ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ ସକାଳ ୧୦ଟାରେ ଗୋଲବଜାର ଛକରେ ଏକତ୍ରୀତ ହୋଇ ଧାନବସ୍ତା ଧରି ପଦଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ସେମାନେ ଧାନକୁ ଖୁଚୁରାରେ ବିକ୍ରି କରିଥିଲେ। ଏହି ସମୟରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ଇଂ.ରୋହିତ ପୂଜାରୀ ତାଙ୍କ ଶତାଧିକ ସମର୍ଥକଙ୍କ ସହ ଆସି ପ୍ରତିବାଦସ୍ଥଳରେ ଚାଷୀଙ୍କ ସହିତ ଧାନ ବିକ୍ରି କରିଥିଲେ। ଏସମ୍ପର୍କରେ ବରିଷ୍ଠ ଚାଷୀ ନେତା ତଥା ପଶ୍ଚିମ ଓଡ଼ିଶା କୃଷକ ସୁରକ୍ଷା ସଂଗଠନର ଆବାହକ ଅଶୋକ ପ୍ରଧାନଙ୍କ କହିଛନ୍ତି ଯେ, ଧାନ ଯଦି ସରକାର କ୍ରୟ କରିବାରେ ଅସମର୍ଥ ବୋଲି ଭାବୁଛନ୍ତି ତାହେଲେ ଖୋଲା ବଜାରରେ ଧାନ ବିକ୍ରି କରନ୍ତୁ ବୋଲି ଯୋଗାଣ ମନ୍ତ୍ରୀ ତାଙ୍କ ବକ୍୍ଯଯଯରେ ର୍ଯଯଯର ଚାଷୀଙ୍କ ପ୍ରତି କରିଥିବା ଉପହାସର ପ୍ରତିବାଦରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ରାଜରାସ୍ତାରେ ଖୁଚୁରାରେ ଧାନ ବିକ୍ରି କରି ସରକାରଙ୍କ ବିରୋଧରେ ଏକପ୍ରକାର ପ୍ରତିକାତ୍ମକ ଆନ୍ଦୋଳନ କରା ଯାଇଛି। ଆସନ୍ତା ଡିସେମ୍ବର ୧୯ ତାରିଖରେ ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ ପାଳନ କରି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ। ଏହା ସତ୍ତ୍ବେ ଯଦି ସରକାରଙ୍କ ଜ୍ଞାନୋଦୟ ପୂର୍ବକ ଧାନ କ୍ରୟକୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବାରେ ବିଫଳ ହୁଅନ୍ତି ତା’ହେଲେ ଆନ୍ଦୋଳନ ସମସ୍ତ ପରିସୀମା ଉଲଂଘନ କରିବା ଅବଶ୍ୟମ୍ଭାବୀ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନର ଆବାହକ ପ୍ରଧାନ।
Dharitri – Odisha’s No.1 Odia Daily


