମ୍ୟାଚ୍‌ ଓ଼୍ବିନର୍‌

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆ ଗସ୍ତ କରୁଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଲା ଯେତେବେଳେ ବରିଷ୍ଠ ପେସର ରେଣୁକା ସିଂହ ଠାକୁରଙ୍କୁ କାର୍ଯ୍ୟଭାର ପରିଚାଳନା…

ବଡ଼ଛତ୍ରଙ୍ଗରେ ଉତ୍ସାହର ସହ ପାଳିତ ହେଲା ହୋଲି :  ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ଗାଁ

ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri