ପରିବର୍ତ୍ତନ ଧାରାରେ ଅଫିମ ଚାଷୀ

ବାରିପଦା, ୪ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦିନ ଥିଲା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଲୋକେ ଅଫିମ ଚାଷ କରୁଥିଲେ। ପୋଲିସ ହାତରେ ଧରାପଡ଼ିଯିବା ଆଶଙ୍କାରେ ଭୟାତୁର ଜୀବନ ଅତିବାହିତ କରୁଥିଲେ। ଏବେ କିନ୍ତୁ ସମୟ ବଦଳିଛି। ଚାଷ ସମ୍ପର୍କରେ ଅଜ୍ଞ ଥିବା ଚାଷୀମାନଙ୍କୁ ଅଫିମ ଚାଷଠାରୁ ଦୂରେଇ ନିଆଯାଇ ସ୍ବାଭାବିକ ପରିସ୍ଥିତିକୁ ଫେରାଇ ଅଣାଯାଇଛି। ଜିଲା ପ୍ରଶାସନର ପ୍ରଚେଷ୍ଟାରେ ଅଫିମ ଚାଷୀମାନେ ଏବେ ପରିବର୍ତ୍ତନ ଧାରାରେ ସାମିଲ ହୋଇ ସାଧାରଣ ଚାଷକାର୍ଯ୍ୟରେ ମନୋନିବେଶ କରିଛନ୍ତି। ଏହାଦ୍ୱାରା ଅନେକ କୋଟି ଟଙ୍କାର ନିଶାଦ୍ରବ୍ୟ କାରବାର ରୋକାଯିବା ସହ ଲୋକମାନଙ୍କୁ ନିଶା କବଳରୁ ମୁକ୍ତି ମିଳିପାରିଛି।
ଅନୁଯାୟୀ, ଯଶୀପୁର ବ୍ଲକ ଅଧୀନ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଗୁଡୁଗୁଡିଆ, ବରେହିପାଣି ଓ ଅସ୍ତକୁଅଁର ପଞ୍ଚାୟତରେ ବ୍ୟାପକ ଅଫିମ ଚାଷ ହେଉଥିଲା। ଏହି ପଞ୍ଚାୟତଗୁଡ଼ିକ ଅଧୀନରେ ରହୁଥିବା ଅସନବଣୀ, ଯଜଗଡ଼ା, ଝାଟିପାଣି, ଚାକୁଣ୍ଡାକଚା, ସାରୁଡା, ବୁଢ଼ାବଳଙ୍ଗ, କୁକୁରଭୁକା, ଖେଜୁରୀ ଗ୍ରାମକୁ ମିଶାଇ ୧୪ଟି ଗ୍ରାମରେ ଏକର ଏକର ଜମିରେ ଚାଷ କରି ପୋସ୍ତ ଉତ୍ପାଦନ ସାଙ୍ଗକୁ ଅଫିମ ସଂଗ୍ରହ କରାଯାଉଥିଲା। ଏପରିକି ପୋସ୍ତ ଚାଷ ନଁାରେ ଅଫିମ ବେପାରୀମାନେ ନିରୀହ ବନବାସୀଙ୍କୁ ଅର୍ଥଲୋଭ ଦେଖାଇ ଏହି ଚାଷ କରୁଥିଲେ। ଏହା ଜାଣିବା ପରେ ବନ ବିଭାଗ, ଅବକାରୀ ଓ ପୋଲିସ ପ୍ରଶାସନ ଚଢ଼ାଉ କରି ଅନେକ ଶହ କୋଟି ଟଙ୍କାର ଅଫିମ ଗଛକୁ ନଷ୍ଟ କରିଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ପରେ ତତ୍କାଳୀନ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ ପ୍ରଚେଷ୍ଟାରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏପରିକି ଚାଷ ସମ୍ପର୍କରେ ଅଜ୍ଞ ଥିବା ଲୋକମାନଙ୍କୁ ଦଣ୍ଡବିଧାନ କରିବା ପରିବର୍ତ୍ତେ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା। କୃଷି ବିଭାଗର ସଚିବ ଶୁଭମ ସକସେନା ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କୁ ସଚେତନ କରିଥିଲେ। ବନ ବିଭାଗ, ଅବକାରୀ ବିଭାଗ, ମତ୍ସ୍ୟ ବିଭାଗ ଜିଲା ଅଧିକାରୀମାନେ ଗଁାକୁ ଗଁା ଯାଇ ଲୋକମାନଙ୍କୁ ଅଫିମ ଚାଷର ଅପକାରିତା ସମ୍ପର୍କରେ ସୂଚାଇଥିଲେ। ଜୀବନଜୀବିକା ପାଇଁ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କୃଷି, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଲୋକମାନଙ୍କୁ ମାଗଣାରେ ଅଦା, ହଳଦୀ, ସପୁରୀ, ମାଣ୍ଡିଆ, ଷ୍ଟବେରୀ, ଲିଚି ଆଦି ଚାଷ କରିବାକୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଲୋକମାନଙ୍କୁ ସାମିଲ କରାଯାଇ ଉଦ୍ୟାନ କୃଷି ସହ ଅନ୍ୟାନ୍ୟ ଚାଷ କରିବାକୁ ସହଯୋଗ ଯୋଗାଇ ଦିଆଯାଇଛି। ଲୋକେ ଏଭଳି ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ନିଜ ନିଜ କ୍ଷେତରେ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଜିଲା ପ୍ରଶାସନର ଏଭଳି ପ୍ରୟାସକୁ ନେଇ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। ଆଗାମୀ ଦିନରେ ବାସନା ଚାଉଳର ଧାନ, ସୁଇଟ କର୍ନ ଆଦି ଚାଷ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବା ସହ ଉନ୍ନତମାନର ବିହନ ଓ ଚାଷ ପ୍ରଣାଳୀ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ ବୋଲି ବର୍ତ୍ତମାନର ଜିଲାପାଳ ହେମକାନ୍ତ ସାଏ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri