ଧାନଜମିରେ ଇଲେକ୍ଟ୍ରି କରେଣ୍ଟ ଦେଇ ଷଣ୍ଢକୁ ମାରିଦେଲେ ଚାଷୀ, ତାତିଲା ବଜରଙ୍ଗ ଦଳ, ପ୍ରତିବାଦରେ…

ବାଲିଆପାଳ,୧ା୩(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଲୋକେ ଷଣ୍ଢଗୁଡ଼ିକୁ ଇଲେକ୍ଟ୍ରି କରେଣ୍ଟ ଦେଇ ମାରି ଦେଉଛନ୍ତି। ଏନେଇ ବାଲିଆପାଳ ଥାନାରେ ଅଭିଯୋଗ ହେଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଅଭିଯୋଗ ହେବା ସହିତ ବଡ଼ାଶ ପଞ୍ଚାୟତର ପକମୁଡ଼ି ଗ୍ରାମର ବିକର୍ତ୍ତନ ପାତ୍ର ତାଙ୍କ ଧାନ ଜମିରେ ଶନିବାର ରାତିରେ ଇଲେକ୍ଟ୍ରି କରେଣ୍ଟ ଦେଇ ଏକ ଷଣ୍ଢକୁ ମାରିଦେଇଥିବା ପ୍ରତିବାଦରେ ରବିବାର ପୂର୍ବାହ୍ନରୁ ବଜରଙ୍ଗ ଦଳ ପକ୍ଷରୁ କାଳୀପଦା କଚୁଆ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରଯାଇଛି। ଯାହା ଦ୍ୱାରା ଯାତାୟାତ ଠପ୍‌ ହୋଇଯାଇଛି।

ତେବେ ବାଲିଆପାଳ ପୋଲିସ ଏ ବାବଦରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଚାଷୀ ବିକର୍ତ୍ତନ ପାତ୍ର ଓରଫ ଚଗଲାଙ୍କୁ ଥାନାକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ ରାସ୍ତାରୋକୋ ଜାରି ରହିଛି। ପୋଲିସ ବୁଝାଶୁଝା କଲେ ମଧ୍ୟ ରାସ୍ତାରୋକୋ ହଟି ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାର ଜଣାଯାଇଛି।

Dharitri – Odisha’s No.1 Odia Daily

Share