ଅଦିନିଆ କାଳବୈଶାଖୀରେ ଉଜୁଡିଲା ହଜାର ହଜାର ଚାଷୀଙ୍କ ଫସଲ, ସ୍ଥିତି ଅନୁଧ୍ୟାନ କରି ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି କହିଲେ…

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୨୦।୨: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅଦିନିଆ କାଳବୈଶାଖୀରେ ଉଜୁଡିଗଲା ଚାଷ ଜମି। ସ୍ଥିତି ଅନୁଧ୍ୟାନ କରିଛନ୍ତି ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି। ଗୁରୁବାର କେନ୍ଦୁଝର ସଦର ବ୍ଲକ ଅର୍ନ୍ତଗତ ବାଉରିପଦା ପଞ୍ଚାୟତ, ଶକିଂରି ପଞ୍ଚାୟତର ମନୋହରପୁର, ପୋଟଲ, ବିସନାଥପୁର, କୁଶପଦା,ମୁକୁନା,ଶ୍ରଦ୍ଧାପୁର, ପୋଟଳ, ଜଡିପଦା, କଣ୍ଡରାପଶି, ଶକିଂର, ତେରଣ୍ଟି ପ୍ରଭୃତି ଗ୍ରାମ ଗୁଡିକରେ ଗୁରୁବାର ମଧ୍ୟାହ୍ନ ସମୟରେ କାଳବୌଶାଖୀରେ ପ୍ରବଳ ଝଡ଼ ତୋଫାନ ହେବା ସହିତ କୁଆପଥର ମାଡରେ ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟଭ୍ରଷ୍ଟ ହେଇଯାଇଛି। ଫୁଲକୋବି, ବନ୍ଧାକୋବି, ବିଲାତି, ବିମଛୁଇଁ, ମଟର, ଧନିଆ, ପିଆଜ, କଲରା, ଜହ୍ନି ପ୍ରଭୃତି ଫସଲ ବ୍ୟାପକ ଭାବେ ନଷ୍ଟ ହେଇ ହଜାର ହଜାର ଚାଷୀଙ୍କର ସର୍ବସ୍ବାନ୍ତ ହୋଇଯାଇଛି।

ଖବରପାଇ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶର ସାହୁ ଆଜି ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ଫସଲ କ୍ଷେତକୁ ପରିଦର୍ଶନ କରିବା ସହିତ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ସନ୍ଧ୍ୟା ସମୟରେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶର ସାହୁ କେନ୍ଦୁଝର ଜିଲାପାଳଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବା ସହିତ ତୁରନ୍ତ କୃଷି ବିଭାଗ ଓ ରାଜସ୍ବ ବିଭାଗର ମିଳିତ ସହଯୋଗରେ କ୍ଷୟକ୍ଷତି ଆକଳନ କରିବାକୁ ଅନୁରୋଧ କରିଛନ୍ତି। କାଳବୈଶାଖୀ ଓ କୁଆପଥର ମାଡରେ କ୍ଷତି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବେ ବୋଲି ରାଜ୍ୟ ସଭାପତି ମହେଶର ସାହୁ କହିଛନ୍ତି। ଏହି ପରିଦର୍ଶନରେ ଭାଜପା ଜିଲା କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ସୂତ୍ରଧର ଏବଂ ମିଡିଆ ସଂଯୋଜକ ବ୍ରଜକିଶୋର ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri